Karnataka Politics: ଆଜି ଦାୟିତ୍ୱ ନେବେକି ନୂଆ ମୁଖ୍ୟମନ୍ତ୍ରୀ?
Advertisement

Karnataka Politics: ଆଜି ଦାୟିତ୍ୱ ନେବେକି ନୂଆ ମୁଖ୍ୟମନ୍ତ୍ରୀ?

ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଦଳ ପକ୍ଷରୁ ନିଯୁକ୍ତ ହୋଇଥିବା ପର୍ଯ୍ୟକ୍ଷେବକଙ୍କ ନେତୃତ୍ୱରେ ରାଜଧାନୀ ବେଙ୍ଗାଲୁରୁ ଠାରେ ମଙ୍ଗଳବାର ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ବୈଠକ ଡକାଯାଇଛି।

Karnataka Politics: ଆଜି ଦାୟିତ୍ୱ ନେବେକି ନୂଆ ମୁଖ୍ୟମନ୍ତ୍ରୀ?

ବେଙ୍ଗାଲୁରୁ: ଚତୁର୍ଥ ପାଳି କାର୍ଯ୍ୟକାଳର ୨ ବର୍ଷର ପୂର୍ତ୍ତି ଅବସରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେପି ନେତା ବିଏସ ୟେଦିୟୁରାପ୍ପା। ତାଙ୍କ ପରେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାରରେ ନେତୃତ୍ୱ କିଏ ନେବେ ସେ ନେଇ ଦଳ ପକ୍ଷରୁ ତାଙ୍କର ଉତ୍ତରାଧିକାରୀ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। 

ବିଦାୟୀ ତଥା ବର୍ତ୍ତମାନର କର୍ଣ୍ଣାଟକ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ୟେଦିୟୁରୁପ୍ପାଙ୍କ (Karnataka CM Yediyurappa) ରାଜନୈତିକ ଉତ୍ତରାଧିକାରୀ ଖୋଜିବାକୁ ଦୁଇ କେନ୍ଦ୍ରମନ୍ତ୍ରୀ ଜି.କିଶନ ରେଡ୍ଡୀ (G.Kishan Reddy) ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ (Dharmendra Pradhan) ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ମଙ୍ଗଳବାର ସେମାନେ କର୍ଣ୍ଣାଟକ ଗସ୍ତ କରି ନୂଆ ମୁଖ୍ୟମନ୍ତ୍ରୀ (New Karnataka Chief Minister) କିଏ ହେବ ସେ ବାବଦରେ ରାଜ୍ୟ ନେତୃବୃନ୍ଦଙ୍କ (Karntaka State BJP Leadership) ସହ ଆଲୋଚନା କରିବେ। 

Also Read: କାହିଁକି CM ପଦ ହରାଇଲେ Yediyurappa? ସାମ୍ନାକୁ ଆସିଲା ଏହି କାରଣ

ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଦଳ ପକ୍ଷରୁ ନିଯୁକ୍ତ ହୋଇଥିବା ପର୍ଯ୍ୟକ୍ଷେବକଙ୍କ ନେତୃତ୍ୱରେ ରାଜଧାନୀ ବେଙ୍ଗାଲୁରୁସ୍ଥିତ କ୍ୟାପିଟାଲ ହୋଟେଲ (Bengaluru Capital Hotel) ଠାରେ ମଙ୍ଗଳବାର ସନ୍ଧ୍ୟାରେ ବିଜେପି ବିଧାୟକ ଦଳ (Karnataka BJP Legislature Meeting) ବୈଠକ ଡକାଯାଇଛି। ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ବାବଦରେ ଏହି ବୈଠକରେ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରାଯିବ। ଏହା ପରେ ତୁରନ୍ତ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ।

Also Read: ଗାଦି ଛାଡିଲେ Yediyurappa; କିଏ ହେବେ Karnataka CM?

ଆସନ୍ତା ଗୁରୁବାର ସୁଦ୍ଧା ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗତ ସୋମବାର ଇସ୍ତଫା ଦେବା ଅବସରରେ ବିଦାୟୀ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା ସେହି ଦିନକୁ ମନେପକାଇ ଥିଲେ ଯେତେବେଳେ ଦଳ ଲାଗି କାମ କରିବା ବେଳେ ସାଇକେଲ ଚଳାଉଥିଲେ। ନୂଆ ମୁଖ୍ୟମନ୍ତ୍ରୀ ଦୌଡରେ ବସବରାଜ ବୋମାଇ, ବିଶ୍ୱେଶ୍ୱରା ହେଗଡେ କଗେରି ଏବଂ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନାଁ ରହିଛି।