ନିଜ ନେଇଥିବା ନିଷ୍ପତ୍ତି ଫେରାଇ ନିଅନ୍ତୁ ମୁଖ୍ୟମନ୍ତ୍ରୀ ବୋମାଇ: ୟେଦିୟୁରାପ୍ପା
Advertisement

ନିଜ ନେଇଥିବା ନିଷ୍ପତ୍ତି ଫେରାଇ ନିଅନ୍ତୁ ମୁଖ୍ୟମନ୍ତ୍ରୀ ବୋମାଇ: ୟେଦିୟୁରାପ୍ପା

ନିଜେ ମୁଖ୍ୟମନ୍ତ୍ରୀ ନେଇଥିବା ନିଷ୍ପତ୍ତିକୁ ପରିବର୍ତ୍ତନ କରିବା ପାଇଁ ଦାବି କରାଯାଇଛି।

ନିଜ ନେଇଥିବା ନିଷ୍ପତ୍ତି ଫେରାଇ ନିଅନ୍ତୁ ମୁଖ୍ୟମନ୍ତ୍ରୀ ବୋମାଇ: ୟେଦିୟୁରାପ୍ପା

ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବା ପର ଠାରୁ ବିଭିନ୍ନ କାରଣରୁ ଚର୍ଚ୍ଚାର ପରିସର ମଧ୍ୟରେ ରହିଛି କର୍ଣ୍ଣାଟକ ରାଜନୀତି। ନିକଟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ନେଇଥିବା ନିଷ୍ପତ୍ତିକୁ ନେଇ ସରଗରମ ହୋଇଉଠିଥଲା ରାଜ୍ୟ ରାଜନୀତି। ହେଲେ ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରିବା ପାଇଁ ହୋଇଛି ଦାବି।

ଚଳିତ ବର୍ଷ ଜୁଲାଇ ମାସ ୨୬ ତାରିଖରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ୟେଦିୟୁରାପ୍ପା। ଏହା ପରେ ସେହି ମାସ ୨୮ ତାରିଖରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ବସବରାଜ ବୋମ୍ମାଇ। ଦାୟିତ୍ୱ ଗ୍ରହଣ କରିବା ପରେ ବିଦାୟୀ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପାଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ବୋମାଇ। 

Also Read: କ୍ୟାବିନେଟରେ ମିଳିଲାନି ସ୍ଥାନ; ପ୍ରତିବାଦ ଜଣାଇଲେ ଅସନ୍ତୁଷ୍ଟ BJP ନେତା-ସମର୍ଥକ

ଜଣେ ମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗ ବିଦାୟୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବାକୁ ଗତ ଶନିବାର ନିର୍ଦ୍ଦେଶ ଦେଇଥିଲେ ବର୍ତ୍ତମାନର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। ହେଲେ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ହୋଇଛି ଅନୁରୋଧ।

Also Read: Karnatak CM ଭାବେ ଶପଥ ନେଲେ Basavaraj Bommail; ଗଠନ ହେବ ନୂଆ ମନ୍ତ୍ରୀମଣ୍ଡଳ

ଏନେଇ ମୁଖ୍ୟମନ୍ତ୍ରୀ ବୋମାଇଙ୍କ ଉଦ୍ଦେଶ୍ୟରେ ଲେଖିଥିବା ପତ୍ରରେ ୟେଦିୟୁରାପ୍ପା କହିଛନ୍ତି ମୁଁ ଆପଣଙ୍କୁ ଅନୁରୋଧ କରୁଛି ମୋତେ କେବଳ ସେହି ସୁବିଧା ଯୋଗାଇ ଦିଅନ୍ତୁ ଯାହା ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ମୋତେ କ୍ୟାବିନେଟ ମନ୍ତ୍ରୀ ମାନ୍ୟତା ପ୍ରଦାନ କରୁଥିବା ଆଦେଶକୁ ଆପଣ ପ୍ରତ୍ୟାହାର କରିନିଅନ୍ତୁ।