ପ୍ରଶାସନ ଉପସ୍ଥିତିରେ ଚାଲିଛି ମଠ ଉଚ୍ଛେଦ ଅଭିଯାନ
Advertisement

ପ୍ରଶାସନ ଉପସ୍ଥିତିରେ ଚାଲିଛି ମଠ ଉଚ୍ଛେଦ ଅଭିଯାନ

 ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚୀର ମଧ୍ୟରେ ଥିବା ପ୍ରାୟ ୧୮ଟି ମଠ ମଧ୍ୟରୁ ଅଧିକାଂଶ ଉଚ୍ଛେଦ ହୋଇଥିବା ବେଳେ କୋର୍ଟ କଚେରୀ ମାମଲା ଯୋଗୁଁ ଆଉ କିଛି ଅଟକି ରହିଛି।

 ପ୍ରଶାସନ ଉପସ୍ଥିତିରେ ଚାଲିଛି ମଠ ଉଚ୍ଛେଦ ଅଭିଯାନ

ସଞ୍ଜୟ ମହାପାତ୍ର,ପୁରୀ: ଶ୍ରୀମନ୍ଦିର (Srimadir) ଐତିହ୍ୟ ସୁରକ୍ଷା ପ୍ରାଚୀରର ୭୫ମିଟର ପରିଧି ମଧ୍ୟରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ବୁଧବାର (ନଭେମ୍ବର୪, ୨୦୨୦) ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱରେ ଥିବା କୌଶଲ୍ୟା ମଠ (Kausalya) ଉଚ୍ଛେଦ କରାଯାଉଛି। ଏହାର ୬୦ ପ୍ରତିଶତ କୋଠାର ଉଚ୍ଛେଦ ସରିଯାଇଥିବା ବେଳେ ଅବଶିଷ୍ଟାଂଶ ଯାଗାରେ ମଠର ଐତିହ୍ୟ ମନ୍ଦିର, ମହନ୍ତ ମହାରାଜ ଓ ସାଧୁସନ୍ଥ ରହୁଥିବା ସ୍ଥାନକୁ ସୁରକ୍ଷିତ ଭାବେ ଛଡାଯାଇଛି। 

କୌଶଲ୍ୟା ମଠ ମହନ୍ତଙ୍କ କହିବା ଅନୁସାରେ ଯେତିକି ଅଂଶକୁ ବୁଧବାର ଉଚ୍ଛେଦ କରାଯାଇଛି ସେହି ଅଂଶ ଦୀର୍ଘବର୍ଷ ହେବ ଅପରାଧିଙ୍କ ଜବରଦଖଲରେ ରହିଥିଲା। ଶ୍ରୀମନ୍ଦିର ପ୍ରଶାସନ (Srimandir Adminstration) ପକ୍ଷରୁ ଉଚିତ୍ ପଦକ୍ଷେପ ନିଆଯାଇଛି। ସେପଟେ ପୁରୀ ଉପଜିଲ୍ଲାପାଳ (Puri Sub Collector) ଭବତାରଣ ସାହୁ ଉଚ୍ଛେଦ ସମୟରେ ନିଜେ ଉପସ୍ଥିତ ରହି ଏହି କାର୍ଯ୍ୟକୁ ତଦାରଖ କରିଥିଲେ। 
ଶୃଙ୍ଖଳିତ ଭାବେ ଉଚ୍ଛେଦ କାର୍ଯ୍ୟ ଚାଲିଥିଲା। 

ଉଚ୍ଛେଦ କାର୍ଯ୍ୟରେ ୨ଟି ଜେସିବି ମେସିନ ନିୟୋଜିତ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ଉଚ୍ଛେଦ ସ୍ଥଳରେ ୨ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ୨ ଜଣ ମାଜିଷ୍ଟ୍ରେଟଙ୍କୁ ମୃତୟନ ହୋଇଥିଲେ। ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚୀର ମଧ୍ୟରେ ଥିବା ପ୍ରାୟ ୧୮ଟି ମଠ ମଧ୍ୟରୁ ଅଧିକାଂଶ ଉଚ୍ଛେଦ ହୋଇଥିବା ବେଳେ କୋର୍ଟ କଚେରୀ ମାମଲା ଯୋଗୁଁ ଆଉ କିଛି ଅଟକି ରହିଛି। ଖୁବଶୀଘ୍ର ଏହାର ସମାଧାନ ହେବା ସହ ଉଚ୍ଛେଦ କରାଯିବ। ଏହାପରେ ଶ୍ରୀମନ୍ଦିର ଐତିହାସିକ ସୁରକ୍ଷା ପ୍ରାଚୀର କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ଜଣାଇଛନ୍ତି ଉପଜିଲ୍ଲାପାଳ।