ସମୁଦ୍ର ଉପକୂଳରୁ ଧରାହେଲା ମାଛ ମାଳ
Advertisement
Article Detail0/zeeodisha/odisha918492

ସମୁଦ୍ର ଉପକୂଳରୁ ଧରାହେଲା ମାଛ ମାଳ

କୋକଳି ପ୍ରଜାତିର ମାଛ କିଲୋ ପିଛା ୮୦-୯୦ଟଙ୍କା ଦରରେ ବିକ୍ରି କରାଯାଇଥାଏ। 

ସମୁଦ୍ର ଉପକୂଳରୁ ଧରାହେଲା ମାଛ ମାଳ

ପୁରୀ: ସଭା ସମିତି, ପୂଜାପୂଜି, ସାଜସଜ୍ଜା ଆଦି କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ଫୁଲ ମାଳ। ହେଲେ କେବେ ଆପଣ ମାଛ ମାଳ କଥା ଶୁଣିଛନ୍ତି। ଆଜ୍ଞା ହିଁ, ସମୁଦ୍ରରେ ଘଟିଛି ଏପରି ଘଟଣା। ଯେଉଁଠୁ ମାଛର ମାଳ ଉଦ୍ଧାର କରାଯାଇଛି। 

ପୁରୀ (Puri) ସହର ଉପକଣ୍ଠସ୍ଥ ପେଣ୍ଠକଟା (Penthakata) ଅଞ୍ଚଳରେ ମତ୍ସ୍ୟଜୀବୀଙ୍କ (Fisherman) ଜାଲରେ ପଡିଥିଲା ପ୍ରଚୁର ପରିମାଣର ମାଛ। ଏକ ୫୦ ଫୁଟିଆ ଜାଲରେ (Fish Net) ମୂଳରୁ ଶେଷ ପର୍ଯ୍ୟନ୍ତ ଫୁଲ ଭଲି ଗୁନ୍ଥି ହୋଇ ରହିଥିଲା ସ୍ଥାନୀୟ ବଙ୍ଗୋପ ସାଗର (Bay of Bengal) ଅଞ୍ଚଳରୁ ଧରା ହୋଇଥିବା ସାମୁଦ୍ରିକ ମାଛ (Sea Fish)। ଏତେ ପରିମାଣରେ ମାଛ ଧରାପଡିଥି୍ଲେ ଯେ ଜାଲର ସୂତା ଦୃଶ୍ୟମାନ ହେଉନଥିଲା। 

Also Read: Cyclone Yaas ପୂର୍ବରୁ ବେଳାଭୂମିରେ Jellyfish ମଡ଼କ; ଚିନ୍ତାରେ ସମୁଦ୍ର ବିଜ୍ଞାନୀ

ୟାସ୍ ବାତ୍ଯା (Cyclone Yaas) ପରେ ଏତେ ପରିମାଣରେ ମାଛ ଧରାପଡିବାକୁ ନେଇ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି ମତ୍ସ୍ୟଜୀବୀ। ଜାଲରେ କୋକଳି ପ୍ରଜାତିର ମାଛ (Kokali Species Fish) ଧରାପଡିଛନ୍ତି। ଏହି ମାଛର ଚାହିଦା ରାଜ୍ୟରେ (Odisha) ନାହିଁ। ଏହି ମାଛକୁ କେରଳ (Kerala) ରପ୍ତାନୀ କରାଯାଇଥାଏ ବୋଲି କହିଛନ୍ତି ପେଣ୍ଠକଟା ଅଞ୍ଚଳର ବିସ୍ମୟ ମିଶ୍ର। 

Also Read: ବାତ୍ୟା ପୂର୍ବରୁ ମାଛ ମଡ଼କ; ଦୁର୍ଗନ୍ଧରେ ଫାଟିପଡୁଛି ବେଳାଭୂମି

ତାଙ୍କର କହିବା କଥା ହେଲା କୋକଳି ପ୍ରଜାତିର ମାଛ କିଲୋ ପିଛା ୮୦-୯୦ଟଙ୍କା ଦରରେ ବିକ୍ରି କରାଯାଉଛି। ମାଛ ନେବା ପାଇଁ ଆସିଥିବା ବେଳେ ଗୋଟିଏ ଥରରେ ଏତେ ମାଛ ପଡିଥିବା ଦେଖି ଖୋଦ୍ ବିସ୍ମୟବାବୁ ନିଜେ ବିସ୍ମୟ ପ୍ରକଟ କରିଛନ୍ତି। ଏହି ମାଛ ସମୁଦ୍ର କୂଳ (Sea Beach) ଠାରୁ ୫ କିଲୋମିଟର ଅଞ୍ଚଳ ମଧ୍ୟରେ ଜାଲରେ ପଡିଥାନ୍ତି ବୋଲି କହିଛନ୍ତି ମତ୍ସ୍ୟଜୀବୀ।