• ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ଥିବା କଟକଣା ପ୍ରତ୍ୟାହାର
  • ଆବଶ୍ୟକ ନାହିଁ କୋରୋନା ଟେଷ୍ଟ ରିପୋର୍ଟ ଓ ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର
  • ଅଗଷ୍ଟ ୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
  • ଶ୍ରେଣୀଗୃହ ଶିକ୍ଷାଦାନର ରେକର୍ଡିଂ ଅନୁପସ୍ଥିତ ଛାତ୍ରଙ୍କୁ ପଠାଯିବ
  • ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ SOP ଜାରି
  • ଅଲମ୍ପିକ ୨୦୨୦: ଆସାମର ୨୩ ବର୍ଷୀୟା ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ
  • ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନ କ୍ରିକେଟ ଟକ୍କର
  • ଖୁବ୍‌ ଶୀଘ୍ର ବିରଞ୍ଚିଙ୍କ ବିରୋଧରେ ମାମଲା ରୁଜୁ କରିପାରେ ED
  • ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋରୋନାର ୪୨,୬୨୫ଟି ନୂଆ ମାମଲା ଚିହ୍ନଟ, ୫୬୨ ମୃତ
  • ରାଜ୍ୟରେ ଆଜି ୧୩୧୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ୬୬ ମୃତ

ହାଇଦ୍ରାବାଦ ପରେ ପୁରୀରେ ଲଜ୍ଜା, ଲିପ୍ଟ ଦେବା ବାହାନାରେ ପୋଲିସ ପରିଚୟ ଦେଇ ଗଣଦୁଷ୍କର୍ମ

ପୁରୀରେ ଲିଫ୍ଟ ଦେବା ବାହାନାରେ ପୋଲିସ ବେଶଧାରୀ ନର ରାକ୍ଷାସ କରିଛି ନାରୀ ଶିକାର

ହାଇଦ୍ରାବାଦ ପରେ ପୁରୀରେ ଲଜ୍ଜା, ଲିପ୍ଟ ଦେବା ବାହାନାରେ ପୋଲିସ ପରିଚୟ ଦେଇ ଗଣଦୁଷ୍କର୍ମ
ସୌଜନ୍ୟ: ସୋସିଆଲ ମିଡିଆ

ପୁରୀ: କେଇ ଦିନ ହେବ ଘଟିଥିବା ହାଇଦ୍ରାବାଦର ସେହି ଘଟଣା ଦେଶବାସୀଙ୍କ ମନରୁ ଏ ଯାଏଁ ଲିଭିନି । ଚାରିଆଡେ ପ୍ରତିବାଦର ସ୍ୱରରେ ଦେଶ କମ୍ପୁଛି । ଆଉ ତାରି ଭିତରେ ପୁରୀରେ ଆଉ ଏକ ଲଜ୍ୟା ସାମ୍ନାକୁ ଆସିଛି । ପୁରୀରେ ଲିଫ୍ଟ ଦେବା ବାହାନାରେ ପୋଲିସ ବେଶଧାରୀ ନର ରାକ୍ଷାସ କରିଛି ନାରୀ ଶିକାର । ନିମାପଡ଼ାରୁ ଘରକୁ ଯିବା ପାଇଁ ଛିଡ଼ା ହୋଇଥିବା ଯୁବତୀଙ୍କୁ ପୋଲିସର ପରିଚୟ ଦେଇ ଗଣଦୁଷ୍କର୍ମ କରିଛି ପୋଲିସ କର୍ମଚାରୀଙ୍କ ସହ ଜଣେ ଯୁବକ । ଏନେଇ ଯୁବତୀ ଜଣଙ୍କ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିବା ପରେ ଖବର ବାହାରକୁ ଆସିଥିଲା । 

ଯୁବତୀଙ୍କ ଅଭିଯୋଗ ଅନୁସାରେ ଘରେ ଛାଡ଼ିଦେବାକୁ କହି କାରରେ ବସାଇ ପୁରୀ ଝଡ଼େଶ୍ୱରୀ କ୍ଲବ ନିକଟ ଏକ କ୍ଵାଟରରେ ଗଣଦୁଷ୍କର୍ମ କରିଥିଲେ ପୋଲିସ ଡ୍ରେସରେ ଥିବା ଭକ୍ଷକ । ଏନେଇ କୁମ୍ଭାରପଡ଼ା ଥାନାରେ ପୀଡିତାଙ୍କୁ SP ପଚରାଉଚୁରା କରୁଛନ୍ତି । ପୁଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ୪ ଜଣ ଥାନାରେ ଅଟକ ଅଛନ୍ତି । ସେମାନଙ୍କୁ ପଚରାଉଚରା କରୁଛି ପୋଲିସ । ଘଟଣାରେ କାହାରିକୁ ଛଡ଼ାଯିବ ନାହିଁ ।'ପୀଡ଼ିତାଙ୍କୁ ପଚରାଉଚୁରା ସହ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି । ସେପଟେ ଘଟଣାକୁ ନେଇ କୁମ୍ଭାର ପଡ଼ା ଥାନା ଘେରାଉ କରିଛନ୍ତି ଉତ୍ୟକ୍ତ ଲୋକେ । ଘଟଣାସ୍ଥଳରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପକ୍ଷରେ ଏନେଇ ପୁରୀ ଯୁବ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ ହୋଇଥିବା ବେଳେ ବିଜେପି ମହିଳା ମୋର୍ଚ୍ଚାର ମଧ୍ୟ ବିରୋଧ ପ୍ରଦର୍ଶନ କରିଛି । ତେବେ ପୀଡ଼ୀତାଙ୍କୁ ଡାକ୍ତରୀମାଇନା ପାଇଁ ପୁରୀ ମେଡିକାଲକୁ ପଠାଯାଇଛି । ଜଣେ ପୋଲିସ କର୍ମଚାରୀଙ୍କ ସହ ଜଣେ ଯୁବକଙ୍କ ନାଁରେ ଅଭିଯୋଗ ଆଣିଥିଲେ ପୀଡ଼ିତା । କୁମ୍ଭାରପଡ଼ା ଥାନାରେ ଅଭିଯୋଗ ଆଣିଥିଲେ ପୀଡିତା । ଯୁବତୀଙ୍କୁ ନିମାପଡାରୁ କାରରେ ଉଠେଇ ନେଇ ଦୁଷ୍କର୍ମ କରିଥିବା କହଛନ୍ତି ପୀଡ଼ିତା । ପୁରୀ ଝଡ଼େଶ୍ୱରୀ କ୍ଲବ ନିକଟ ଏକ କ୍ଵାଟରରେ ଗଣ ଦୁଷ୍କର୍ମ ହୋଇଛି