ଆସନ୍ତାକାଲି ଦୀପାବଳୀ; ହେଲେ ପିଣ୍ଡଦାନ ଲାଗି ଜଳିବ ନାହିଁ କାଉଁରିଆ!
Advertisement

ଆସନ୍ତାକାଲି ଦୀପାବଳୀ; ହେଲେ ପିଣ୍ଡଦାନ ଲାଗି ଜଳିବ ନାହିଁ କାଉଁରିଆ!

କେବଳ ପିଣ୍ଡଦାନ ବ୍ଯତୀତ କାଉଁରିଆ କାଠି ଜାଳିବା ହେଉ କି ଗହଳିଚହଳି ଉପରେ ପ୍ରଶାସନ ଲଗାଇଛି ରୋକ। 

ଆସନ୍ତାକାଲି ଦୀପାବଳୀ; ହେଲେ ପିଣ୍ଡଦାନ ଲାଗି ଜଳିବ ନାହିଁ କାଉଁରିଆ!

ସଞ୍ଜୟ ମହାପାତ୍ର,ପୁରୀ: ଆସନ୍ତାକାଲି ପବିତ୍ର ଦିପାବଳୀ (Deepawali)। ପିତୃପୁରୁଷଙ୍କୁ କାଉରିଆଁ କାଠି ଜାଳି ଧରାପୃଷ୍ଠରୁ ବିଦାୟ ଦେବାର ରହିଛି ସ୍ୱତନ୍ତ୍ର ପରମ୍ପରା। ଦିପାବଳୀ ଦିନ ଶ୍ରୀମନ୍ଦିର ଚତୁର୍ପାଶ୍ୱ ସହ ବଡଦାଣ୍ଡରେ ପିଣ୍ଡଦାନ କରିବା ପାଇଁ ଲାଗିଥାଏ ଗହଳି। ହଜାର ହଜାର ଭକ୍ତ କାଉରିଆଁ କାଠି ଜାଳିବା ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥାନ୍ତି। ହେଲେ ଚଳିତବର୍ଷ କୋଭିଡ୍୧୯ କଟକଣା (Covid19 Restriction)କାରଣରୁ ଫିକା ପଡିବ ଦିପାବଳୀ। ବଡଦାଣ୍ଡରେ ନା ଜଳିବ କାଉଁରିଆ କାଠି ନା ହେବ ଗହଳଚହଳ। 

ଏହା ଉପରେ ଲାଗିଛି କଟକଣା। କେବଳ ପିଣ୍ଡଦାନ ବ୍ଯତୀତ କାଉରିଆଁ କାଠି ଜାଳିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। ସେପଟେ କଟକଣା କରାଯାଉ ହେଲେ ପରମ୍ପରାକୁ ରକ୍ଷା କରାଯିବା ଦିଗରେ ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ସେବାୟତ। ପୂର୍ବ ବର୍ଷରେ ଦୀପାବଳି ଅମାବାସ୍ୟାର ମାହୋଲ ଥାଏ ବେଶ୍ ଉତ୍ସବ ମୁଖର। ଶ୍ରୀମନ୍ଦିର ଓ ବଡଦାଣ୍ଡରେ ଭକ୍ତଙ୍କ ଗହଳି ଲାଗିଥାଏ। ଚାଲିଥାଏ କାଉଁରିଆ କାଠି ଜାଳିବା ସହ ପିତୃପୁରୁଷଙ୍କୁ ପିଣ୍ଡଦାନ। 

ଲକ୍ଷଲକ୍ଷ ଭକ୍ତଙ୍କ ଗହଳି ଆଉ ପିଣ୍ଡଦାନ ସହ କାଉଁରିଆ କାଠି ଜଳା ପରମ୍ପରାର ନିଆରା ପରମ୍ପରା। ଏହା ସହିତ ଗୁଞ୍ଜରିତ ହେଉଥାଏ "ଆହେ ବଡବଡିଆ ହୋ ଅନ୍ଧାରରେ ଆସ, ଆଲୁଅରେ ଯାଅ। " ଏମିତିକି ବାଇଶି ପାହାଚରେ ମଧ୍ୟ ଗହଳିଚହଳି ଲାଗିଥାଏ। ବଡବଡୁଆଙ୍କୁ ତିଳତର୍ପଣ କରାଯାଏ। ହେଲେ ଚଳିତବର୍ଷ କରୋନା କରୋନା ମହାମାରୀ କାରଣରୁ ଏଭଳି ସୁଯୋଗରୁ ବଞ୍ଚିତ ହେବେ ଭକ୍ତ। ମିଳିବନି ଏଥିପାଇଁ ପ୍ରଶାସନିକ ଅନୁମତି। ଶ୍ରୀମନ୍ଦିର ଚତୁର୍ପାଶ୍ୱ ହେଉ କିମ୍ବା ବଡଦାଣ୍ଡ ସବୁଠି ରହିବ କଡା କଟକଣା। 

କେବଳ ପିଣ୍ଡଦାନ ବ୍ଯତୀତ କାଉଁରିଆ କାଠି ଜାଳିବା ହେଉ କି ଗହଳିଚହଳି ଉପରେ ପ୍ରଶାସନ ଲଗାଇଛି ରୋକ। ସେପଟେ କଟକଣା କରାଯାଉ ହେଲେ ପରମ୍ପରାକୁ ରକ୍ଷା କରାଯିବା ଦିଗରେ ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ସେବାୟତ ରବିନ୍ଦ୍ର ଦାସମହାପାତ୍ର ଓ ବିଶ୍ୱନାଥ ସାମନ୍ତରାୟ।
 
ପ୍ରଶାସନ ପକ୍ଷରୁ ସିଂହଦ୍ବାର ସମ୍ମୁଖରେ ପୟାଶ୍ରାଦ୍ଧ କରିବା ମନା। କୋଭିଡ କଟକଣା ଅନୁଯାୟୀ ନିଆଯାଇଛି ପଦକ୍ଷେପ। ବଡ ବଡୁଆ ଡାକିବା ବେଳେ ଜଳାଯାଉଥିବା କାଉଁରିଆ କାଠିର ଧୂଆଁ ପରିବେଶ ପାଇଁ କ୍ଷତିକାରକ। କାରଣ କୋଭିଡ ସମୟରେ ଭିଡ ସାଙ୍ଗକୁ ଧୁଆଁ ପରିସ୍ଥିତିକୁ ସଙ୍କଟାପନ୍ନ କରିବ। ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଅଲୋଚନା କରି ଏଭଳି ପଦକ୍ଷେପ ନିଆଯାଇଛି। ଘରେ ରହି ବଡ଼ ବଡୁଆ ଡାକି ପୟା ଶ୍ରାଦ୍ଧ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଉପଜିଲ୍ଲାପାଳ ଭବତାରଣ ସାହୁ। 

ପୁରୀ ବାହାର ଲୋକ ଆସି ଭିଡ ନକରି ନିଜ ଘରେ ସୁସ୍ଥ ଭାବେ ଏହି ପରମ୍ପରା ପାଳନ କରନ୍ତୁ। ସେପଟେ ଘରେ ରହି ଦୀପ ଜାଳି ଦିପାବଳୀ ପାଳନ କରିବାକୁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଅନୁରୋଧ କରିଛନ୍ତି। ଗୋଟିଏ ପଟେ ଜିଲ୍ଲା ପ୍ରଶାସନର କଡା କଟକଣା ଅନ୍ଯପଟେ ବର୍ଷ ବର୍ଷର ପୁରୁଣି ପରମ୍ପରା। ହେଲେ ଭକ୍ତ କିଭଳି ପାଳିବେ ପ୍ରୟାଶ୍ରାଦ୍ଧ। ତାହାକୁ ନେଇ ଭକ୍ତ ମହଲରେ ପ୍ରକାଶ ପାଇଛି ଅସନ୍ତୋଷ।