ଆଗାମୀ ସମୟରେ ତାହାର ପରିଚାଳନା ଦାୟିତ୍ୱ ସ୍ୱର୍ଗଦ୍ୱାର ସେବା ସମିତି ହାତରେ ରହିବ। ସ୍ୱର୍ଗଦ୍ୱାର ସେବା ସମିତିର କାର୍ଯ୍ୟକାରୀ କମିଟି ସ୍ୱର୍ଗଦ୍ୱାରର ନୀତିଦିନିଆ କାର୍ଯ୍ୟକୁ ତଦାରଖ କରିବେ।
Trending Photos
ସଞ୍ଜୟ ମହାପାତ୍ର,ପୁରୀ: ସ୍ୱର୍ଗଦ୍ୱାର (Swargadwar)ସୁପରିଚାଳନା ଦାୟିତ୍ବ 'ସ୍ୱର୍ଗଦ୍ୱାର ସେବା ସମିତି' (Swargadwar Seva Samiti)ସଂସ୍ଥାକୁ ହସ୍ତାନ୍ତର କରିବାକୁ ଅନୁମତି ପ୍ରଦାନ କଲେ ରାଜ୍ୟ ସରକାର। ସ୍ୱର୍ଗଦ୍ୱାରକୁ ସୁବ୍ୟବସ୍ଥିତ ଭାବରେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ସ୍ୱର୍ଗଦ୍ୱାର ସେବା ସମିତିକୁ ଅନୁମତି ପ୍ରଦାନ କରିଛନ୍ତି। ଫଳରେ ପୌରସଂସ୍ଥା ହାତରୁ ହଟିବ ସ୍ୱର୍ଗଦ୍ୱାରର ପରିଚାଳନା ଦାୟିତ୍ବ।
ଏ ସମ୍ପର୍କରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଗତ ଅକ୍ଟୋବର ୨୭ ତାରିଖରେ ଏହାର ପତ୍ର ସଂଖ୍ୟା ୧୬୭୦୧ ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି। ସ୍ୱର୍ଗଦ୍ୱାର ସେବା ସମିତି ସୋସାଇଟି ରେଜିଷ୍ଟ୍ରେସନ (Society Registration)ଆଇନ ଅନୁଯାୟୀ ଏକ ପଞ୍ଜିକୃତ ଅନୁଷ୍ଠାନ ଯାହା ସ୍ୱର୍ଗଦ୍ୱାର ସୁପରିଚାଳନା ପାଇଁ ଆଗକୁ କାର୍ଯ୍ୟ କରିବ। ଏହି ସମିତିରେ ସର୍ବମୋଟ ୯ ଜଣ ସଦସ୍ୟ ରହିବାର ବ୍ୟବସ୍ଥା ରହିଛି।
ଏହାର ଅଧକ୍ଷ ଭାବରେ ଜିଲ୍ଲାପାଳ ରହିଥିବା ବେଳେ, ଉପ ଜିଲ୍ଲାପାଳ ଆବାହକ ସମ୍ପାଦକ ରହିଛନ୍ତି। ସେହିପରି ଜିଲା ଆରକ୍ଷୀ ଅଧିକ୍ଷକ, ଓଡ଼ିଶା ବନ ଉନୟନ ଜେନେରାଲ ମ୍ୟାନେଜର ,ପୌର ନିର୍ବାହୀ ଅଧିକାରୀ ପ୍ରମୁଖ ଅନ୍ୟତମ ସଦସ୍ୟ ଭାବରେ ରହିବେ। ଜିଲ୍ଲା ପ୍ରୋଟୋକଲ ଅଫିସର ଏହାର କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ସମିତି ଅଧ୍ୟକ୍ଷଙ୍କ ଦ୍ୱାରା ମନୋନୀତ ସାମାଜିକ କାର୍ଯ୍ୟ ସହ ଜଡିତ ଥିବା ୩ ଜଣ ବ୍ୟକ୍ତିବିଶେଷ ମଧ୍ୟ ଏହି ସମିତିର ସଦସ୍ୟ ରହିବେ।
ସେମାନଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ। ପ୍ରକାଶଯୋଗ୍ୟ ସ୍ୱର୍ଗଦ୍ୱାର ବିକାଶ ପାଇଁ ରାଜ୍ୟ ସରକାର ୫କୋଟି ଟଙ୍କା ପ୍ରଦାନ କରିଛନ୍ତି। ଯାହାର ବିକାଶ ପ୍ରକ୍ରିୟା ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଦ୍ରୁତ ଗତିରେ ଚାଲିଛି। ଏହାର ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରାଇବା ସହିତ ଶବକୁ ସମାନ,ଏବଂ ଶବ ସହ ଆସୁଥିବା ପରିଜନଙ୍କୁ ଯେପରି ଉତ୍ତମ ସେବା ଦିଆଯିବ ସେଥିପାଇଁ ସ୍ୱର୍ଗଦ୍ୱାର ସେବା କେନ୍ଦ୍ର କାର୍ଯ୍ୟ କରୁଛି।
ଆଗାମୀ ସମୟରେ ତାହାର ପରିଚାଳନା ଦାୟିତ୍ୱ ସ୍ୱର୍ଗଦ୍ୱାର ସେବା ସମିତି ହାତରେ ରହିବ। ସ୍ୱର୍ଗଦ୍ୱାର ସେବା ସମିତିର କାର୍ଯ୍ୟକାରୀ କମିଟି ସ୍ୱର୍ଗଦ୍ୱାରର ନୀତିଦିନିଆ କାର୍ଯ୍ୟକୁ ତଦାରଖ କରିବେ। ସ୍ୱର୍ଗଦ୍ୱାର ସେବା ସମିତିକୁ ସ୍ୱର୍ଗଦ୍ୱାର ସୁପରିଚାଳନା କରିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିବାରୁ ଖୁବ ଶୀଘ୍ର ପୁରୀ ପୌରପାଳିକା (Puri Municpality) ଠାରୁ କାର୍ଯ୍ୟଭାର ଗ୍ରହଣ ପାଇଁ ପଦକ୍ଷେପ ନିଆଯିବ ବୋଲି ପୁରୀ ଉପଜିଲ୍ଲାପାଳ ତଥା ସ୍ୱର୍ଗଦ୍ୱାର ସେବାସମିତିର ଆବାହକ ସମ୍ପାଦକ ଶ୍ରୀ ଭବତାରଣ ସାହୁ ଜଣାଇଛନ୍ତି।