ବିଦେଶରେ ଚମକିଲେ ଓଡ଼ିଆ ଝିଅ ଦିବ୍ୟଶ୍ରୀ, ଚୟନକର୍ତ୍ତା ବି ତାଜୁବ
Advertisement
Article Detail0/zeeodisha/odisha634535

ବିଦେଶରେ ଚମକିଲେ ଓଡ଼ିଆ ଝିଅ ଦିବ୍ୟଶ୍ରୀ, ଚୟନକର୍ତ୍ତା ବି ତାଜୁବ

ପରିବାରକୁ ପଞ୍ଚତାରକା ହୋଟେଲରେ ରଖିଲେ ପୁରୀ ଝିଅ

ଫଟୋ ସୌଜନ୍ୟ: ଜୀ ମିଡିଆ

ସଞ୍ଜୟ କୁମାର ମହାପାତ୍ର, ପୁରୀ: ପୁରୀର କୁନି ଝିଅ ଜର୍ଜୀଆରେ ଦେଖାଇଲା କମାଲ। ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରି ଜିତିଲା 'ବେଷ୍ଟ ନ୍ୟାସନାଲ କଷ୍ଟମସ -୨୦୨୦' ଓ ଟପ୍ ମଡେଲ -୨୦୨୦ । ୧୨ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ପୁରୀର ଦିବ୍ୟଶ୍ରୀ ଦେବାଶିଷ ବେହେରା ଆମ ଦେଶର ଟେକ ରଖିଛନ୍ତି । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତ ପ୍ରଥମ ଥର ଲାଗି ପାଇଛି ଏହି ଆନ୍ତର୍ଜାତୀୟ ପୁରସ୍କାର। ମାତ୍ର ପାଞ୍ଚ ବର୍ଷ ବୟସରେ ଏଭଳି ପ୍ରତିଭା ଚୟନକର୍ତ୍ତାଙ୍କ ମନ ଜିଣିନେଇଥିଲା । ଆଉ ଏବେ ଆଶା ରହିଛି ରାମ୍ପ ସୋ'ରେ କିଭଳି ବିଶ୍ୱ ରେକର୍ଡ ହାସଲ କରିବ । ସେପଟେ ଦିବ୍ୟଶ୍ରୀଙ୍କ ପରିବାର ଝିଅକୁ ନେଇ ବେଶ୍ ଗର୍ବିତ ବୋଲି କହିଛନ୍ତି । 

fallback

ପୁରୀ ମାର୍କଣ୍ଡେଶ୍ୱର ସାହିର ଦେବାଶିଷ ବେହେରା ଓ ଦେବୀ ଗୁହାଙ୍କ ପାଞ୍ଚବର୍ଷର ଝିଅ ଦିବ୍ୟଶ୍ରୀ । ପ୍ରଚଣ୍ଡ ପ୍ରତିଭାର ଅଧିକାରୀ । ପ୍ରାୟ ଅଢ଼େଇ ବର୍ଷରୁ ଫେସନ ଡିଜାଇନିଂ ପ୍ରତି ତାଙ୍କର ଦୁର୍ବଳତା ଥିଲା । ଆଉ ତାର ଇଚ୍ଛା ସହ ପରିବାର ମଧ୍ୟ ଫେସନ ଡିଜାଇନିଂ କରିବା ପାଇଁ ଝିଅକୁ ଯୋଗାଇ ଦେଲେ ସମସ୍ତ ପ୍ରକାର ସହଯୋଗ। ଭାରତରେ ବିଭିନ୍ନ ଜାତୀୟ ଫେସନ ଡିଜାଇନିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବେଶ୍ ସଫଳତା ଅର୍ଜନ କରିଥିଲେ ଦିବ୍ୟଶ୍ରୀ । ତାପରେ ବିଶାଖାପାଟନମ ଓ ବେଙ୍ଗଲୁରୁରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଫେସନ ଶୋରେ ମଧ୍ୟ ଦିବ୍ୟଶ୍ରୀଙ୍କୁ ମିଳିଥିଲା ବିଶେଷ ସଫଳତା। ତାପରେ ଜର୍ଜୀଆ ପାଇଁ ବାଟ ଫିଟିଥିଲା । 

fallback

ପରିବାର ଦିବ୍ୟଶ୍ରୀଙ୍କୁ ସଙ୍ଗରେ ନେଇ ଜର୍ଜୀଆର ତିବିଲସେ(Tibilse) ସହରରେ ପହଞ୍ଚିଥିଲେ । ଆଉ ଭାରତ ପକ୍ଷରୁ ୪ରୁ ୭ ବର୍ଷ ବୟସ ବିଭାଗରୁ ପ୍ରତିନିଧିତ୍ଵ କରିଥିଲେ । ଜାନୁଆରୀ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ହୋଇଥିବା  world rising stars-2020 କଣ୍ଟେଷ୍ଟାଣ୍ଟରେ ଭାଗ ନେଇ ଦେଶପାଇଁ ଆଣିଥିଲେ ଗୌରବ।  ୧୨ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ପୁରୀର ଦିବ୍ୟଶ୍ରୀ ଦେବାଶିଷ ବେହେରା କ୍ରାଉନ ଜିତି ଏହି ଗୌରବ ଆଣିଛନ୍ତି । ମାତ୍ର ପାଞ୍ଚବର୍ଷ ବୟସରେ ଦିବ୍ୟଶ୍ରୀଙ୍କ ଏଭଳି ପ୍ରତିଭା  ଚୟନକର୍ତ୍ତାଙ୍କ ମନକୁ ଜିଣିନେଇଥିଲା । ଏବେ ରାମ୍ପ ଶୋ'ରେ ବିଶ୍ୱରେକର୍ଡ ପାଇଁ ପ୍ରସ୍ତୁତ ହେବ ବୋଲି ପରିବାର ଲୋକେ କହିଛନ୍ତି । 

fallback

ଏତେ କମ୍ ବୟସରୁ ଦିବ୍ୟଶ୍ରୀଙ୍କର ଫେସନ ଡିଜାଇନିଂ ପ୍ରତି ଆଗ୍ରହ ସମସ୍ତଙ୍କୁ ଚକିତ କରିଥିଲା । ଉଭୟ ବାପା ଓ ମାଆ ଆଇଟି ସେକ୍ଟରରେ ବାଙ୍ଗାଲୋରରେ କାମ କରୁଥିବାରୁ ଝିଅକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ। ଆଉ ଝିଅ ପଛରେ ସମୟ ଦେବାକୁ ଉଭୟ ଚିନ୍ତା କରିଥିଲେ। ତାପରେ ଫେସନ ଡିଜାଇନିଂ, କଷ୍ଟମ, ଡ୍ୟାନସିଂ, ସିଙ୍ଗିଂ ଇତ୍ୟାଦିରେ ନଲେଜ ଗେନ୍ କରିବା ପାଇଁ ୟୁଟୁବ୍ ମାଧ୍ୟମରେ ଶିଖାଇଥିଲେ । ଓଡିଶୀ ଉପରେ ମଧ୍ୟ ଦିବ୍ୟଶ୍ରୀଙ୍କର ବେଶ୍ ଜ୍ଞାନ ରହିଥିବା କହିଛନ୍ତି । ତେବେ ବିଶ୍ୱସ୍ତରୀୟ ରାମ୍ପ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆଶା ରହିଛି ବୋଲି କହିଛନ୍ତି ଦିବ୍ୟଶ୍ରୀଙ୍କ ମାଆ। 

ତେବେ ଦିବ୍ୟଶ୍ରୀ ଏହି ବିଶ୍ୱ ସ୍ତରୀୟ ଟ୍ୟାଲେଣ୍ଟ ଶୋରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ୱକ ଫର ଇଣ୍ଟରନ୍ୟାସନାଲ ଡିଜାଇନରସ ବ୍ରାଣ୍ଡସ ପକ୍ଷରୁ 5star hotel Hill stationରେ ରହିବା ପାଇଁ ପରିବାରକୁ ମିଳିଥିଲା ସ୍ୱତନ୍ତ୍ର ଗିଫ୍ଟ ଭାଉଚର । 

ଆହୁରି ପଢ଼ନ୍ତୁ; ଭଲ ନିଦ ପାଇଁ କ'ଣ ଖାଇବେ ?