ହାଜତ ମୃତ୍ୟୁ ମାମଲା: ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟିଲେ ମାନବାଧିକାର କର୍ମୀ, ଘଟଣାରେ ପ୍ରତିକ୍ରିୟା ରଖିଲେ ଏସ୍.ପି
Advertisement

ହାଜତ ମୃତ୍ୟୁ ମାମଲା: ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟିଲେ ମାନବାଧିକାର କର୍ମୀ, ଘଟଣାରେ ପ୍ରତିକ୍ରିୟା ରଖିଲେ ଏସ୍.ପି

ମୃତକଙ୍କ ବାପା ମାଆ ଓ ଦାଦା ଏବେବି ପୁଲିସ ହେପାଜତରେ ଅଛନ୍ତି। ଗତକାଲି କେ.ରମେଶର ମୃତଦେହକୁ ସ୍ୱର୍ଗଦ୍ୱାରରେ ପୁଲିସ ଘେର ମଧ୍ୟରେ ଶବଦାହ କରାଯାଇଥିଲା। ପରିବାରର କୌଣସି ସଦସ୍ଯଙ୍କୁ ରହିବା ପାଇଁ ସୁଯୋଗ ଦେଇନଥିଲା ପୁଲିସ। 

ହାଜତ ମୃତ୍ୟୁ ମାମଲା: ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟିଲେ ମାନବାଧିକାର କର୍ମୀ, ଘଟଣାରେ ପ୍ରତିକ୍ରିୟା ରଖିଲେ ଏସ୍.ପି

ସଞ୍ଜୟ ମହାପାତ୍ର,ପୁରୀ: ଜିଲ୍ଲାର ବାସେଲିସାହି ଥାନା ହାଜତ ମୃତ୍ୟୁ ଘଟଣାକୁ (Custodial Death)ନେଇ ପୋଲିସ ପାଇଁ ବଢିଲାଣି ସମସ୍ୟା। ଏଯାବତ ମୃତକ କେ.ରମେଶର ବାପା-ମା, ଦାଦା ପୋଲିସ ହେପାଜତରେ (Police Custody)ରହିଥିବା ବେଳେ ସମ୍ପର୍କୀୟ ହତ୍ୟା ଅଭିଯୋଗ ଆଣି ନ୍ୟାୟ ଦାବିରେ ମୋଚିସାହିରାସ୍ତା ଘେରାଉ କରିଥିଲେ। ସେପଟେ ମାନବାଧିକାର କର୍ମୀ ରମେଶଙ୍କ ପରିବାର ସହ ଆଲୋଚନା କରି ଜାତୀୟ ମାନବାଧିକାର କମିଶନ-ଏନଏଚଆରସି (NHRC-National Human Rights Commission)ନିକଟରେ ଅଭିଯୋଗ କରିଛନ୍ତି। 

ଏନଏଚଆରସି ନିୟମାବଳୀ ଆଧାରରେ ତଦନ୍ତ ଚାଲିଛି ଓ ନିରପେକ୍ଷ ହେବ। ରାଜନୈତିକ କରାଯାଉଥିବାରୁ ପୋଲିସ ତାଙ୍କ ପରିବାରକୁ ସୁରକ୍ଷିତ ରଖିଥିବା କହିଛନ୍ତି ପୁରୀ ଏସ୍.ପି (Puri SP)। ପୁରୀ ବାସେଳିସାହୀ ଥାନା ହାଜତମୃତ୍ଯୁ ମାମଲା ଧିରେଧିରେ ଜଟିଳ ରୂପ ଧାରଣ କରିଛି। ମୃତକଙ୍କ ବାପା ମାଆ ଓ ଦାଦା ଏବେବି ପୁଲିସ ହେପାଜତରେ ଅଛନ୍ତି। ଗତକାଲି କେ.ରମେଶର ମୃତଦେହକୁ ସ୍ୱର୍ଗଦ୍ୱାରରେ ପୁଲିସ ଘେର ମଧ୍ୟରେ ଶବଦାହ କରାଯାଇଥିଲା। ପରିବାରର କୌଣସି ସଦସ୍ଯଙ୍କୁ ରହିବା ପାଇଁ ସୁଯୋଗ ଦେଇନଥିଲା ପୁଲିସ। 

ତୁରନ୍ତ କେ ରମେଶ ସହିତ ପୋଲିସ ଉଠାଇ ନେଇଥିବା ତା ବାପା, ମାଆ ଓ ଦାଦାଙ୍କୁ ଛାଡିଦେବା ଦାବିରେ ତାତିଛନ୍ତି ପରିବାର ଓ ସମ୍ପର୍କୀୟ। ସେପଟେ କେ ରମେଶର ହାଜତ ମୃତ୍ୟୁ ଘଟଣାକୁ ନେଇ ତାଙ୍କର ଟାଉନ ଥାନା ଅଞ୍ଚଳର ମୋଚିସାହି ଘରେ ପହଞ୍ଚିଥିଲେ ମାନବାଧିକାର କର୍ମୀ । ୪ ଜଣିଆ ସଦସ୍ଯ ଯାଇ କେ ରମେଶଙ୍କ ଦାଦାଙ୍କ ସହ କଲେ ଆଲୋଚନା। ପରିବାର ଲୋକେ ରମେଶକୁ ପୋଲିସ ପିଟିପିଟି ମାରିଦେଇଥିବା ଅଭିଯୋଗ କରିଛନ୍ତି। ଏନେଇ ମଧ୍ୟ ରମେଶଙ୍କ ସମ୍ପର୍କୀୟ ମୋଚିସାହି ରାସ୍ତାରେ ବସି ଧାରଣା ଦେବାସହ ଆନ୍ଦୋଳନ କରିଥିଲେ। 

ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରି ରାସ୍ତାରୋକ ହଟାଇଥିଲା। ସେପଟେ ରମେଶଙ୍କ ଘଟଣାର ତଦନ୍ତ କରି ଏକ ରିପୋର୍ଟ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିବା କହିଛନ୍ତି ମାନବାଧିକାର କର୍ମୀ ପ୍ରଶାନ୍ତିନୀ ଜେନା।ସେପଟେ ବାସେଳିସାହୀ ହାଜତ ମୃତ୍ଯୁ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସ୍.ପି। ସ୍ୱର୍ଗଦ୍ୱାରରେ ତାଙ୍କ ବାପା ମାଆ, ସମ୍ପର୍କୀୟଙ୍କ ଉପସ୍ଥିତିରେ ହୋଇଥିଲା ଶବ ଦାହ। ଖୋଦ୍ ତାଙ୍କ ବାପା କେ.ଗୁରୁମୂର୍ତ୍ତୀ ଦେଇଥିଲେ ମୁଖାଗ୍ନି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ମୃତଦେହକୁ କଡା ସୁରକ୍ଷା ମଧ୍ୟରେ ନିଆଯାଇ ଶବଦାହ କରାଯାଇଥିଲା। ଏଥିରେ କୌଣସି ବ୍ଯତିକ୍ରମ କରାଯାଇନାହିଁ। ସେମାନଙ୍କ ବାପା, ମାଆ ଓ ଦାଦା ଆରାମରେ ଅଛନ୍ତି। 

ସେମାନେ ଖୁବଶୀଘ୍ର ଘରକୁ ଫେରିବେ। ଘଟଣାର ତଦନ୍ତ ଆଗକୁ ବଢିଛି। ଏନଏଚଆରସିଙ୍କ ପାଖକୁ ରିପୋର୍ଟ ପଠାଯାଇଛି। ଏଚଆରପିସି ଡିଏସପି ତଦନ୍ତ ଆରମ୍ଭ କରିଛନ୍ତି। ଏହା ବ୍ଯତୀତ ବିଚାର ବିଭାଗୀୟ ତଦନ୍ତ (Judicial Investigation)କରାଯିବ। ଗତକାଲି ଆଇଜି ପ୍ରବୀଣ କୁମାର ମଧ୍ୟ ପୁରୀ ଗସ୍ତରେ ଆସି କେସ୍ ଷ୍ଟଡି (Case Study)କରିଛନ୍ତି। ଜାତୀୟ ମାନବାଧିକାର କମିଶନଙ୍କ ଗାଇଡଲାଇନ ଆଧାରରେ ତଦନ୍ତ କରିବାକୁ ଦେଇଛନ୍ତି ପରାମର୍ଶ। ସେପଟେ ତଦନ୍ତ ସମୟରେ ଫଟୋ (Photo),ଭିଡିଓ ଗ୍ରାଫି (Video Graphy)କରାଯିବ। 

ମୃତକଙ୍କ ବିରୁଦ୍ଧରେ ରହିଛି ୧୫ରୁ ଅଧିକ ମାମଲା। ସଠିକ ତଥ୍ଯ ହସ୍ତଗତ ହୋଇନଥିବାରୁ ତାଳଚେର ଜେଲରୁ ୨ ବର୍ଷ ତଳେ ମୁକୁଳିବା ପରିବର୍ତ୍ତେ ଗତକାଲି ଦୁଇ ମାସ ତଳେ ବାହାରିଥିବା କୁହାଯାଇଥିଲା ବୋଲି ସ୍ପଷ୍ଟ କରିଛନ୍ତି ପୁରୀ ଏସ୍ପି। ହାଜତ ମୃତ୍ଯୁ ମାମଲା ରୁଜୁ ହେବାପରେ ମଧ୍ଯ ତଦନ୍ତରେ ରହିଛି ଶିଥିଳତା। ଏଥିରେ ସମ୍ପୃକ୍ତ ଥିବା କୌଣସି ପୁଲିସ ଅଧିକାରୀ ଏପର୍ଯ୍ୟନ୍ତ ଗିରଫ ନହେବା ପୁଲିସର ନିରପେକ୍ଷତା ଉପରେ ଉଠିଛି ପ୍ରଶ୍ନ।