Rath Yatra 2023: ଦିନ କେଇଟା ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ
Advertisement
Article Detail0/zeeodisha/odisha1730819

Rath Yatra 2023: ଦିନ କେଇଟା ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

Rath Yatra: ରଥଯାତ୍ରାକୁ ବାକି ରହିଛି ହାତ ଗଣତି ଦିନ । ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ଜୋରସୋରରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ଦୁଆର ବେଢ଼ା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପାରା ଭାଡ଼ିରେ ରଙ୍ଗ କାର୍ଯ୍ୟ ଜାରି ରହିଛି।

ସୌ(ସୋସିଆଲ ମିଡିଆ)

Rath Yatra 2023: ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ (Rath Yatra 2023) ବାକି ରହିଛି ହାତ ଗଣତି ଦିନ । ବଡ଼ ଦେଉଳରୁ ବାହାରି ଭକ୍ତଙ୍କ ଗ୍ରହଣକୁ ଆସି ଦର୍ଶନ ଦେବେ ଜଗତର ନାଥ ଜଗନ୍ନାଥ । କାଳିଆ ଠାକୁରଙ୍କୁ ପାଖରେ ପାଇବା ଲାଗି ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ସେପଟେ ଘୋଷଯାତ୍ରା ପାଇଁ ଚଳଞ୍ଚଚଳ ହୋଇ ଉଡ଼ିଛି ରଥ ଖଳାଠାରୁ ଆରମ୍ଭ କରି ବଡ଼ଦାଣ୍ତ । ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ଜୋରସୋରରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ଦୁଆର ବେଢ଼ା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପାରା ଭାଡ଼ିରେ ରଙ୍ଗ କାର୍ଯ୍ୟ ଜାରି ରହିଛି।

ତିନି ରଥରେ ''ବଡ଼ ଥଳ'' ପୋଟଳ ଶେଷ ଭୂଇଁ ଉପରେ ଫିଟିଙ୍ଗ କରାଯିବା ସହ ପୋଟଳକୁ ମୁଣ୍ଡାଇ ଧରି ରଖିବା ପାଇଁ ଏହାର ଚାରି ପାର୍ଶ୍ୱରେ ଦୁଇଟି ଲେଖାଁଏ ନାହାକା ସଂଯୋଗ କରାଯାଇଛି । ତିନି ରଥରେ ଖପୁରୀ, ପାରାଭାଡିକୁ ମିଶାଇ ମୋଟ ୧୩ଟି ପରସ୍ତ ପୋଟଳ ପଡିଥାଏ। ତେବେ ତିନି ରଥରେ ''ବଡ଼ ଥଳ'' ପୋଟଳ ପଡ଼ିଛି। ବାକି ୧୨ଟି ପରସ୍ତ ପୋଟଳ ଗୁଡିକରେ ଯୋକା କଣ୍ଟା ଖଞ୍ଜା ଯାଇଛି । ତିନି ରଥରେ '' ମୂଳ କଇଁଚି'' ବାଡ଼ିଆ କାମ ମଧ୍ଯ ଶେଷ ସରିଛି । ଚାରି ନାହାକାର ଉଭୟ ପାର୍ଶ୍ୱରେ ଦୁଇଟି ଲେଖାଁଏ ୬/୪ ସାଇଜ ୧୬ ଫୁଟର ୪ଟି କଇଁଚି କାଠକୁ କ୍ରସ କରି ଉଭୟ ପାର୍ଶ୍ୱରେ ଲଗା ଯାଇଛି । ରଥର ଦଧି ନଉତି କଳସ ପେଣ୍ଡିରେ ପାଖୁଡା ସଂଯୋଗ କାମ ମଧ୍ଯ ସରିଛି। ଏଥିରେ ଆଲମିନିୟମ୍ ଚଦର ଲଗାଯିବା ପରେ ଚିତ୍ରକର ସେବକ ସେଥିରେ ପଦ୍ମ ପାଖୁଡା ଚିତ୍ର କାର୍ଯ୍ୟ ଆରମ୍ଭ କରିବେ। ସେପଟେ ୩ ରଥର ସମୁଖ ଦୁଇ ଚକକୁ ସୁରକ୍ଷା ଦେବା ପାଇଁ ଚକର ଉଭୟ ପାର୍ଶ୍ୱରେ ୪ଟି ଲେଖାଁଏ ଲୁହା ପ୍ଲେଟ୍ ନଟ ଖଞ୍ଜା ଯାଇଛି । ଫଳରେ ରଥ ଗଡିବା ବେଳେ ଅଟକି ପଡିଲେ ଚକର କୌଣସି କ୍ଷତି ହେବନାହିଁ ।

ଏହା ବି ପଢନ୍ତୁ-Rath Yatra 2023: ଜାଣନ୍ତୁ ଅଣସର ସମୟରେ ଶ୍ରୀ ମନ୍ଦିର ପଣା ଭୋଗର କ’ଣ ରହିଛି ମାହାତ୍ମ୍ୟ?

ଏହା ବି ପଢନ୍ତୁ-ଜ୍ବରରେ ପୀଡ଼ିତ ମହାପ୍ରଭୁ: ଆଜି ହେବ ଫୁଲୁରି ତେଲ ନୀତି, ଜାଣନ୍ତୁ କେମିତି ପ୍ରସ୍ତୁତ ହୋଇଥାଏ ଏହି ଔଷଧୀୟ ତେଲ

ରୂପକାର ସେବକମାନେ ୩ ରଥର ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଜାରି ରଖିବାବେଳେ ତାଳଧ୍ୱଜ ରଥର ପଟ୍ଟା ଗୁଜରେ ନର ବିରଳ ରୂପ ଖୋଦେଇ ଆରମ୍ଭ କରିଛନ୍ତି । ରଥର ପଟା ଗୁଜ ଗୁଡିକରେ ନର ବିରାଳ, ଗଜ ବିରାଳ, ସିଂହ ବିରାଳ ରୂପ ଖୋଦେଇ ହେବ। ଚିତ୍ରକାର ସେବକ ମାନେ ରଥର ପାର୍ଶ୍ୱ ଦେବାଦେବୀ, ସଖୀ, ହଂସ ପଟ୍ଟା ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ସହ ତିନିରଥର ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ପାଇଁ ଧଳା ପ୍ରାଇମର ଲଗାଯାଇଛି । ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ୪ଟି ଲେଖାଁଏ ପୋଟଳ ଜଂଘା କଣ୍ଟା, ୧୩ ପରସ୍ତ ପୋଟଳକୁ ବାନ୍ଧି ରଖିବା ପାଇଁ ସାଢ଼େ ଚାରି ଫୁଟର ଜଙ୍ଘା କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଏଥିସହ ପୋଟକ ନିର୍ମାଣ ପାଇଁ ବାଗିଆ, ଗୋଡି ଛାଲ ଓ ପୋଟଳ ନଦା କଣ୍ଟା ନିର୍ମାଣ କାର୍ଯ୍ୟ ଜାରି ରଖିଛି।

ସେପଟେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାକୁ (Rath Yatra 2023) ଆଉ ଦିନ କେଇଟା ରହିଥିବାବେଳେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଏହିକ୍ରମରେ ପୋଲିସ ଏଡ଼ିଜି ଅମିତାଭ ଠାକୁର ଗୁରୁବାର ଦିନ ପୁରୀରେ ପହଁଞ୍ଚି ରଥଯାତ୍ରା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସହ ଟ୍ରାଫିକ୍ ବ୍ୟବସ୍ଥା ନେଇ ଏସପିଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ । ଏଥିରେ ରଥଯାତ୍ରା ସମୟରେ ସହରରେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବା ନେଇ ପୋଲିସ ଏଡ଼ିଜି ସୂଚନା ଦେଇଛନ୍ତି । ଏହାସହ ଗହଳି ନୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନା ଲାଗି ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସେପଟେ ଶୃଙ୍ଖଳିତ ଭାବେ ଘୋଷଯାତ୍ରା ପରିଚାଳନ କରିବା ଲାଗି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ଯକ୍ଷତାରେ ମଧ୍ଯ ଏକ ବୈଠକ ବସିଥିଲା । ପରିଚାଳନ କମିଟି ସଦସ୍ୟ ଓ ସେବାୟତଙ୍କ ଉପସ୍ଥିତିରେ ଭକ୍ତଙ୍କ ସୁବିଧା ଲାଗି ପର୍ଯ୍ୟାପ୍ତ ଜଳ, ବିଶ୍ରାମସ୍ଥଳୀ ଓ ଆଶୁ ଚିକିତ୍ସ କେନ୍ଦ୍ର ସହ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଛି ।

ଏହା ବି ପଢନ୍ତୁ- Casting couch in Ollywood: ଓଲିଉଡ଼ରେ କାଷ୍ଟିଂ କାଉଚ, ନିର୍ଦ୍ଦେଶକ ଟୁଟୁ ନାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରକୃତି ମିଶ୍ର