Casting couch in Ollywood: ଓଲିଉଡ଼ରେ କାଷ୍ଟିଂ କାଉଚ, ନିର୍ଦ୍ଦେଶକ ଟୁଟୁ ନାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରକୃତି ମିଶ୍ର
Advertisement
Article Detail0/zeeodisha/odisha1730648

Casting couch in Ollywood: ଓଲିଉଡ଼ରେ କାଷ୍ଟିଂ କାଉଚ, ନିର୍ଦ୍ଦେଶକ ଟୁଟୁ ନାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରକୃତି ମିଶ୍ର

Casting couch in Ollywood: ଫିଲ୍ମ ନିର୍ଦ୍ଦେଶକ ଟୁଟୁ ନାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ଜାସ୍ମିନ୍ ରଥ । ସେପଟେ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ଯ ଟୁଟୁ ନାୟକଙ୍କ ନାଁରେ ସିଧା ଅଭିଯୋଗ ଆଣିଛନ୍ତି । 

ସୌ(ସୋସିଆଲ ମିଡିଆ)

Casting couch in ollywood: ଓଲିଉଡ଼ରେ କାଷ୍ଟିଂ କାଉଚ (Casting couch in ollywood) । ଫିଲ୍ମ ନିର୍ଦ୍ଦେଶକ ଟୁଟୁ ନାୟକଙ୍କ (Producer Tutu Nayak) ବିରୋଧରେ ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ଜାସ୍ମିନ୍ ରଥ (Jasmine Rath) । ସେପଟେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ନିର୍ଦ୍ଦେଶକ ଟୁଟୁ ନାୟକଙ୍କ ଉପରେ ବର୍ଷିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ଏନେଇ ପ୍ରକୃତି ଅଭିଯୋଗ କରି କହିଛନ୍ତି ଯେ, ରାତିରେ ସୁଟିଂ ସରିବା ପରେ ଟୁଟୁ ନାୟକ ଅଭିନେତ୍ରୀଙ୍କୁ ପାଖକୁ ଡ଼ାକନ୍ତି । ଯଦି ଅଭିନେତ୍ରୀ ଯିବାକୁ ମନା କରନ୍ତି ତାହାଲେ ତାଙ୍କୁ ଫିଲ୍ମରୁ ବାହାର କରିଦିଆଯାଏ । ଟୁଟୁ ନାୟକ ନବାଗତ ଅଭିନେତ୍ରୀଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଥାଆନ୍ତି । ଏଭଳି ବ୍ୟକ୍ତିଙ୍କୁ ଇଣ୍ତଣ୍ଟ୍ରିରୁ ବ୍ୟାନ୍ ଦେବା ଉଚିତ୍ ବୋଲି ପ୍ରକୃତି କହିଛନ୍ତି ।

ସୂଚନାଯୋଗ୍ୟ, ସେପଟେ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ଯରେ ହୋଇଥିବା ଚାଟିଂରେ ଏଭଳି ତଥ୍ୟା ସାମ୍ନାକୁ ଆସିଛି ଯେଉଁଥିରେ ଅଭିନେତ୍ରୀ ଜାସ୍ମିନ୍ ରଥ (Jasmine Rath) ନିର୍ଦ୍ଦେଶକ ଟୁଟୁ ନାୟକଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, ପେସାଦାର ଜୀବନ ବାହାରେ ତାଙ୍କୁ ବିଳମ୍ବିତ ରାତିରେ ଡ଼କାଯାଉଛି । କଥା ମାନି ନଯିବାରୁ ପରଦିନ ଫିଲ୍ମରୁ ବାହାର କରିଦିଆଯାଉଛି । ଏମିତିକି ପରଦା ଉପରେ ସେ ଚୁମ୍ବନ ଦେବେ କି ନାହିଁ ବୋଲି ପ୍ରଶ୍ନ ପଚରାଯାଉଛି । ଟୁଟୁ ନାୟକ ତାଙ୍କ ସହ କଥା ହେବା ବେଳେ ସବୁବେଳେ ତାଙ୍କ ବ୍ୟକ୍ତଗତ ଜୀବନ ସମ୍ପର୍କରେ ପଚାରୁଥିବା ସେ ଲେଖିଛନ୍ତି । ଏହା କେତେ ଦୂର ଯୁକ୍ତି ଯୁକ୍ତ ଓ ଏହା ଏକ ପ୍ରକାର ମାନସିକ ନିର୍ଯାତନା ବୋଲି ସେ କହିଛନ୍ତି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ବହୁ ଅଭିନେତା ଓ ଅଭିନେତ୍ରୀ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିନେତ୍ରୀ ପ୍ରକୃତି ମିଶ୍ର (Prakruti Mishra) ଟୁଟୁ ନାୟକଙ୍କ ଉପରେ ବର୍ଷିଛନ୍ତି । ଏଭଳି ବ୍ୟକ୍ତିଙ୍କୁ ଇଣ୍ତଣ୍ଟ୍ରିରୁ ବ୍ୟାନ୍ ଠିକ୍ ବୋଲି ସେ କହିଛନ୍ତି । ପ୍ରକୃତ ଆଉ ମଧ୍ଯ କହିଛନ୍ତି ଯେ, ଫିଲ୍ମରେ କାମ ଦେବାକୁ କହି ଅନେକ ନବାଗତ ଝିଅଙ୍କୁ ଟୁଟୁ ନାୟକ ଶୋଷଣ କରିଛନ୍ତି । ବହୁ ଅଭିନେତା ଓ ଲୋକେ ମଧ୍ଯ ଏଥିରେ ସମ୍ପୃକ୍ତ ଅଛିନ୍ତି । ପୀଡ଼ିତା ଝିଅମାନେ କିଭଳି ଟୁଟୁ ନାୟକଙ୍କ ଶୋଷଣର ଶିକାର ହୋଇଛନ୍ତି ଏନେଇ ସେମାନେ ତାଙ୍କୁ ମେସେଜ ମଧ୍ୟ କରିଛନ୍ତି । ଟୁଟୁ ନାୟକ ଓଡ଼ିଆ ଫିଲ୍ମ ଇଣ୍ତଣ୍ଟ୍ରିର (Odia film industry) ଏକ ଅଭ୍ୟାଗତ ଶୋଷଣକାରୀ ଅଟନ୍ତି । ସେ ସବୁବେଳେ ସେ ନୂଆ ଝିଅମାନଙ୍କୁ ଟାର୍ଗେଟ୍ କରିଥାଆନ୍ତି ।

ଏହା ବି ପଢନ୍ତୁ-Adipurush: 'ଆଦିପୁରୁଷ' ଫିଲ୍ମ ପାଇଁ ମାଗଣାରେ ମିଳିବ ୧୦ ହଜାର ଟିକେଟ୍ ! କେମିତି ଜାଣନ୍ତୁ?

ପ୍ରକୃତି ଆଉ ମଧ୍ଯ କହିଛନ୍ତି ଯେ, ଓଡ଼ିଆ ଇଣ୍ତଣ୍ଟ୍ରିର (Odia industry) ସେ କେବେ କାଷ୍ଟିଂ କାଉଚର (Casting couch) ଶିକାର ହୋଇନାହାନ୍ତି । କିନ୍ତୁ ଅତୀତରେ ଘଟିଥିବା ଏକ ଦୁଃଖଦ ଘଟଣା ବେଳେ ଟୁଟୁ ନାୟକ କହିଥିଲେ ଯେ, ଭଲ ପୁଅମାନଙ୍କୁ ଫସାଇବା ଝିଅଙ୍କ କାମ । ତାଙ୍କର ଏହିଭଳି ମନ୍ତବ୍ୟରୁ ତାଙ୍କ ଛୋଟ ଚିନ୍ତାଧାରା ସ୍ପଷ୍ଟ ବାରି ହୋଇପଡୁଛି । ସେ ଏବେ ଲୁଚି ଥିବାବେଳେ ତାଙ୍କ ବିରୋଧରେ ଯେଉଁମାନେ ଅଭିଯୋଗ ଆଣିଛନ୍ତି ତାଙ୍କୁ ଗଣମାଧ୍ୟମକୁ ଡ଼ାକି ପଚରା ଗଲେ ସତ ଜଣାପଡ଼ିବ ବୋଲି ପ୍ରକୃତି କହିଛନ୍ତି । ସେପଟେ ନିଜ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆସିବା ପରେ ଟୁଟୁ ନାୟକ (Tutu Nayak )କହିଛନ୍ତି ଯେ,  “ଇଣ୍ତଣ୍ଟ୍ରି ଜାଣିଛି ସେ କ’ଣ । ପ୍ରକୃତି ଆଣିଥିବା ଅଭିଯୋଗକୁ ସେ ଗୁରୁତ୍ବ ଦେବାକୁ ଚାହୁଁନାହାନ୍ତି” । ତେବେ କିଛି ବର୍ଷ ତଳେ ଓଲିଉଡ଼ର ଏହି କାଷ୍ଟିଂ କାଉଚ ଝଡ଼ ଅନେକ ଅଭିନେତା ଓ ନିର୍ଦ୍ଦେଶକୁ ନାକେଦମ୍ କରିଥିବା ବେଳେ ପ୍ରକୃତିଙ୍କ ଏହି ଅଭିଯୋଗ ପରେ ପୁଣିଥରେ ଓଲିଉଡ଼ ଇଣ୍ତଣ୍ଟ୍ରିରେ କାଷ୍ଟିଂ କାଉଚ ଝଡ଼ ମୁଣ୍ତ ଟେକିଛି ।