Rath Yatra 2023: ରଥଯାତ୍ରାକୁ ନେଇ ‘ମନ୍ କି ବାତ୍’ରେ କିଛି ଏଭଳି କହିଲେ ମୋଦି..
Advertisement
Article Detail0/zeeodisha/odisha1742939

Rath Yatra 2023: ରଥଯାତ୍ରାକୁ ନେଇ ‘ମନ୍ କି ବାତ୍’ରେ କିଛି ଏଭଳି କହିଲେ ମୋଦି..

Rath Yatra 2023: ଦିନକ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଇତି ମଧ୍ଯରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ତେବେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା (Rath Yatra 2023) ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ (Mann ki baat) କାର୍ଯ୍ୟକ୍ରମରେ  ରଥଯାତ୍ରାକୁ ନେଇ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ।

ସୌ(ସୋସିଆଲ ମିଡିଆ)

Rath Yatra 2023: ଦିନକ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା (Rath Yatra 2023)। ଭାଇ ଉଉଣୀକୁ ସାଙ୍ଗରେ ଧରି ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବାହୁଡ଼ିବେ ମହାପ୍ରଭୁ । ଏନେଇ ଚଳଞ୍ଚଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ପୁରୀ । ଜଗତର ନାଥ ଜଗନ୍ନାଥଙ୍କୁ ପାଖରେ ଦେଖିବା ଲାଗି ଚାତକ ପରି ଚାହିଁ ରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଇତି ମଧ୍ଯରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ତେବେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ନେଇ (Rath Yatra 2023) ‘ମନ୍ କି ବାତ୍’ (Mann ki baat) କାର୍ଯ୍ୟକ୍ରମରେ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Narendra Modi) ମନ୍ କି ବାତ୍ କାର୍ଯ୍ୟକ୍ରମର ଆଜି ୧୦୨ତମ ସଂସ୍କରଣ ଅଟେ । ଚଳିତ ମାସ ସପ୍ତାହେ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏନେଇ ମୋଦି କହିଛନ୍ତି, ‘ସାଧାରଣତଃ ସପ୍ତାହର ଶେଷ ରବିବାର ଦିନ ମନ୍ କି ବାତ୍ କାର୍ଯ୍ୟକ୍ରମ ହୋଇଥାଏ । କିନ୍ତୁ ଆପଣ ମାନେ ଜାଣିଛନ୍ତି ମୁଁ ଆସନ୍ତା ସପ୍ତାହରେ ଆମେରିକା ଗ୍ରସ୍ତରେ ଯାଉଛି । ସେଠାରେ କାର୍ଯ୍ୟରେ ବହୁତ ବ୍ୟସ୍ତ ରହିବି । ସେଥିଲାଗି ମୁଁ ଭାବିଲି ଯିବା ପୂର୍ବରୁ ଆପଣ ମାନଙ୍କ ସହ କଥାବାର୍ତ୍ତା କରିବା ଭଲ ହେବ’ । ଏହି ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୋଦି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା (Rath Yatra) ଲାଗି ଶୁଭେଚ୍ଛା ଜଣାଇଛନ୍ତି । ଏଥିରେ ମୋଦି ‘ରଥଯାତ୍ରାକୁ ଅଭୁତ କହିବା ସହ ଆଉ ମଧ୍ଯ କହିଛନ୍ତି ଯେ, ରଥଯାତ୍ରାରେ ପ୍ରତ୍ୟେକ ବର୍ଗ ସାମିଲ ହେବା ବାସ୍ତବରେ ଅନୁକରଣୀୟ । ଏହା ଗୋଟିଏ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ ଅଟେ । ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସୁଖ, ସମୃଦ୍ଧି ଓ ସୁସ୍ଥ ରଖନ୍ତୁ ମୁଁ ଏତିକି କାମନା କରୁଛି ।

ସେପଟେ, ତିନି ରଥର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ଶନିବାର ଦିନ ଜଳଯନ୍ତ୍ରରେ ପାର୍ଶ୍ବ ଦେବାଦେବୀ ଓ ଶିଖର ଡମ୍ବରୁ ଲାଗିବା ଶେଷ ହୋଇଛି । କେବଳ ପ୍ରଭା ଲାଗିବା ବାକି ଥିବା ବେଳେ ଏହାର ରଙ୍ଗ କାର୍ଯ୍ୟ ଜାରି ରହିଛି । ସିଂହଦ୍ବାର ଚକଡ଼ାରେ ତିନି ରଥ ପହଁଞ୍ଚିବା ପରେ ତିନି ସାରଥୀଙ୍କୁ ରଥ ଉପରକୁ ନିଆଯିବ । ଅନ୍ୟପଟେ ଶନିବାର ଦିନ ଠାରୁ ତିନି ରଥର କନାମଣ୍ତଣି ଆରମ୍ଭ ହୋଇଛି । କୋଠ ସୁଆଁସିଆମାନଙ୍କ ଦ୍ବାରା କନାମଣ୍ତଣି କାର୍ଯ୍ୟର ଆଜି ଅନୁକୂଳ ହୋଇଛି । ଦରଜି ସେବକମାନେ ତିନି ରଥର କନା ତିଆରି ଶେଷ କରି ଦେବା ପରେ କୋଠ ସୁଆଁସିଆମାନେ ଆଜି ତିନି ରଥର ଦୁଆର ବେଢାରେ କନା ପକାଇଛନ୍ତି । ଶ୍ରୀଗୁଣ୍ତିଚା ଯାତ୍ରା ପୂର୍ବରୁ ସମସ୍ତ କନା କାମ ଶେଷ ହେବ । ତିନି ଠାକୁରଙ୍କ ପାଇଁ ୨ଟି ଲେଖାଏଁ, ୬ ସିଂହାସନ ଚାନ୍ଦୁଆ ତିଆର ହେବ । ସୂଚନାଯୋଗ୍ୟ, ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ଯ ତାଳବଣିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ବର ଓ କୋଣାର୍କ ଆଡୁ ଆସୁଥିବା ସମସ୍ତ ଗାଡ଼ି ଲାଗି ଏଠାରେ ପାର୍କିଂ ବ୍ୟବସ୍ଥା ହୋଇଛି । ତାଳବଣିଆ ପଡ଼ିଆରେ ବାରିକେଡ଼ିଂ ବ୍ୟବସ୍ଥା ସହ ପ୍ରବେଶ ପଥରେ ଚେକିଂ ପଏଣ୍ଟ କରାଯାଇଛି । ସେହିଭଳି ବ୍ରହ୍ମଗିରି ପାର୍ଶ୍ବରୁ ଆସୁଥିବା ଗାଡ଼ି ମଙ୍ଗଳା ଘାଟ ଛକ ନିକଟରେ ପାର୍କିଂ କରାଯିବ ।

ଅନ୍ୟପଟେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହୀ ବସ୍ ମାଲତୀପାଟପୁର ବସଷ୍ଟାଣ୍ତରେ ପାର୍କିଂ ହେବ । ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଥି ଅସ୍ଥାୟୀ ବିଶ୍ରାମସ୍ଥଳୀ ସାଙ୍ଗକୁ ଶୌଚାଳୟ ଓ ମୋବାଇଲ ଟଏଲେଟ୍ ବ୍ୟବସ୍ଥା କରାଯାଇଛି । ପୁରୀକୁ ଯାତାୟତ କରୁଥିବା ଦୈନିକ ବସକୁ ଛାଡ଼ି ଦେଲେ ଚଳିତ ବର୍ଷ ଘୋଷଯାତ୍ରା ଲାଗି ବିଭିନ୍ନ ରୁଟ୍ ରେ ୨୫୦ଟି ସ୍ବତନ୍ତ୍ର ବସ ଚାଲିବା ନେଇ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଭଡ଼ା ଓ ଠକେଇ ସହ ଅନ୍ୟାନ୍ୟ ପରିବହନଗତ ସମସ୍ୟା ଉପରେ ନଜର ରଖିବା ଲାଗି ସ୍ବତନ୍ତ୍ର ସ୍କ୍ବାଡ଼ଙ୍କୁ ନିୟୋଜିତ କରାଯିବ। ଭକ୍ତ ଓ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଲାଗି ଅସ୍ଥାୟୀ ପୋଲିସ ପୋଷ୍ଟ କରାଯାଇଛି। ସେହିପରି ଡାକବାଜି ଯନ୍ତ୍ର ସାହାଯ୍ୟରେ ବସର ଗମନାଗମନ ସମ୍ପର୍କରେ ସୂଚନା ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।