ଆଗକୁ Snan Purnima-Rathyatra; କୋଭିଡ କଟକଣା ମଧ୍ୟରେ ଆୟୋଜନ କରୁଛି ପ୍ରଶାସନ
Advertisement
Article Detail0/zeeodisha/odisha917875

ଆଗକୁ Snan Purnima-Rathyatra; କୋଭିଡ କଟକଣା ମଧ୍ୟରେ ଆୟୋଜନ କରୁଛି ପ୍ରଶାସନ

କୋରୋନା କଟକଣା ପାଳନ କରି ସ୍ନାନ ପୂର୍ଣ୍ଣିମା-ରଥଯାତ୍ରା ଆୟୋଜନ କରୁଛି ଶ୍ରୀମନ୍ଦିର ପ୍ରଶାସନ। 

ଆଗକୁ Snan Purnima-Rathyatra; କୋଭିଡ କଟକଣା ମଧ୍ୟରେ ଆୟୋଜନ କରୁଛି ପ୍ରଶାସନ

ପୁରୀ: ଚଳିତ ବର୍ଷ ବିନା ଭକ୍ତରେ ହେବ ରଥଯାତ୍ରା କୋଭିଡ ସ୍ଥିତି ଉପରେ ଏସଆରସି ସମୀକ୍ଷା କରିବା ପରେ ଏନେଇ କରାଯାଇଛି ଘୋଷଣା। ସେପଟେ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରା ନେଇ ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଭିତର ସେବାୟତ ନିଯୋଗ ସହ ଆଲୋଚନା ସରିଥିବା ବେଳେ ଖୁବ ଶୀଘ୍ର ଛତିଶା ନିଯୋଗ ଡାକି ସ୍ନାନ ପୁର୍ଣ୍ଣିମାକୁ ନେଇ ଚୁଡାନ୍ତ ଏସଓପି କରାଯିବ। 

ଏହା ସହିତ ରଥଯାତ୍ରା (Rathyatra 2021) ପୂର୍ବରୁ ସମସ୍ତ ସେବାୟତଙ୍କୁ ଦୁଇଟି ଡୋଜ ଟିକା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଗତବର୍ଷ ରଥଯାତ୍ରା ଆୟୋଜନ କରିବାକୁ ନେଇ ଯେଉଁ ବ୍ୟବସ୍ଥା କରାଯାଇଥିଲା ତାହାକୁ ଅନୁଧ୍ୟାନ କରି ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ସେପଟେ ରଥ ନିର୍ମାଣ ସେବକ ମଧ୍ୟ ଟିକାକରଣ ପ୍ରସଙ୍କ ଉଠାଇଥିବା ବେଳେ ସେମାନେ ପ୍ରଶାସନିକ ନିଷ୍ପତିକୁ ସ୍ୱାଗତ କରିଥିବା ସହ କୋଭିଡ ସମୟରେ ସମ୍ପୂର୍ଣ ସହଯୋଗ କରିବେ ବୋଲି କହିଛନ୍ତି।

Also Read: Rathyatra 2021: ଆୟୋଜନ ନେଇ ଜୋରସୋରରେ ପ୍ରସ୍ତୁତି କରୁଛି Srimandir Administration

ଏବେ ରଥଯାତ୍ରା ବିନା ଭକ୍ତରେ ସୀମିତ ସଂଖ୍ୟକ ସେବାୟତ ଏବଂ କର୍ମଚାରୀଙ୍କୁ ନେଇ ଆୟୋଜନ କରିବାକୁ ନିୟମ ରହିଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ଦଇତାପତି ନିଯୋଗ। କାରଣ ସ୍ନାନ ପୂର୍ଣ୍ଣିମାରୁ (Snan Purnima 2021) ଦଇତାପତି ନିଯୋଗର ଗୋଷ୍ଠୀଗତ ସେବା ଆରମ୍ଭ ହୋଇଥିବା ବେଳେ ପହଣ୍ଡିରୁ ଆରମ୍ଭ କରି ଅଣସର କାର୍ଯ୍ୟ ସହ ରଥଯାତ୍ରା ସମୟରେ ପ୍ରମୁଖ ଭୂମିକା ରହିଥାଏ। 

ଅନେକ ସେବାୟତ ଗୋଟିଏ ଡୋଜ ଟିକା ନେଇଥିବା ବେଳେ ଦ୍ୱିତୀୟ ଡୋଜ ନେଇନାହାଁନ୍ତି। ନିୟମକୁ ଦେଖିଲେ କୋଭିଡ ଟେଷ୍ଟ ରିପୋର୍ଟ ହେବ ହେଲେ ଟିକାକରଣ ସମ୍ପୂର୍ଣ ପାଇଁ ପ୍ରଶାସନିକ ସ୍ତରରେ ହୋଇଥିବା ବ୍ୟବସ୍ଥାକୁ କୋହଳ କରାଯିବା ଦରକାର। ଏହା ସହିତ ଅନେକ ସେବାୟତଙ୍କ କ୍ଷେତ୍ରରେ କଟକଣା କଲେ ଏହାକୁ ବିରୋଧ କରାଯିବ। କାରଣ ସେବାୟତ ଗତବର୍ଷ ରଥଯାତ୍ରାରେ ନୀତି ସମ୍ପାଦନ କରିବା ସହ ରଥ ଟାଣିଥିଲେ। ଏହାକୁ ନଜରରେ ରଖି କଟକଣା ଜାରି କଲେ ସମସ୍ୟା ସୃଷ୍ଟି ହେବ ବୋଲି କହିଛନ୍ତି ଦଇତାପତି ନିଯୋଗ ସଭାପତି ରବୀନ୍ଦ୍ର ଦାଶ ମହାପାତ୍ର ଏବଂ ବରିଷ୍ଠ ଦଇତାପତି ବିନାୟକ ଦାଶ ମହାପାତ୍ର। 

Also Read: ଜୋରସୋରରେ ଚାଲିଛି ରଥ ନିର୍ମାଣ; ବିନା ବିନାଭକ୍ତରେ ପାଳିତ ହେବ ଦେବସ୍ନାନ ପୂର୍ଣ୍ଣିମା

ଉଭୟ ସ୍ନାନ ପୂର୍ଣ୍ଣିମା (Snan Purnima 2021) ସହ ରଥଯାତ୍ରାକୁ ବିନା ଭକ୍ତରେ ଆୟୋଜିତ କରିବା ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ଭାବେ ଉଭାହୋଇଛି। ପ୍ରାରମ୍ଭିକ ସ୍ତରରେ ପୁରୀ ପୋଲିସ ପ୍ରଶାସନ (Puri Police Adminstration), ଶ୍ରୀମନ୍ଦିର ପ୍ରଶାସନ (Srimandir Administration), ସେବାୟତ ନିଯୋଗଙ୍କ ସହ ଆଲୋଚନା କରାଯାଇଛି। ସ୍ନାନ ପୁର୍ଣିମା ପାଇଁ ଗତବର୍ଷ ଯେଭଳି ବ୍ୟବସ୍ଥା କରାଯାଇଥିଲା ସେହି ବ୍ୟବସ୍ଥା କରାଯିବ। 

Also Read: Rathyatra 2021: ପୂର୍ଣ୍ଣାଙ୍ଗ ଟିକାକରଣ ପାଇଁ ଦାବି ଜଣାଇଲେ ଶ୍ରୀମନ୍ଦିର ସେବାୟତ

ଛତିଶା ନିଯୋଗ ବୈଠକରେ ହେବାକୁ ଥିବା ଆଲୋଚନା ପରେ ଚୂଡାନ୍ତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର-ଏସଓପି (Standard Operating Procedure-SOP) କରାଯିବ। ସେପଟେ ରଥଯାତ୍ରା ସମୟରେ ପୁରୀ ସହରରେ କର୍ଫ୍ୟୁ ଲଗାଇବା ପାଇଁ ଆସିଥିବା ସୂଚନା ନେଇ ସ୍ୱତନ୍ତ୍ର ବୈଠକ କରି ଏନେଇ ବ୍ୟବସ୍ଥା କରାଯିବ ବୋଲି ଜଣାଇଛନ୍ତି ପୁରୀ ଜିଲ୍ଲାପାଳ (Puri Collector) ସମର୍ଥ ବର୍ମା (Samarth Verma)। ଚଳିତ ବର୍ଷ ଜୁଲାଇ ୧୨ ତାରିଖରେ ପାଳିତ ହେବ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ସେହିପରି ଚଳିତ ମାସ ୨୪ ତାରିଖରେ ପଡୁଛି ସ୍ନାନ ପୂର୍ଣ୍ଣିମା। କୋଭିଡ କଟକଣାରେ ଏବଂ ବିନା ଭକ୍ତରେ ରଥଯାତ୍ରା କରିବା ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ।