ସୌନ୍ଦର୍ଯ୍ୟ ସହ ସବୁଜିମା ଝଲସିବ ଜଗନ୍ନାଥ ଧାମ
Advertisement
Article Detail0/zeeodisha/odisha612181

ସୌନ୍ଦର୍ଯ୍ୟ ସହ ସବୁଜିମା ଝଲସିବ ଜଗନ୍ନାଥ ଧାମ

ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରର ହେବ ନବ କଳେବର ।

ସୌନ୍ଦର୍ଯ୍ୟ ସହ ସବୁଜିମା ଝଲସିବ ଜଗନ୍ନାଥ ଧାମ

ପୁରୀ: ଝଲସୁଛି ଶ୍ରୀମନ୍ଦିର ଓ ସିଂହଦ୍ୱାର । ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରର ହେବ ନବ କଳେବର । ନୂଆବର୍ଷର ପହିଲି ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ଗୋଟିଏ ପଟେ ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀର ମଧ୍ୟରୁ ୭୫ମିଟର ଭିତରେ ଉଚ୍ଛେଦ ଜାରି ରହିଥିବା ବେଳେ ଏବେ ସିଂହଦ୍ଵାର ଆଗକୁ ସୌନ୍ଦର୍ଯ୍ୟ ଓ ସବୁଜିମା ଭରା କରିବା ପାଇଁ ପ୍ରଶାସନ ତତ୍ପରତା ଦେଖାଇଛି । ଅତ୍ୟାଧୁନିକ ସେଡ୍, ବଡଛତା ମଠ, ଗୋପବନ୍ଧୁ ଷ୍ଟାଚ୍ୟୁ  ଲଙ୍ଗୁଳିମଠ , ଏମାରମଠ ଚକଡାକୁ ଲାଗି ଗତକାଲି ଠାରୁ ଗଛ ଲଗାଇବା ଆରମ୍ଭ କରାଯାଇଛି । ଯେଉଁଠି ଗଛ ଲଗାଇବା ସମ୍ଭବ ନୁହଁ ସେଠାରେ ବଡବଡ କୁଣ୍ଡରେ ଗଛ ଲଗାଯାଇଛି । ଖାଲି ଥିବା ଅଂଶର ବିକାଶ କରାଯାଉଛି । ଯେଭଳି ଶ୍ରୀମନ୍ଦିର ସମ୍ମୁଖ ଭାଗରେ ସୁନ୍ଦର  ପରିବେଶ ସୃଷ୍ଟି ହେବ ସେନେଇ ବିଭିନ୍ନ ବ୍ୟବସ୍ଥା କରାଯାଉଛି । 
ସ୍ୱତନ୍ତ୍ର ଅତ୍ୟାଧୁନିକ ସେଡ୍, ପଦ ପ୍ରକ୍ଷାଳନ ପାଇଁ ସେଡ୍ ପାଖରେ ଏକ ଅଟୋ ସ୍ପ୍ରେ ମେସିନ ରହିବ । ଯାହାକି ଭକ୍ତମାନେ ଗୋଡ ଧୋଇବାକୁ ଆଉ କୂଅ ପାଖକୁ ଯିବାକୁ ପଡିବ ନାହିଁ। ଧାଡିରେ ଥିବା ସମୟରେ ପାଦ ଆପେଆପେ ଧୋଇହୋଇଯିବ। ତେବେ ନୂଆବର୍ଷରେ ଶ୍ରୀମନ୍ଦିର ଓ ସିଂହଦ୍ୱାର ଏକ ନୂତନ ରୂପରେ ଉଭା ହେବ। ଯାହା ଭକ୍ତଙ୍କ ମଧ୍ୟରେ ଏକ ନିଆରା ଅନୁଭୂତି ସୃଷ୍ଟି କରିବ ବୋଲି ଜଣାପଡିଛି ।

ଆହୁରି ପଢନ୍ତୁ: ୨୫ରେ ରାତି ତମାମ ଖୋଲା ରହିବ ଶ୍ରୀମନ୍ଦିର