୨୫ରେ ରାତି ତମାମ ଖୋଲା ରହିବ ଶ୍ରୀମନ୍ଦିର
Advertisement

୨୫ରେ ରାତି ତମାମ ଖୋଲା ରହିବ ଶ୍ରୀମନ୍ଦିର

 ସୂର୍ଯ୍ୟପରାଗକୁ ନେଇ ଡିସେମ୍ବର ୨୫ ରାତି ତମାମ ଖୋଲା ରହିବ ଶ୍ରୀମନ୍ଦିର  ।

 ୨୫ରେ ରାତି ତମାମ ଖୋଲା ରହିବ ଶ୍ରୀମନ୍ଦିର

ପୁରୀ: ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ସରିଛି ଛତିଶା ନିଯୋଗ ବୈଠକ । ପହିଲି ଭୋଗ ନୀତି କାନ୍ତି, ମକର ସଂକ୍ରାନ୍ତି ଆଦି ନୀତିକୁ ନେଇ ହୋଇଛି ଆଲୋଚନା । ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ଚଳିତ ମାସ ୨୬ରେ ହେବାକୁ ଥିବା ଖଣ୍ଡଗ୍ରାସ କେତୁଗ୍ରସ୍ତ ସୂର୍ଯ୍ୟପରାଗକୁ ନେଇ ନୀତି ନିର୍ଘଣ୍ଟ । ଡିସେମ୍ବର ୨୫ ରାତି ତମାମ ଶ୍ରୀମନ୍ଦିର ଖୋଲା ରହିବାକୁ ଥିବା ସହ ଭକ୍ତମାନେ ସକାଳ ପର୍ଯ୍ୟନ୍ତ ଦର୍ଶନ ପାଇବେ । ତାସହ  ୨୬ ତାରିଖ  ଦିନ ସକାଳ ୮ଟା ୨୦ରେ ସୂର୍ଯ୍ୟପରାଗ ଆରମ୍ଭ ହେଲେ ଶ୍ରୀମନ୍ଦିରରେ ହେବ ଦେବ ନୀତି । ସେପଟେ ନୂଆବର୍ଷ ପାଇଁ ମଧ୍ୟ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଡିସେମ୍ବର ୩୧ ତାରିଖ ରାତ୍ର୧୧ଟା ସୁଦ୍ଧା ପହୁଡ ନୀତି କରାଯିବାକୁ ଥିବା ବେଳେ ଜାନୁଆରୀ ୧ ନୂଆବର୍ଷ ଦିନ ରାତ୍ର ୨ଟାରୁ ଦ୍ୱାରଫିଟା ନୀତି ହେବାକୁ ବୈଠକରେ ସ୍ଥିର କରାଯାଇଛି । ଜାନୁଆରୀ ୮ରେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ନେଇ ଶୁଣାଣି  ଥିବାରୁ ଚଳିତ ମାସ ୨୦ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସେ ନେଇ ଆଲୋଚନା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । 

 ଡିସେମ୍ବର ୨୫ ରାତି ତମାମ ଶ୍ରୀମନ୍ଦିର ଖୋଲା ରହିବାକୁ ଥିବା ସହ ଭକ୍ତମାନେ ସକାଳ ପର୍ଯ୍ୟନ୍ତ ଦର୍ଶନ ପାଇବେ । ତା ସହ ୨୬ ତାରିଖ ଦିନ ସକାଳ ୮ଟା ୨୦ରେ ସୂର୍ଯ୍ୟପରାଗ ଆରମ୍ଭ ହେଲେ ଶ୍ରୀମନ୍ଦିରରେ ହେବ ଦେବ ନୀତି । ସେପଟେ ନୂଆବର୍ଷ ପାଇଁ ମଧ୍ୟ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଡିସେମ୍ବର ୩୧ ତାରିଖ ରାତ୍ର ୧୧ଟା ସୁଦ୍ଧା ପହୁଡ ନୀତି କରାଯିବାକୁ ଥିବା ବେଳେ ଜାନୁଆରୀ ୧ ନୂଆବର୍ଷ ଦିନ ରାତ୍ର ୨ଟାରୁ ଦ୍ୱାର ଫିଟା ନୀତି ହେବାକୁ ବୈଠକରେ ସ୍ଥିର କରାଯାଇଛି । ପୁଣି ଜାନୁଆରୀ ୮ରେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ନେଇ ଶୁଣାଣୀ ଥିବାରୁ ଚଳିତ ମାସ ୨୦ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସେ ନେଇ ଆଲୋଚନା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ଅନ୍ୟପଟେ ପହିଲି ଭୋଗ ନୀତି ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇସାରିଥିବା ବେଳେ ବୈଠକ କାହିଁକି ବିଳମ୍ବରେ କରାଗଲା ସେ ନେଇ ନିଯୋଗ ସଦସ୍ୟ ବୈଠକରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେପଟେ ସୂର୍ଯ୍ୟପରାଗକୁ ନେଇ ସବୁଆଡେ ସଂନ୍ଧ୍ୟା ୮ଟା ୨୦ରୁ ଦେବ ନୀତି ଓ ପାକ ନିଷେଧ ହୋଇଥିବା ବେଳେ କେବଳ ମହାପ୍ରଭୂଙ୍କର ସୂର୍ଯ୍ୟପରାଗ ଲାଗିରେ ନୀତି ଆରମ୍ଭ ହେବ ବୋଲି କହିଛନ୍ତି ଜ୍ୟୋର୍ତିବିଦ ।

ଶ୍ରୀମନ୍ଦିର ନୀତି ଅନୁଯାୟୀ ୨୫ରେ ସଂନ୍ଧ୍ୟା ୮ଟା୨୦ ମିନିଟରୁ ପାକ ତ୍ୟାଗ, ଅନ୍ନ ଭୋଜନ, ପାକ ଦ୍ରବ୍ୟ ଓ ଦେବ ନୀତି ନିଷେଧ  । ତା ପରଦିନ ୨୬ ତାରିଖ   ଖଣ୍ଡଗ୍ରାସ କେତୁଗ୍ରସ୍ତ ସୂର୍ଯ୍ୟପରାଗ ସ୍ପର୍ସ ରହିଥିବାରୁ ୮ଟା ୨୦ ମିନିଟ ୮ ସେକେଣ୍ଡ ପରେ ଗ୍ରହଣ ମହାସ୍ନାନ, ତଡପ ମଇଲମ ବେଶ, ମଙ୍ଗଳଆଳତୀ, ଅବକାଶ, ରୋଷହେମ, ସୂର୍ଯ୍ୟପୁଜା, ଦ୍ୱାରପାଳ ପୁଜା ,ଗ୍ରହଣ ସାଧା ବେଶ ହୋଇ ଗ୍ରହଣ ଭୋଗ ଲାଗି ହେବ । ତା ପରେ ମଇଲମ ବେଶ , ଗୋପାଳ ବଲ୍ଲଭ ପରେ ପହିଲି ଭୋଗ ଓ ସକାଳ ଧୁପ ନୀତି ହେବ । ଏହାପରେ ଗୁରୁବାର ମାଜଣା ଓ ଏକାନ୍ତ ନୀତି ଆଦି ଅନୁଷ୍ଠିତ ହେବ । ତେଣୁ ଡିସେମ୍ବର ୨୫ ବଡଦିନ ଥିବା ସହ ପୁଣି ରାତ୍ର ତମାମ ଦର୍ଶନ ସୂର୍ଯ୍ୟପରାଗକୁ ନେଇ ଖୋଲା ରହୁଥିବାରୁ ଭକ୍ତମାନେ ନିର୍ଦ୍ୱନ୍ଦରେ ଶ୍ରୀଜିଉମାନଙ୍କ ଦର୍ଶନର ସୁବିଧା ପାଇପାରିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେପଟେ ନୂଆବର୍ଷ ପାଇଁ ମଧ୍ୟ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା   । ଡିସେମ୍ବର ୩୧ ତାରିଖ ରାତ୍ର ୧୧ଟା ସୁଦ୍ଧା ପହୁଡ ନୀତି କରାଯିବାକୁ ଥିବା ବେଳେ ଜାନୁଆରୀ ୧ ନୂଆବର୍ଷ ଦିନ ରାତ୍ର ୨ଟାରୁ ଦ୍ୱାରଫିଟା ନୀତି ହେବାକୁ ବୈଠକରେ ସ୍ଥିର କରାଯାଇଛି  । ପୁଣି ଜାନୁଆରୀ ୮ରେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ନେଇ ଶୁଣାଣୀ ଥିବାରୁ ଚଳିତ ମାସ ୨୦ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସେ ନେଇ ଆଲୋଚନା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି  ।  

ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି । ତେଣୁ ପହିଲି ଭୋଗ ନୀତି ଆରମ୍ଭ ହୋଇଯାଇଥିବାରୁ ତିନି ଦିନ ପରେ ଛତିଶା ନିଯୋଗ ବୈଠକ ହେବା କାହିଁକି ବିଳମ୍ବ ହେଲା ବୋଲି ବୈଠକରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ବିଭିନ୍ନ ନିଯୋଗର ପ୍ରତିନିଧି  । ସେପଟେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେପଟେ ଛତିଶା ନିଯୋଗ ବୈଠକରେ ଡିସେମ୍ବର ୨୬ରେ ସୂର୍ଯ୍ୟପରାଗ , ଜାନୁଆରୀ ୧ରେ ନୂଆବର୍ଷର ବ୍ୟବସ୍ଥା , ଜାନୁଆରୀ ୧୦ରେ ଦେବାଭିଷେକ ପୁର୍ଣିମା ନୀତି ,ଜାନୁଆରୀ ୧୪ରେ ମକର ସଂକ୍ରାନ୍ତି ନୀତିକୁ ନେଇ ହୋଇଛି ସମୟ ନିର୍ଘଣ୍ଟ । ସେବାୟତମାନେ ନୀତି ସଠିକ ଭାବେ କରିବେ ବୋଲି ସମ୍ମତି ପ୍ରକାଶ  କରିଛନ୍ତି  । ଅନ୍ୟପଟେ ସୂର୍ଯ୍ୟପରାଗକୁ ନେଇ ସବୁଆଡେ ଦେବ ନୀତି ନିଷେଧ ରହିଥିବା ବେଳେ କେବଳ ଶ୍ରୀମନ୍ଦିରରେ ପରାଗ ଆରମ୍ଭ ହେଲେ ନୀତି ଆରମ୍ଭ ହେବ ଶ୍ରୀମନ୍ଦିରରେ । ତେବେ ଡିସେମ୍ବର ୨୬ ଗୁରୁବାର ସୂର୍ଯ୍ୟପରାଗ ଦିନ ଗ୍ରହଣ ଆରମ୍ଭ ୮ଟା ୨୨ରେ ଓ ଗ୍ରହଣ ମୋକ୍ଷ ୧୧ଟା ୨୯ରେ ହେବ । ପାକ ତ୍ୟାଗ ତା ପୂର୍ବଦିନ ୮ଟା ୨୦ରୁ ପାଳନ କରାଯିବ । ଗ୍ରହଣ ଦର୍ଶନ ମେଷ , ବୃଷ , ମିଥୁନ , ଧନୁ , ମକର , ମୀନ ରାଶି ପାଇଁ ଅଶୁଭ ରହିଛି ବୋଲି କହିଛନ୍ତି ଜୋତିର୍ବିଦ।