Matric Exam: ପରୀକ୍ଷା ପୂର୍ବରୁ ଲିକ୍ ହୋଇଛି ମାଟ୍ରିକ୍ ପ୍ରଶ୍ନପତ୍ର
Advertisement
Article Detail0/zeeodisha/odisha2129240

Matric Exam: ପରୀକ୍ଷା ପୂର୍ବରୁ ଲିକ୍ ହୋଇଛି ମାଟ୍ରିକ୍ ପ୍ରଶ୍ନପତ୍ର

Matric Exam: ମାଟ୍ରିକ୍ ପରୀକ୍ଷାରେ ଲିକ୍ ହୋଇଛି ପ୍ରଶ୍ନପତ୍ର। ପରୀକ୍ଷା ପୂର୍ବ ଭାଇରାଲ ହୋଇଛି ଗଣିତ ପ୍ରଶ୍ନପତ୍ର।କେନ୍ଦୁଝର ଜିଲ୍ଲାରେ ପରୀକ୍ଷା ପୂର୍ବରୁ ଗଣିତ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ସାମ୍ନାକୁ ଆସିଛି। ମାତ୍ର ବୋର୍ଡ କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ଲିକ ଖବରକୁ ଖାରଜ କରୁଛନ୍ତି।

ଏଆଇ ବ୍ୟବହାର କରି ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା କରାଯାଉଛି ବୋଲି ବୋର୍ଡ କହୁଥିବା ବେଳେ ଇଂରାଜୀ ଭଳି ଗଣିତ ପରୀକ୍ଷାର ପ୍ରଶ୍ନପତ୍ର ପରୀକ୍ଷା ଆଗରୁ ଭାଇରାଲ  ହେବା ପ୍ରସଙ୍ଗ ସମସ୍ତଙ୍କୁ ଚକିତ କରିଛି। ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଏବଂ ଛାତ୍ରଛାତ୍ରୀ ସାମ୍ନା କରିଥିବା ପ୍ରଶ୍ନପତ୍ର ସମାନ ବୋଲି ଅଭିଯୋଗ ହୋଇଛି। ଏ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ପରୀକ୍ଷା ପରିଚାଳନା ଉପରେ ଉଠିଛି ବଡ଼ ପ୍ରଶ୍ନବାଚୀ। ତେବେ ଏଭଳି ତୃଟି ଯୋଗୁ ପରୀକ୍ଷା ପରୀକ୍ଷା ଫଳରେ ପାତର-ଅନ୍ତରତା ଦେଖିବାକୁ ମିଳିପାରେ। ପାଠ ପଢିନଥିବା ପିଲା ଅସାଧୁ ଉପାୟରେ ଭଲ ମାର୍କ ପାଇବେ ଆଉ ବର୍ଷଯାକ ପରିଶ୍ରମ କରିଥିବ ମେଧାବୀ ଛାତ୍ରଛାତ୍ରୀ ନିରୁତ୍ସାହିତ ହେବେ ।

ତେବେ ଏଭଳି ଏକ ବଡ଼ ତୃଟିକୁ ସୁଧାରିବା ପାଇଁ ଅଭିଯୋଗ ହୋଇଛି। ସେପଟେ ସମାନ କେନ୍ଦୁଝର ଜିଲ୍ଲାରୁ ହିଁ ଇଂରାଜୀ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ଆଉ ସମାନ ସ୍ଥାନରୁ ଗଣିତ ପରୀକ୍ଷା ପ୍ରଶ୍ନ ଆଗୁଆ ପ୍ରଘଟ ହୋଇଛି । ବୋର୍ଡ ଏହା ଉପରେ ବିହିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।