ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ବ୍ୟତୀତ ରାଜ୍ୟପାଳଙ୍କ ପାଖରେ ଥିଲା ଏହି ବିକଳ୍ପ
Advertisement

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ବ୍ୟତୀତ ରାଜ୍ୟପାଳଙ୍କ ପାଖରେ ଥିଲା ଏହି ବିକଳ୍ପ

ମହାରାଷ୍ଟ୍ରରେ ଚାଲିଥିବା ଦୀର୍ଘ ୧୮ ଦିନର ହାଇଭୋଲ୍ଟେଜ ରାଜନୈତିକ ଡ୍ରାମା ଶେଷ ହୋଇଛି । ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । କୌଣସି ଦଳ ଆବଶ୍ୟକ ମ୍ୟାଜିକ ନମ୍ୱର ଯୋଗାଡ଼ ନ କରିବାରୁ ରାଜ୍ୟପାଳ ଭଗତ ସିଂହ କେଶୟାରୀ ରାଷ୍ଟ୍ରପତି ଶାସନ ପାଇଁ କେନ୍ଦ୍ରକୁ ସୁପାରିଶ କରିଥିଲେ ।

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ବ୍ୟତୀତ ରାଜ୍ୟପାଳଙ୍କ ପାଖରେ ଥିଲା ଏହି ବିକଳ୍ପ

ମୁମ୍ୱାଇ: ମହାରାଷ୍ଟ୍ରରେ ଚାଲିଥିବା ଦୀର୍ଘ ୧୮ ଦିନର ହାଇଭୋଲ୍ଟେଜ ରାଜନୈତିକ ଡ୍ରାମାର ଅନ୍ତ ଘଟିଛି । ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । କୌଣସି ଦଳ ଆବଶ୍ୟକ ମ୍ୟାଜିକ ନମ୍ୱର ଯୋଗାଡ଼ ନ କରିବାରୁ ରାଜ୍ୟପାଳ ଭଗତ ସିଂହ କେଶୟାରୀ ରାଷ୍ଟ୍ରପତି ଶାସନ ପାଇଁ କେନ୍ଦ୍ରକୁ ସୁପାରିଶ କରିଥିଲେ । ମୋଦି କ୍ୟାବିନେଟ ଏହାକୁ ମଞ୍ଜୁରୀ ଦେଇ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲା । ଯାହା ଉପରେ ରାଷ୍ଟ୍ରପତି ମଞ୍ଜୁରୀ ପ୍ରଦାନ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିଛନ୍ତି । 

ଅନ୍ୟପଟେ ରାଷ୍ଟ୍ରପତି ଶାସନର ବିରୋଧ କରି ଶିବସେନା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି । ଦଳ ତରଫରୁ କୋର୍ଟରେ ଯାଚିକା ଦାଖଲ କରାଯାଇଛି । ଯାହା ଉପରେ ତୁରନ୍ତ ଶୁଣାଣି କରିବାକୁ ଉଚ୍ଚତମ ନ୍ୟାୟାଳୟ ପାଖରେ ଅନୁରୋଧ କରିଛି ଶିବସେନା । ଏଣିକି କ୍ଷମତା ଲଢେଇ ମହାରାଷ୍ଟ୍ରରୁ ବାହାରି ସୁପ୍ରିମକୋର୍ଟ ପାଖକୁ ପହଞ୍ଚିଛି । ଦେଖିବାକୁ ବାକି ରହିଗଲା କୋର୍ଟ ଏହା ଉପରେ କଣ ନିଷ୍ପତ୍ତି ନେଉଛନ୍ତି ।

ଅନ୍ୟପକ୍ଷେ ରାଜ୍ୟରେ ରାଷ୍ଟ୍ରପତି ଶାସନ ବ୍ୟତୀତ ରାଜ୍ୟପାଳଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ଥିଲା କି? ଯଦି ଥିଲା ତେବେ ଏହି ବିକଳ୍ପର ଉପଯୋଗ କଣ ପାଇଁ ରାଜ୍ୟପାଳ କରି ନାହାନ୍ତି? ଆସନ୍ତୁ ତାହା ଉପରେ ଦୃଷ୍ଟିପାତ କରିବା । ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗିବା ଉପରେ ପ୍ରମୁଖ ସମ୍ୱିଧାନ ବିଶେଷଜ୍ଞ ସୁଭାଷ କଶ୍ୟପ କହିଛନ୍ତି ଯେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ରାଜ୍ୟପାଳଙ୍କ ସୁପାରିଶ ଏକଦମ୍ ଠିକ । କାରଣ ରାଜ୍ୟପାଳ ସମସ୍ତଙ୍କୁ ସରକାର ଗଢିବା ପାଇଁ ସୁଯୋଗ ପ୍ରଦାନ କରିଛନ୍ତି । କୌଣସି ଦଳ ସରକାର ଗଢିବା ପାଇଁ ଆଗେଇ ଆସି ନାହିଁ ତେଣୁ ରାଜ୍ୟପାଳ ରାଷ୍ଟ୍ରପତି ଶାସନର ସୁପାରିଶ କରିଥିଲେ ।

କଶ୍ୟପ ଆହୁରି କହିଛନ୍ତି ଯେ ରାଜ୍ୟପାଳଙ୍କ ପାଖରେ ରାଷ୍ଟ୍ରପତି ଶାସନର ସୁପାରିଶ ବ୍ୟତୀତ ଅନ୍ୟ ଏକ ସାମ୍ୱିଧାନିକ ବିକଳ୍ପ ଥିଲା । ତାହା ହେଉଛି ସେ ସଦନରେ ବୈଠକ ଡାକି ବହୁମତ କାହା ସପକ୍ଷରେ ରହିଛି, ତାହା ପଚାରି ପାରିଥାନ୍ତେ । ଅନ୍ୟ ଅର୍ଥରେ ନବ ନିର୍ବାଚିତ ବିଧାୟକମାନେ ସଦନରେ ନିଜ ନେତାଙ୍କୁ ନିର୍ବାଚନ କରିବ । ଯେତେବେଳେ ଉତ୍ତର ପ୍ରଦେଶରେ କଲ୍ୟାଣ ସିଂହ ଓ ଜଗଦମ୍ୱିକା ପାଲଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଦେଖା ଦେଇଥିଲା । ସେତେବେଳେ ସୁପ୍ରିମକୋର୍ଟଙ୍କ ଆଦେଶରେ ବ୍ୟାଲେଟ ପେପର ବକ୍ସ ରଖି ଭୋଟିଂ ହୋଇଥିଲା । ରାଜ୍ୟପାଳ ଅନୁଚ୍ଛେଦ ୧୭୫ ଅନ୍ତର୍ଗତ ବିଧାନସଭାରେ ସନ୍ଦେଶ ପଠାଇ ଏହା ସ୍ଥିର କରି ପାରିବେ ଯେ ସଦନର ବହୁମତ କେଉଁ ନେତାଙ୍କ ସପକ୍ଷରେ ରହିଛି ବୋଲି ସୁଭାଷ କଶ୍ୟପ କହିଛନ୍ତି ।