Ram Mandir:ରାଜା-ମହନ୍ତ-ଅଫିସରଙ୍କ ତ୍ରୀମୂର୍ତ୍ତି କେମିତି ବାବ୍ରି ମସଜିଦରେ ରଖିଲେ ଶ୍ରୀରାମଙ୍କ ପ୍ରତିମା ?
Advertisement
Article Detail0/zeeodisha/odisha2064330

Ram Mandir:ରାଜା-ମହନ୍ତ-ଅଫିସରଙ୍କ ତ୍ରୀମୂର୍ତ୍ତି କେମିତି ବାବ୍ରି ମସଜିଦରେ ରଖିଲେ ଶ୍ରୀରାମଙ୍କ ପ୍ରତିମା ?

ଜାନୁଆରୀ ୨୨ ତାରିଖରେ ରାମମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତିପର୍ବ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି । ଅଯୋଧ୍ୟା ରାମ ମନ୍ଦିର ପାଇଁ ହିନ୍ଦୁଙ୍କ ଲଢେଇ ବର୍ଷେ ଦୁଇ ବର୍ଷ ନଥିଲା । ପ୍ରାୟ ୬ଶହ ବର୍ଷ ଧରି ଏହି ଲଢେଇ ଚାଲିଥିଲା । ତେବେ ୧୯୪୯ ମସିହାରେ ଏମିତି ଗୋଟିଏ ଘଟଣା ଘଟିଥିଲା ଯାହାକୁ ରାମ ମନ୍ଦିର ଆନ୍ଦୋଳନର ନିର

SOCIAL MEDIA

Ram Mandir:

ଜାନୁଆରୀ ୨୨ ତାରିଖରେ ରାମମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତିପର୍ବ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି । ଅଯୋଧ୍ୟା ରାମ ମନ୍ଦିର ପାଇଁ ହିନ୍ଦୁଙ୍କ ଲଢେଇ ବର୍ଷେ ଦୁଇ ବର୍ଷ ନଥିଲା । ପ୍ରାୟ ୬ଶହ ବର୍ଷ ଧରି ଏହି ଲଢେଇ ଚାଲିଥିଲା । ତେବେ ୧୯୪୯ ମସିହାରେ ଏମିତି ଗୋଟିଏ ଘଟଣା ଘଟିଥିଲା ଯାହାକୁ ରାମ ମନ୍ଦିର ଆନ୍ଦୋଳନର ନିର୍ଣ୍ଣାୟକ ମୋଡ଼ ବୋଲି ମଧ୍ଯ କୁହାଯାଇ ପାରିବ । ଏହି ଘଟଣା ଥିଲା ବିବାଦୀୟ ବାବ୍ରୀ ମସଜିଦର ତିନି ଗମ୍ବୁଜ ମଧ୍ଯରୁ ମୁଖ୍ୟ ଗମ୍ବୁଜ ମଧ୍ଯରେ ଭଗବାନ ରାମଙ୍କ ପ୍ରତିମାର ଆବିର୍ଭାବ । ତେବେ ୧୯୪୯ ମସିହାରେ କିଏ ଓ କେମିତି ସେଠାରେ ପ୍ରତିମା ରଖିଥିଲେ ? ଉତ୍ତର ହେଉଛି ଏହା ପଛରେ ଜଣେ ନୁହେଁ ତିନି ଜଣ ଥିଲେ । ଜଣେ ଥିଲେ ଅଯୋଧ୍ୟାର ରାଜା, ଆଉ ଜଣେ ଥିଲେ ଜିଲ୍ଲାପାଳ ଓ ଅନ୍ୟଜଣକ ଥିଲେ ମହନ୍ତ । ରାଜା,ମହନ୍ତ ଓ ଜିଲ୍ଲାପାଳଙ୍କ ମେଣ୍ଟ ୧୯୪୯ ମସିହାରେ ଭାରତୀୟ ରାଜନୀତିର ମୋଡକୁ ବଦଳାଇ ଦେଇଥିଲେ । ଆସନ୍ତୁ ଜାଣିବା ସେହି ତିନି ଜଣ କିଏ ଥିଲେ ଓ କେମିତି ଇତିହାସ ବଦଳାଇବା ଭଳି ଘଟଣାକୁ ରୂପ ଦେଇଥିଲେ ।

ବଳରାମପୁର ରାଜା

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର  ଧାରଣା ପ୍ରଥମେ ତିନିଜଣ ବନ୍ଧୁ ବଳରାମପୁର ରାଜ୍ୟର ମହାରାଜା ପାଟେଶ୍ୱରୀ ପ୍ରସାଦ ସିଂ, ମହନ୍ତ ଦିଗବିଜୟ ନାଥ ଏବଂ ଆଇସିଏସ୍(ବ୍ରିଟିସ୍ କାଳର ଜିଲ୍ଲାପାଳ) କେ.କେ ନାୟାରଙ୍କ ମନରେ ସୃଷ୍ଟି ହୋଇଥିଲା। ଏହି ତିନିଜଣ ସେମାନଙ୍କର ହିନ୍ଦୁ ଚିନ୍ତାଧାରା ଏବଂ ଲନ୍ ଟେନିସ୍ ପ୍ରତି ଭଲ ପାଇବା କାରଣରୁ ବନ୍ଧୁତାରେ ବାନ୍ଧି ହୋଇଥିଲେ । ପରେ ହିନ୍ଦୁତ୍ୱ ପ୍ରତି ସମର୍ପଣ ଭାବ ବନ୍ଧୁତାକୁ ଅଧିକ ମଜବୁତ କରିଥିଲା । ଏହି ତିନିଜଣଙ୍କ ମଧ୍ୟରୁ ମହାରାଜା ପାଟେଶ୍ୱରୀ ୧ ଜାନୁଆରୀ ୧୯୧୪ ରେ ଜନ୍ମଗ୍ରହଣ କରିଥିଲେ। ସେ ତିନି ଜଣଙ୍କ ମଧ୍ଯରେ ସର୍ବକନିଷ୍ଠ ଥିଲେ । ସେ ଅବସରପ୍ରାପ୍ତ ବ୍ରିଟିଶ ଅଧିକାରୀ କର୍ଣ୍ଣେଲ ହାନସନଙ୍କ ଅଧୀନରେ ଶିକ୍ଷାଲାଭ କରିଥିଲେ । ସେ ଅଜମେରର ମାୟୋ ପ୍ରିନ୍ସ କଲେଜରେ ପଢିଥିଲେ । ତାଙ୍କର ଅଧ୍ୟୟନ ୧୯୩୫ ରେ ସମାପ୍ତ ହୋଇଥିଲା ।

କେ.କେ ନାୟାର, ମହାରାଜା ଏବଂ ମହନ୍ତ କିପରି ଭେଟିଲେ

ଆଇସିଏସ୍ ଅଧିକାରୀ କେ.କେ ନାୟାର ଅଗଷ୍ଟ ୧୯୪୬ ରେ ଗୋଣ୍ଡାରେ ପହଞ୍ଚିଥିଲେ। ସେ ଟେନିସ୍ ଖେଳିବାକୁ ମଧ୍ୟ ବହୁତ ଭଲ ପାଉଥିଲେ । ଟେନିସ୍ ଖେଳିବା ସମୟରେ ସେ ମହାରାଜା ପାଟେଶ୍ୱରୀ ପ୍ରସାଦ ସିଂଙ୍କୁ ଭେଟିଥିଲେ ଏବଂ ବନ୍ଧୁତା କରିଥିଲେ। ନାୟାର ୧୧ ସେପ୍ଟେମ୍ବର ୧୯୦୭ ରେ କେରଳର ଆଲେପେରେ ଜନ୍ମଗ୍ରହଣ କରିଥିଲେ। ଜୁଲାଇ ୧୯୪୭ ରେ ନାୟାରଙ୍କୁ ଗୋଣ୍ଡାରୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ଟେନିସ୍ କାରଣରୁ ଆରମ୍ଭ ହୋଇଥିବା ସେମାନଙ୍କର ବନ୍ଧୁତା ଜାରି ରହିଥିଲା । ଏଥିସହିତ ମହନ୍ତ ଦିଗଜୟ ନାଥ କେ.କେ ନାୟାର ଏବଂ ମହାରାଜା ପାଟେଶ୍ୱରୀଙ୍କଠାରୁ ବହୁତ ବଡ ଥିଲେ। ନାୟାର ଏବଂ ମହାରାଜା ମହନ୍ତ ଦିଗଜୟଙ୍କୁ ଜଣେ ଧାର୍ମିକ ନେତା ତଥା ସାଧୁ ଭାବରେ ସମ୍ମାନ କରୁଥିଲେ।

ମହାରାଜା ପାଟେଶ୍ୱରୀଙ୍କ ଯଜ୍ଞ

ମହାରାଜା ପାଟେଶ୍ୱରୀ ପ୍ରସାଦ ସିଂ 1୧୯୪୭ର ପ୍ରାରମ୍ଭରେ ତାଙ୍କ ରାଜ୍ୟ ବଳରାମପୁରରେ ଏକ ବୃହତ୍ ଯଜ୍ଞର ଆୟୋଜନ କରିଥିଲେ। ମହନ୍ତ ଦିଗଜୟ ନାଥଙ୍କ ବ୍ୟତୀତ ସ୍ୱାମୀ କରପତ୍ରୀ ମହାରାଜ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। କରପାତ୍ରୀ ମହାରାଜ ଜଣେ ସାନାସୀ ଥିଲେ ଯିଏକି ୧୯୪୮ ମସିହାରେ ରାମ ରାଜ୍ୟ ପରିଷଦ ନାମରେ ଏକ ରାଜନୈତିକ ଦଳ ଗଠନ କରିଥିଲେ। ସେହି ଯଜ୍ଞରେ କେ.କେ ନାୟାର ମଧ୍ୟ ଉପସ୍ଥିତ ଥିଲେ।

ଯଜ୍ଞର ଶେଷ ଦିନରେ  ଯୋଜନା

୧୯୯୧ରେ ହିନ୍ଦୁ ମହାସଭାର ସାପ୍ତାହିକ 'ହିନ୍ଦୁ ସଭା ବାର୍ତାରେ ଏକ ନିବନ୍ଧ ପ୍ରକାଶ ପାଇଥିଲା। ଏଥିରେ ମହନ୍ତ  ଦିଗବିଜୟ ନାଥ , କେ.କେ ନାୟାର ଏବଂ ସ୍ୱାମୀ କରପାତ୍ରିଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଥିଲା । ଏହି ଲେଖା ଅନୁସାରେ ଯଜ୍ଞର ଶେଷଦିନରେ ରାମ ମନ୍ଦିର ମୁକ୍ତି ପାଇଁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ହୋଇଥିଲା । ବିନାୟ ଦାମୋଦର ସାବରକରଙ୍କ ଆଦର୍ଶରେ ହିନ୍ଦୁ ମନ୍ଦିର ଗୁଡିକର ମୁକ୍ତି ପାଇଁ ତିନି ଜଣ ପ୍ରତିଜ୍ଞାବଦ୍ଧ ହୋଇଥିଲେ ।

ନାୟାରଙ୍କ ପ୍ରତିଜ୍ଞା, ରାମ ମନ୍ଦିର ପାଇଁ ସବୁ ତ୍ୟାଗ କରିବି

ସମସ୍ତେ ମହନ୍ତ ଦିଗବିଜୟ ନାଥଙ୍କ ପ୍ରସ୍ତାବକୁ ଗମ୍ଭୀରତାର ସହ ବିଚାର କରିବାକୁ ପ୍ରତିଜ୍ଞା କରିଥିଲେ। ନାୟାର ଗୋଣ୍ଡାର ଜିଲ୍ଲା ମୁଖ୍ୟାଳୟକୁ ଚାଲିଗଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପରଦିନ ବଳରାମପୁରର ଯଜ୍ଞସ୍ଥଳରେ ପହଞ୍ଚିବା ପରେ ନାୟାର ସ୍ୱାମୀ କରପାତ୍ରୀ ଓ ମହନ୍ତ ଦିଗଜୟ ନାଥଙ୍କ ନିକଟକୁ ଯାଇଥିଲେ। ଏହା ପରେ ପୁଣି ଥରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଏଥର ମହନ୍ତ ଦିଗଜୟ ନାଥ ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିର, ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭଭୂମି ଏବଂ ଅଯୋଧ୍ୟାରେ ରାମ ଜନମଭୂମୀକୁ ଫେରାଇ ଆଣିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ । ନାୟାର  ଦିଗବିଜୟ ନାଥଙ୍କୁ  ପ୍ରତିଶ୍ରୁତି ଦେଇଥିଲେ ଯେ ଏହି କାର୍ଯ୍ୟ ସମାପ୍ତ କରିବା ପାଇଁ ସେ ନିଜର ସବୁକିଛି ବଳିଦାନ କରିବେ ।

୧ ଜୁନ୍ ୧୯୪୯ରେ ନାୟାର ଫୈଜାବାଦର ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ  ଫୈଜାବାଦର ଡେପୁଟି କମିଶନର ମଧ୍ୟ ଥିଲେ। ଅନ୍ୟ ଜଣେ ଜିଲ୍ଲା ମାଜିଷ୍ଟ୍ରେଟ ଗୁରୁ ଦତ୍ତ ସିଂ କେ କେ ନାୟାରର ଜଣେ ଦୃଢ ସମର୍ଥକ ଥିଲେ। ଗୁରୁଦତ୍ତ ହିନ୍ଦୁଙ୍କ ପାଇଁ କଂଗ୍ରେସକୁ ବିପଦ ଭାବେ ମାନୁଥିଲେ । ତେଣୁ ସେ ମଧ୍ଯ ନାୟରଙ୍କ ସହିତ ଯୋଗ ଦେଇଥିଲେ ।

ଅନେକ ପ୍ରୟାସ ପରେ ନାୟର ଓ ଗୁରୁଦତ୍ତ ସିହଂଙ୍କୁ ନିଜ ଯୋଜନା ପୁରା କରିବା ପାଇଁ ସୁଯୋଗ ମିଳିନଥିଲା ।ଶେଷର ହିନ୍ଦୁ ମହାସଭାର ସହଯୋଗରେ ମସଜିଦର ମୁଖ୍ୟ ଗମ୍ବୁଜ ତଳେ ରାମଲାଲାଙ୍କ ପ୍ରତିମା ରଖିବାକୁ ନିର୍ଣ୍ଣୟ ନିଆଯାଇଥିଲା । ଏଥିରେ ଦିଗବିଜୟ ନାଥଙ୍କ ଘନିଷ୍ଟ ସହଯୋଗୀ ଗୋପାଳ ସିଂହ ନିଶାଦ ତାଙ୍କୁ ସହଯୋଗ କରିଥିଲେ । ଶେଷର ୨୩ ଡିସେମ୍ବର ୧୯୪୯ ସକାଳେ ଅଚାନକ ରାମଲାଲାଙ୍କ ଅବିର୍ଭାବ ହୋଇଥିଲା । ରାମଲାଲାଙ୍କ ଆଗରେ ଦୀପଟିଏ ଜଳୁଥିଲା ।

ରାମ ଲାଲାଙ୍କ ମୁର୍ତ୍ତି ଆବିର୍ଭାବ ଖବର ବ୍ୟାପିବା ପରେ କେନ୍ଦ୍ର ଓ ରାଜ୍ୟ ସରକାର ସେଠାରୁ ପ୍ରତିମା ହଟାଇବାକୁ ଚାହିଁଥିଲେ । ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁ ପ୍ରତିମା ହଟାଇବାକୁ ନାୟାରଙ୍କୁ ଆଦେଶ ଦେଇଥିଲେ । ତେବେ ନାୟାରଙ୍କ ଉତ୍ତର ଥିଲା ପ୍ରତିମା ହଟାଇବା ଆଗରୁ ମୋତେ ହଟାଯାଉ । ଅବଶ୍ୟ ଏଥିପାଇଁ ନାୟର ଓ ଗୁରୁଦତ୍ତଙ୍କୁ ବହୁତ ମୁଲ୍ୟ ଦେବାକୁ ପଡିଥିଲା । ଉଭୟଙ୍କୁ ଚାକିରିରୁ ଇସ୍ତଫା ଦେବାକୁ ପଡିଥିଲା । ପରେ ଅବସ୍ୟ ନାୟର ଦୁଇଥର ଅଯୋଧ୍ୟାରୁ ସାଂସଦ ହୋଇଥିଲେ ।