ମାତିଲେ ମାଓବାଦୀ, 90 ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ
Advertisement
Article Detail0/zeeodisha/odisha616750

ମାତିଲେ ମାଓବାଦୀ, 90 ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

କିଛି  ଦିନର ନିରବତା ପରେ ପୁଣି ଲଙ୍କାକାଣ୍ଡ ଭିଆଇବା ସହିତ ନିଜର ଉପସ୍ଥିତିକୁ ଜାହିର କରିଛି ଲାଲବାହିନୀ। ରାସ୍ତାକାର୍ଯ୍ୟରେ ବ୍ୟବହୃତ ଜେସିବି ଓ ରୋଲର ପୋଡ଼ିବା ସହିତ ପ୍ରାୟ 90 ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ କରିଛନ୍ତି। ଏହା ସହିତ ଠିକା କ୍ୟାମ୍ପରୁ କର୍ମଚାରୀମାନଙ୍କୁ ଧମକ ମଧ୍ୟ ଦେଇଛନ୍ତି। ସେପଟେ ଏହି ସୂଚନା ପାଇବା ପରେ ପୋଲିସ କୁମ୍ବିଂ ଅପରେସନକୁ ଜୋରଦାର କରିଛି।  

ମାତିଲେ ମାଓବାଦୀ

ରାୟଗଡ଼ା: କିଛି  ଦିନର ନିରବତା ପରେ ପୁଣି ଲଙ୍କାକାଣ୍ଡ ଭିଆଇବା ସହିତ ନିଜର ଉପସ୍ଥିତିକୁ ଜାହିର କରିଛି ଲାଲବାହିନୀ। ରାସ୍ତାକାର୍ଯ୍ୟରେ ବ୍ୟବହୃତ ଜେସିବି ଓ ରୋଲର ପୋଡ଼ିବା ସହିତ ପ୍ରାୟ 90 ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ କରିଛନ୍ତି। ଏହା ସହିତ ଠିକା କ୍ୟାମ୍ପରୁ କର୍ମଚାରୀମାନଙ୍କୁ ଧମକ ମଧ୍ୟ ଦେଇଛନ୍ତି। ସେପଟେ ଏହି ସୂଚନା ପାଇବା ପରେ ପୋଲିସ କୁମ୍ବିଂ ଅପରେସନକୁ ଜୋରଦାର କରିଛି।  

ମିଳିଥିବୂ ସୂଚନା ମୁତାବକ ଶରଦାପୁରରୁ ଟିକରପଡ଼ା ପର୍ଯ୍ୟନ୍ତ 6 କିଲୋମିଟର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ନିର୍ମାଣ କାର୍ଯ୍ୟ ପାଇଁ ମୁନିଗୁଡ଼ାରେ ଏକ ଅସ୍ଥାୟୀ କ୍ୟାମ୍ପ କରି କର୍ମଚାରୀମାନେ କାର୍ଯ୍ୟ ଜାରି ରଖିଛନ୍ତି। ଶୁକ୍ରବାର ରାତି ପ୍ରାୟ 10 ବେଳେ 10ରୁ 15 ଜଣ ମାଓବାଦୀ ସେଠାକୁ ଆସିବା ସହିତ କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ଏହା ସହିତ ସେମାନଙ୍କୁ ସେଠାରୁ ଚାଲିଯିବା ପାଇଁ ମଧ୍ୟ କହିଥିଲେ। ସେମାନେ ଯିବା ପରେ ରାସ୍ତା କାର୍ଯ୍ୟରେ ଲାଗିଥିବା ଜେସିବି, ହିଟାଚି ମେସିନ ଏବଂ ଗୋଟିଏ ରୋଲର ଗାଡ଼ିକୁ ପୋଡ଼ି ଦେଇଥିଲେ। ସେହିପରି କାର୍ଯ୍ୟରେ ଲାଗିଥିବା ପ୍ରାୟ 90 ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ କରିଦେଇଥିବା ଜଣାପଡ଼ିଛି।  

ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଓ ସୁରକ୍ଷାକର୍ମୀମାନେ ପହଞ୍ଚି କୁମ୍ବିଂକୁ ଜୋରଦାର କରିଥିଲେ। ସ୍ଥାନୀୟ ଶରଧାପୁର, ଟିକରପଡ଼ା ଓ ଥୁଆପାଡ଼ି ଅଞ୍ଚଳରେ କୁମ୍ବିଂକୁ ଜୋରଦାର କରାଯାଇଥିବା ରାୟଗଡ଼ା ଏସପି କହିଛନ୍ତି। ତେବେ ଘଟଣାସ୍ଥଳରୁ ମାଓ ପୋଷ୍ଟର ଜବତ କରଯାଇଥିବା ପୋଲିସ ସୂଚନା ଦେଇଛି।