Russia space:ସାଟେଲାଇଟ୍ ଅଚଳ କରି ଆମେରିକାକୁ ଅକଳରେ ପକାଇବାକୁ ଋଷ କରୁଛି ଚକ୍ରାନ୍ତ ?
Advertisement
Article Detail0/zeeodisha/odisha2115635

Russia space:ସାଟେଲାଇଟ୍ ଅଚଳ କରି ଆମେରିକାକୁ ଅକଳରେ ପକାଇବାକୁ ଋଷ କରୁଛି ଚକ୍ରାନ୍ତ ?

ଆମେରିକା ଓ ଋଷ ମଧ୍ୟରେ ଶତ୍ରୁତାର ଖାଇ ଗଭୀର ହେବାରେ ଲାଗିଛି । ଋଷକୁ ନେଇ ଆମେରିର ନୂଆ ଦାବି ଏହା ସ୍ପଷ୍ଟ କରୁଛି । ଋଷ ଆଣ୍ଟି ସାଟେଲାଇଟ୍ ଅସ୍ତ୍ର ପ୍ରସ୍ତୁତ କରୁଛି ବୋଲି ଆମେରିକା ଅଭିଯୋଗ କରୁଛି । ଆମେରିକାର କହିବା ହେଉଛି ଯେ, ଋଷ ଏମିତି ଅସ୍ତ୍ର ତିଆରି କରୁଛି ଓ ମୁତୟନ କରିବାକୁ ପ୍ରସ୍ତୁତ ଯାହା ମହାକାଶରେ ସାଟେଲାଇଟକୁ ଧ୍ୱଂସ କରିଦେବ

SOCIAL MEDIA

Russia space:

ଆମେରିକା ଓ ଋଷ ମଧ୍ୟରେ ଶତ୍ରୁତାର ଖାଇ ଗଭୀର ହେବାରେ ଲାଗିଛି । ଋଷକୁ ନେଇ ଆମେରିର ନୂଆ ଦାବି ଏହା ସ୍ପଷ୍ଟ କରୁଛି । ଋଷ ଆଣ୍ଟି ସାଟେଲାଇଟ୍ ଅସ୍ତ୍ର ପ୍ରସ୍ତୁତ କରୁଛି ବୋଲି ଆମେରିକା ଅଭିଯୋଗ କରୁଛି । ଆମେରିକାର କହିବା ହେଉଛି ଯେ, ଋଷ ଏମିତି ଅସ୍ତ୍ର ତିଆରି କରୁଛି ଓ ମୁତୟନ କରିବାକୁ ପ୍ରସ୍ତୁତ ଯାହା ମହାକାଶରେ ସାଟେଲାଇଟକୁ ଧ୍ୱଂସ କରିଦେବ । ଟ୍ରାଫିକ୍ ଠାରୁ ଗ୍ରୀଡ୍,ବିମାନଠାରୁ ଇଣ୍ଟରନେଟ୍ ସବୁକିଛି ସାଟେଲାଇଟ ପାଇଁ ଚାଲୁଥିବା ବେଳେ,ଆମେରିକାର ଏଭଳି ଦାବି ନିଶ୍ଚୟ ଡରାଇବା ଭଳି । କଳ୍ପନା କରନ୍ତୁ ଏମିତି ଗୋଟିଏ ଦିନ ଯେତେବେଲେ ସାଟେଲାଇଟ୍ ଅଚଳ ହୋଇଯିବ ,ତେବେ କ’ଣ ହେବ ? ଆପଣ କାହାକୁ ଫୋନ୍ କରିପାରିବେ ନାହିଁ,ଟ୍ରେନ୍ କିମ୍ବା ପ୍ଲେନ୍ ଟିକେଟ୍ ବୁକ୍ କରିପାରିବେ ନାହିଁ । ଦେଶର ବିଦ୍ୟୁତ୍ ବ୍ୟବସ୍ଥା ଠପ୍ ହୋଇଯିବ । କାରଣ ସବୁକିଛି ସାଟେଲାଇଟରେ ଚାଲୁଛି । କହିବାକୁ ଗଲେ ସାଟେଲାଇଟ୍ ଅଚଳ କରିଦେଲେ ଗୋଟିଏ ଦେଶ ଅଚଳ ହୋଇଯିବ । ଆମେରିକାର ଦାବି ଯଦି ସତ ହୋଇଥାଏ, ତେବେ ଏହା ହେଉଛି ଋଷର ନୂଆ ଡିଜିଟାଲ ୱାରଫେୟାର । ତେବେ ଆମେରିକା ଏହାକୁ ନେଇ କ’ଣ କହିଛି ଆସନ୍ତୁ ପ୍ରଥମେ ଜାଣିବା..

ହ୍ୱାଇଟ ହାଉସର ମୁଖପାତ୍ର ଜନ୍ କିର୍ବି ଦାବି କରିଛନ୍ତି ଯେ, ଆଣ୍ଟି ସାଟେଲାଇଟ୍ ଅସ୍ତ୍ର ପ୍ରସ୍ତୁତ କରୁଛି ଋଷ । ଏନେଇ ଚାରିଆଡେ ଚର୍ଚ୍ଚା ଜୋରଧରିଛି । ଯଦି ଏହା ସତ ହୁଏ, ତେବେ ଋଷର ଆଣ୍ଟି ସାଟେଲାଇଟ୍ ଅସ୍ତ୍ର ଆମେରିକା ପାଇଁ କେମିତି ବିପଜ୍ଜନକ ହେବ,ଆସନ୍ତୁ ଜାଣିବା ।

ଆଣ୍ଟି ସାଟେଲାଇଟ୍ ଅସ୍ତ୍ର କ’ଣ

ଋଷର ନୂତନ ପ୍ରଯୁକ୍ତିବିଦ୍ୟା ବିଷୟରେ ଗଣମାଧ୍ୟମରେ ଅନେକ ଦାବି କରାଯାଉଛି। ଏକ ରିପୋର୍ଟ ଅନୁଯାୟୀ, ଆଣ୍ଟି ସାଟେଲାଇଟ୍ ଏମିତି ଏକ ଅସ୍ତ୍ର ଯାହାକି ଅନ୍ୟ ସାଟଲାଇଟକୁ ଟାର୍ଗେଟ କରିଥାଏ। ଏହା ପରମାଣୁ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ। କିନ୍ତୁ ଆମେରିକା ଏହି ଟେକ୍ନୋଲୋଜି ବିଷୟରେ ଅଧିକ ସୂଚନା ଦେଇନାହିଁ।

ଆମେରିକା ପାଇଁ ଏହା କାହିଁକି ଚିନ୍ତାର ବିଷୟ?

ମହାକାଶରେ ଅନେକ ସାଟଲାଇଟ୍ ପୃଥିବୀ ଚାରିପଟେ ଘୂରି ବୁଲୁଛନ୍ତି। ଏସବୁ କିଛି ସରକାରୀ ସାଟଲାଇଟ୍ ହୋଇଥିବା ବେଳେ ଆଉ କେତେକ ଘରୋଇ କମ୍ପାନୀର। ଏଗୁଡିକ ପାଣିପାଗ ସମ୍ବନ୍ଧୀୟ ତଥ୍ୟ ଏବଂ ଅନଲାଇନ୍ ସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆମେ ଦୈନନ୍ଦିନ ଖବର ପାଇଁ ଜାଣିବା ପାଇଁ ସାଟେଲାଇଟ୍ ଉପରେ ନିର୍ଭର କରିଥାଉ। ଯଦି ସାଟେଲାଇଟର କିଛି ବି  କ୍ଷତି ହୁଏ ତେବେ ସାଧାରଣ ଜୀବନ ଉପରେ ଏହା ଗଭୀର ପ୍ରଭାବ ପକାଇବ। ହ୍ୱାଇଟ ହାଉସର ମୁଖପାତ୍ର ଜନ୍ କିର୍ବି ଚେତାବନୀ ଦେଇଛନ୍ତି ଯେ, ଆଣ୍ଟି ସାଟେଲାଇଟ୍ ଅସ୍ତ୍ର ଯୋଗୁଁ କକ୍ଷପଥରେ କାର୍ଯ୍ୟ କରୁଥିବା ମହାକାଶଚାରୀଙ୍କ ଜୀବନ ବିପଦରେ ପଡିପାରେ ।

ଯୋଗାଯୋଗ ଏବଂ ସୁରକ୍ଷା ଦୃଷ୍ଟିରୁ ସାଟେଲାଇଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେରିକାର ସୈନ୍ୟବାହିନୀ ସାଟେଲାଇଟ୍ ଯୋଗାଯୋଗ ଉପରେ ନିର୍ଭରଶୀଳ । ପର୍ଯ୍ୟବେକ୍ଷଣ ଏବଂ କ୍ଷେପଣାସ୍ତ୍ର ଉତକ୍ଷେପଣ ଚିହ୍ନଟ ଠାରୁ ଆରମ୍ଭ କରି ସମୁଦ୍ର ତଥା ବାୟୁରେ ନାଭିଗେସନ୍, ଜିପିଏସ୍ ଗାଇଡ୍ ବୋମା ଏବଂ ଯୁଦ୍ଧ କ୍ଷେତ୍ର ଯୋଗାଯୋଗ ପାଇଁ ସବୁକିଛି ଉପରେ ନିର୍ଭର କରିଥାଏ। ଆମେରିକା ସାଟେଲାଇଟକୁ ଧ୍ୟାନରେ ରଖି ସେନାଙ୍କ ପାଇଁ ଅନେକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରୁଛି।

ଋଷ ମହାକାଶରେ ଅସ୍ତ୍ରଶସ୍ତ୍ର ନିୟୋଜିତ କରିପାରିବ କି?

ସୂଚନା ଅନୁଯାୟୀ, ଋଷ ମହାକାଶରେ କୌଣସି ଅସ୍ତ୍ର କିମ୍ବା ପ୍ରଯୁକ୍ତିବିଦ୍ୟା ନିୟୋଜିତ କରିପାରିବ ନାହିଁ। ଜନ୍ କିର୍ବି କହିଛନ୍ତି ଯେ ଋଷର ଟେକ୍ନୋଲୋଜି ସ୍ପେସ୍ ଆଧାରିତ ହେବ, ଯାହା ବାହ୍ୟ ମହାକାଶ ଚୁକ୍ତିର ଉଲ୍ଲଂଘନ ଅଟେ।  ୧୩୦ ରୁ ଅଧିକ ଦେଶ ୧୯୬୭ ମସିହାରେ ଆସିଥିବା ବାହ୍ୟ ମହାକାଶ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିରେ ନିଷ୍ପତ୍ତି ନିଆଯାଇଛି ଯେକୌଣସି ଦେଶ ପରମାଣୁ ଅସ୍ତ୍ର କିମ୍ବା ଅନ୍ୟ କୌଣସି ଧ୍ୱଂସକାରୀ ଅସ୍ତ୍ରକୁ କକ୍ଷପଥରେ କିମ୍ବା ବାୟୁମଣ୍ଡଳରେ ରଖିବେ ନାହିଁ କିମ୍ବା ବାହ୍ୟ ସ୍ଥାନରେ ନିୟୋଜିତ କରିପାରିବେ ନାହିଁ।

ତେବେ ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଋଷ ଦ୍ୱାରା ମହାକାଶରେ ସେପରି କୌଣସି ପ୍ରଯୁକ୍ତିବିଦ୍ୟା ନିୟୋଜିତ ହୋଇନାହିଁ।  ଯଦି ଏଭଳି କିଛି ହୁଏ ତେବେ ଦେଶ ତଥା ଜନସାଧାରଣଙ୍କ ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ। ଅନ୍ୟପକ୍ଷରେ ଆମେରିକାର ଏହି ଦାବିକୁ ଋଷ ପ୍ରତ୍ୟାଖ୍ୟାନ କରିଛି। ଋଷର ମୁଖପାତ୍ର ଏହାକୁ ଆମେରିକାର ଏକ ଷଡଯନ୍ତ୍ର ବୋଲି କହିଛନ୍ତି।