୧୩ ଯୋଡ଼ା ମୁସଲମାନ ସହ ୪ ଯୋଡ଼ା ହିନ୍ଦୁ ବିବାହ
Advertisement

୧୩ ଯୋଡ଼ା ମୁସଲମାନ ସହ ୪ ଯୋଡ଼ା ହିନ୍ଦୁ ବିବାହ

ସାମୁହିକ ଗଣ ବିବାହ 

୧୩ ଯୋଡ଼ା ମୁସଲମାନ ସହ ୪ ଯୋଡ଼ା ହିନ୍ଦୁ ବିବାହ

ଅଜୟ ନାଥ, ସମ୍ବଲପୁର: ଆଜିକାଲି ଖର୍ଚ୍ଚବହୁଳ ଦୁନିଆରେ ଝିଅ ମାନଙ୍କ ବାହାଘର କରିବା ସାଧାରଣ ଗରିବ ଲୋକଙ୍କ ପାଇଁ କଷ୍ଟସାଧ୍ୟ କାର୍ଯ୍ୟ ହୋଇଛି । ବିଭିନ୍ନ କ୍ଷେତ୍ରରେ ଦେଖାଯାଏ ଯେ ଦାରିଦ୍ର୍ୟତା ଯୋଗୁ ନିଜ ଝିଅ ବାହାଘର କରି ନ ପାରି ଗରିବ ବାପା ମା ଭାଗ୍ୟକୁ ଦୋଷ ଦେଇଥାନ୍ତି । ତେବେ ଏହି ପ୍ରକାର ଗରିବ ସମ୍ପ୍ରଦାୟର ଲୋକଙ୍କ ଜୀବନର ସବୁଠୁ ବଡ ସପ୍ନ ହେଉଛି ନିଜ  ଝିଅ ବାହାଘର କରାଇବା । ସେମିତି ଗରିବ ଶ୍ରେଣୀର ପରିବାରକୁ ଚିହ୍ନଟ କରି ତାଙ୍କର ଝିଅ ମାନଙ୍କୁ ବାହାଘର କରାଇବାର ପୁଣ୍ୟ କାର୍ଯ୍ୟ ହାତକୁ ନେଇଛି ସମ୍ବଲପୁରର ଆଲ୍ଲା ହଜରତ ୱେଲଫେୟାର କମିଟି  । 

ସମ୍ବଲପୁର ସହର ଠାରେ ଆଲ୍ଲା ହଜାରତ ୱେଲଫେଆର କମିଟି ତରଫରୁ ଆୟୋଜିତ ହୋଇଯାଇଛି ଏକ ସାମୁହିକ ବାହାଘର କାର୍ଯ୍ୟକ୍ରମ । ହଜରତ କମିଟି ପକ୍ଷରୁ ଏଭଲି ନିଆରା ଗଣ ବିବାହ ର ଆୟୋଜନ କରାଯାଇଥିଲା ଯେଉଁଥିରେକି ୧୭ ଯୋଡ଼ାଙ୍କର ବାହାଘର ଅତି ଧୁମଧାମରେ ପାଳନ କରାଯାଇଥିଲା । ଗରିବ ଲୋକମାନଙ୍କର ଝିଅ ବାହାଘର  କମିଟି ପକ୍ଷରୁ ଗତ ତିନି ବର୍ଷ ହେଲା  କରାଯାଉଛି ।  କମିଟି ପକ୍ଷରୁ ଚଳିତ ବର୍ଷ  ର ସାମୁହିକ ଗଣ ବିବାହରେ ୧୭ ଜଣ ଝିଅ ଙ୍କ  ବିବାହ କାର୍ଯ୍ୟ କରାଯାଇଥିଲା । ବିବାହ ରେ ହେଉଥିବା ସମସ୍ତ ଖର୍ଚ୍ଚ  କ ମିଟି ବହନ କରିବା ସହ ଝିଅ ଶାଶୁ ଘରେ ଚଲିବା ପାଇ ସମସ୍ତ ସାମଗ୍ରୀ ସହ ଉପହାର ମଧ୍ୟ କମିଟି ତରଫରୁ ପ୍ରଦାନ କରାଯାଇଥିଲା ।

ଏହି ସାମୁହିକ ଗଣ ବିବାହରେ ଚଳିତ ବର୍ଷ ୧୩ ଜଣ ମୁସଲମାନ ଓ  ୪ ଜଣ ହିନ୍ଦୁ ଝିଅ ଙ୍କ ବିବାହ କରାଯାଇଥିଲା । ସହରର ସୁନାପାଲି ଠାରେ ଆୟୋଜିତ ଏହି ବିବାହରେ ସହରର ବିଭିନ୍ନ ବର୍ଗର ଲୋକ ସାମିଲ ହୋଇ ନବ ଦମ୍ପତିଙ୍କୁ ଆର୍ଶୀବାଦ ଦେଇଥିଲେ । ପୁର୍ବରୁ କେବଳ ଏହି ବିବାହରେ ଗରିବ ମୁସଲମାନ ଝିଅଙ୍କ ବିବାହ କରାଯାଉଥିବା ବେଲେ ଏଥର ଭାଇଚାରା ବାର୍ତ୍ତା  ଦେବା ସହ ୪ଜଣ ହିନ୍ଦୁ ଝିଅ ଙ୍କ ମଧ୍ୟ ବିବାହ କରାଇବାକୁ କମିଟି ନିଷ୍ପତ୍ତି ନେଇଥିଲା । ଆଗକୁ ଅନ୍ୟ ଧର୍ମର ଲୋକେ ଚାହିଲେ କମିଟି ସେମାନଙ୍କ ଝିଅ ବାହାଘର କରାଇବା ପାଇଁ ସହଯୋଗ କରିବ ବୋଲି କମିଟି ପକ୍ଷରୁ ସୁଚନା ଦିଆଯାଇଥିଲା