ଗୁରୁବାର ଠାରୁ ଗ୍ରୀନ ଜୋନ ବର୍ଗରେ ବସ ଚଳାଚଳ କରିପାରିବ।
Trending Photos
ସମ୍ବଲପୁର: ଜିଲ୍ଲାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପ୍ରତିଦିନ ପ୍ରାୟ ଦେଢ଼ ଶହରୁ ଉର୍ଦ୍ଧ୍ୱ ବସ ଚଳାଚଳ କରିଥାଏ। ଦୀର୍ଘ ସମୟ ହେବ ଲକ ଡାଉନ ପାଇଁ ବସ ଚଳାଚଳ ବନ୍ଦ ରହିଛି। ଗୁରୁବାର ଠାରୁ ଗ୍ରୀନ ଜୋନ ବର୍ଗରେ ବସ ଚଳାଚଳ କରିପାରିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେବାପରେ ସମ୍ବଲପୁର ବେସରକାରୀ ବସ ଟର୍ମିନାଲ ଠାରେ ବୈଠକ କରିଛନ୍ତି ବସ ମାଲିକ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଥିବା ବେଳେ ଯେଭଳି ଦୁର୍ଦ୍ଦିନ ମଧ୍ୟରେ ସଂଘ ଗତି କରୁଛି ତାହାକୁ ନଜରର ରଖି ପ୍ୟାକେଜ ଘୋଷଣା କରିବା ପାଇଁ ଦାବି ହୋଇଛି। ବସ ଚଳାଇବା ପାଇଁ ଆହୁରି ଚାରି ପାଞ୍ଚ ଦିନ ସମୟ ଲାଗିବ ବୋଲି କହିଛନ୍ତି ସଂଘ କର୍ମକର୍ତ୍ତାଙ୍କୁ ପକ୍ଷରୁ କୁହାଯାଇଛି।