କଏଦିଙ୍କ ହସ୍ତତନ୍ତ୍ରକୁ କେନ୍ଦ୍ରର ହ୍ୟାଣ୍ତଲୁମ ମାର୍କ ଟ୍ୟାଗ
Advertisement

କଏଦିଙ୍କ ହସ୍ତତନ୍ତ୍ରକୁ କେନ୍ଦ୍ରର ହ୍ୟାଣ୍ତଲୁମ ମାର୍କ ଟ୍ୟାଗ

ସମ୍ବଲପୁର ଜେଲରେ ତିଆରି ହସ୍ତତନ୍ତ ସାମଗ୍ରୀ ବିଦେଶ ଯିବ। ସମ୍ବଲପୁର ସର୍କଲ ଜେଲ ଭିତରେ ବହୁ ବର୍ଷରୁ କଏଦି ମାନେ ହସ୍ତତନ୍ତ୍ର ସାମଗ୍ରୀ ତିଆରି କରୁଛନ୍ତି । ଏହି ନିର୍ମିତ ସାମଗ୍ରୀକୁ କେନ୍ଦ୍ରସରକାରଙ୍କ ବୟନକଳା ମନ୍ତଣାଳୟର ହସ୍ତତନ୍ତ୍ର କମିଟି ହ୍ୟାଣ୍ତଲୁମ ମାର୍କ ଟ୍ୟାଗର ମାନ୍ୟତା ଦେଇଛନ୍ତି । 

କଏଦିଙ୍କ ହସ୍ତତନ୍ତ୍ରକୁ କେନ୍ଦ୍ରର ହ୍ୟାଣ୍ତଲୁମ ମାର୍କ ଟ୍ୟାଗ

ସମ୍ବଲପୁର: ସମ୍ବଲପୁର ଜେଲରେ ତିଆରି ହସ୍ତତନ୍ତ ସାମଗ୍ରୀ ବିଦେଶ ଯିବ। ସମ୍ବଲପୁର ସର୍କଲ ଜେଲ ଭିତରେ ବହୁ ବର୍ଷରୁ କଏଦି ମାନେ ହସ୍ତତନ୍ତ୍ର ସାମଗ୍ରୀ ତିଆରି କରୁଛନ୍ତି । ଏହି ନିର୍ମିତ ସାମଗ୍ରୀକୁ କେନ୍ଦ୍ରସରକାରଙ୍କ ବୟନକଳା ମନ୍ତଣାଳୟର ହସ୍ତତନ୍ତ୍ର କମିଟି ହ୍ୟାଣ୍ତଲୁମ ମାର୍କ ଟ୍ୟାଗର ମାନ୍ୟତା ଦେଇଛନ୍ତି । 

ସମ୍ବଲପୁର ମଣ୍ତଳ କାରାଗାରରେ ବହୁ ବର୍ଷ ପୂର୍ବରୁ ଜେଲ ଅନ୍ତେବାସୀଙ୍କ ଦ୍ଵାରା ତିଆରି ହେଉଛି ହସ୍ତତନ୍ତ୍ର ସାମଗ୍ରୀ । ସମ୍ବଲପୁର ଜେଲ ରେ କଏଦୀ ମାନେ ନିଜ ହାତରେ ବୁଣିଥାନ୍ତି ବେଡ଼ସିଟ, ରୁମାଲ,ଗାମୁଛା ଇତ୍ୟାଦି । ଏଥିରେ ନିଜେ ପିନ୍ଧୁଥୁବା ଧଲା ରଙ୍ଗର ପେଣ୍ଟ ସାର୍ଟ ସହ ସୁନ୍ଦର ସୁନ୍ଦର ରୁମାଲ, ବେଡସିଟ, ଚଦର ପ୍ରଭୃତି ତିଆରି ହେଉଛି । ଅନେକ ଵର୍ଷ ରୁ ତିଆରି ହେଉଥିଲା ଏହି ହସ୍ତତନ୍ତ୍ର ସାମଗ୍ରୀ । କିଛି ମାସ ପୂର୍ବରୁ ଜୁନ ମାସରେ ଜିଲ୍ଲାପାଳ ଶୁଭମ ସକସେନାଙ୍କ ସହ କିଛି ସରକାରୀ କର୍ମଚାରୀ ଜେଲ ପରିଦର୍ଶନ ପାଇଁ ଯାଇଥିଲେ । ସେଠାରେ ବନ୍ଦୀ ମାନେ ଦେଶୀ ପ୍ରଣାଳୀରେ କପଡା ବୁଣୁ ଥିବାର ଦେଖିଥିଲେ । ତା ପରେ ଜିଲ୍ଲାପାଳ ସେହି କପଡ଼ା ର ନମୁନା ନେଇ କେନ୍ଦ୍ର ସରକାରଙ୍କ ହସ୍ତତନ୍ତ୍ର ମନ୍ତ୍ରଣାଳୟକୁ ପଠା ଯାଇଥିଲା। । ଏହା କଏଦି ମାନଙ୍କ ହାତରେ ତିଆରି ତଥା ବେଶ ଭଲ ଉପଯୋଗୀ  ହୋଇପାରିଥିବାରୁ କେନ୍ଦ୍ରସରକାର ପକ୍ଷରୁ ମିଲିଲା ହ୍ୟାଣ୍ତୁଲମ ମାର୍କ ଟ୍ୟାଗ । ଏବେ ଏହାର ଚାହିଦା ବଜାରରେ ବଢିବାରେ ଲାଗିଛି । 

ସେପ୍ଟେମ୍ବର ୩୦ ତାରିଖ ରେ କେନ୍ଦ୍ରସରକାର ପକ୍ଷରୁ ଏହି ହସ୍ତତନ୍ତ୍ରକୁ ହାଣ୍ଡଲୁମ ମାର୍କ ଟ୍ୟାଗ ମାନ୍ୟତା ମିଳିବା ପରେ ଜେଲ ଅନ୍ତେବାସୀ, ଜେଲ କର୍ମଚାରୀ ଙ୍କ ସହ ଜିଲ୍ଲା ପ୍ରଶାସନ ତଥା ଓରମାସରେ ମଧ୍ୟ ଖୁସିର ଲହରି ଖେଲି ଯାଇଛି । ଏହି ହସ୍ତତନ୍ତ୍ର ସାମଗ୍ରୀ ଗୁଡିକୁ ଦେଶ ଭିତରେ ବିକ୍ରି କରାଯିବାକୁ ବ୍ୟବସ୍ଥା କରିବା ସହ ବିଦେଶକୁ ମଧ୍ୟ ରପ୍ତାନି  କରାଯିବା ପାଇଁ ସବୁ ପ୍ରକାର ପ୍ରୟାସ କରାଯିବ ବୋଲି କହିଥିଲେ ଓରମାସ ର ସହକାରୀ ନିର୍ଦେଶକ।

ଅନ୍ୟ ପଟେ ସମ୍ବଲପୁର ସର୍କଲ ଜେଲରେ କେନ୍ଦ୍ରସରକାର ପକ୍ଷରୁ ହ୍ୟାଣ୍ତୁଲମ ଟ୍ୟାଗ ମାନ୍ୟତା ମିଲିଥିବା ହସ୍ତତନ୍ତ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ବେଶ ଭିଡ ଜମୁଛି । ଜେଲ ସମ୍ମୁଖରେ ଏକ କାଉଣ୍ଟର ରହିଛି ଯେଉଁଠି  ପ୍ରତିଦିନ  କାଉଣ୍ଟରରେ ନିର୍ମିତ ବସ୍ତ୍ର ବିକ୍ରି କରାଯାଉଛି । ଜେଲ ଅନ୍ତେବାସିଙ୍କ ହାତ ତିଆରି ସାମଗ୍ରୀ ବହୁତ କମ ଦାମରେ ଭଲ ଜିନିଷ ବ୍ରିକି ହେଉଥିବାର କହୁଛନ୍ତି ଗ୍ରାହକ । ଏହା ଦୀର୍ଘସ୍ଥାୟୀ ସହ ସୂତା ରେ ନିର୍ମିତ ହୋଇଥିବାରୁ ବହୁତ ଭଲ ବୋଲି ଗ୍ରାହକ କହୁଛନ୍ତି ।