ମନ ମୋହିଲା ସଙ୍ଗୀତ ସନ୍ଧ୍ୟା
Advertisement

ମନ ମୋହିଲା ସଙ୍ଗୀତ ସନ୍ଧ୍ୟା

ପ୍ରଥମେ ମା ସମଲେଶ୍ୱରୀଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । 

ପ୍ରତୀକାତ୍ମକ ଫଟୋ

ସମ୍ବଲପୁର: ତପସ୍ୱିନୀ ହଲରେ ଏକ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର କେରିଓକେ କ୍ଲବ ପକ୍ଷରୁ ଆୟୋଜିତ ଏହି ସଙ୍ଗୀତ ସନ୍ଧ୍ୟାରେ କ୍ଲବର କଳାକାର ମାନେ ନୂଆ ଓ ପୁରୁଣା ଗୀତ ଗାଇ ଶ୍ରୋତାଙ୍କ ମନ ମୋହିଥିଲେ । 

ପ୍ରଥମେ ମା ସମଲେଶ୍ୱରୀଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ପ୍ରଫୁଲ୍ଲ ମିତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହ କଳାକାରଙ୍କୁ ଉତ୍ସାହିତ କରିଥିଲେ । ସନ୍ଧ୍ୟା ସାଢ଼େ ଛଅଟାରୁ ଏହି ସଙ୍ଗୀତ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଚାଲିଥିଲା । ସମସ୍ତ ଗୀତ ବେଶ ମନଛୁଆଁ ହୋଇଥିଲା । ଶ୍ରୋତାମାନେ ନୂଆ ଓ ପୁରୁଣା ଗୀତଗୁଡିକୁ ବେଶ ଉପଭୋଗ କରିଥିଲେ ।