ଆସନ୍ତା ୧୫ରେ ରାଜ୍ୟ ସ୍ତରୀୟ ମାରୱାଡି ସମ୍ମିଳନୀ
Advertisement

ଆସନ୍ତା ୧୫ରେ ରାଜ୍ୟ ସ୍ତରୀୟ ମାରୱାଡି ସମ୍ମିଳନୀ

ଜିଲ୍ଲାରେ ଆସନ୍ତା ୧୫ ତାରିଖରେ ରାଜ୍ୟ ସ୍ତରୀୟ ମାରୱାଡି ସମ୍ମିଳନୀ ହେବ । 

ପ୍ରତୀକାତ୍ମକ ଫଟୋ

ସମ୍ବଲପୁର: ଜିଲ୍ଲାରେ ଆସନ୍ତା ୧୫ ତାରିଖରେ ରାଜ୍ୟ ସ୍ତରୀୟ ମାରୱାଡି ସମ୍ମିଳନୀ ହେବ । ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ଏହି ସମ୍ମିଳନୀ ସ୍ଥାନୀୟ ରେଳ ନଗର କମ୍ୟୁନିଟି ହଳରେ ହେବାକୁ ଧାର୍ଯ୍ୟ କରାଯାଇଛି । 

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୬ଶହରୁ ଉର୍ଦ୍ଧ୍ୱ ଜନସମାଗମ ହେବାର ସୂଚନା ପ୍ରଦାନ କରାଯାଇଛି । ରାଜ୍ୟରେ ମାରୱାଡି ସମ୍ପ୍ରଦାୟ ପକ୍ଷରୁ ବିଭିନ୍ନ ପ୍ରକାର ଜନ ହିତକର କାର୍ଯ୍ୟ ବାବଦରେ ଆଲୋଚନା କରାଯିବା ସହ ଓଡ଼ିଶାର ଜନ ସାଧରଣଙ୍କର ପ୍ରଗତି କ୍ଷେତ୍ରରେ ମାରୱାଡି ସମାଜ କେମିତି ଆହୁରି ସହଯୋଗ କରିବ, ସେ ଦିଗରେ ଆଲୋଚନା କରାଯିବ । ମାରୱାଡି ସମ୍ପ୍ରଦାୟର ଲୋକେ ଓଡ଼ିଶାର ପୁର ପଲ୍ଲୀରେ ବସବାସ କରୁଛନ୍ତି, ସେମାନେ କିଭଳି ଭାବେ ସ୍ଥାନୀୟ ଜନ ସାଧାରଣଙ୍କ ସମସ୍ୟା ସାମୂହିକ ଭାବେ ସମାଧାନ କରି ପାରିବେ,  ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମାରୱାଡି ସମ୍ମିଳନୀର ସଭାପତି ଅଶୋକ କୁମାର ଜାଲାନ ।

ଆହୁରି ପଢ଼ନ୍ତୁ; ଗୁଜରାଟରେ ବନିବ ଉଡ଼ନ୍ତା କାର୍