ବାଣ ନୁହେଁ ଆସ ଆମେ ହସ ଫୁଟାଇବା
Advertisement
Article Detail0/zeeodisha/odisha590017

ବାଣ ନୁହେଁ ଆସ ଆମେ ହସ ଫୁଟାଇବା

ଆଜି ହେଉଛି ଆଲୋକର ପର୍ବ ଦୀପାବଳି। ଅନ୍ଧାର କୁ ଦୂରୀଭୂତ  କରି ଆଲୋକର ଦୀପ ଟିଏ ଜଳାଇବାର ପର୍ବ ହେଉଛି ଦୀପାବଳି। ଏହି ପର୍ବ କୁ କିଏ କେତେ ଢଙ୍ଗରେ ପାଳନ କରିଥାଏ। ସେମିତି ଦୀପାବଳି ଅବସରରେ ସମାଜକୁ ଏକ ସ୍ୱତନ୍ତ୍ର ବାର୍ତା ଦେବାକୁ ଚେଷ୍ଟା କରିଛନ୍ତି ସ୍ୱାଭିମାନ ସମ୍ବଲପୁର ର ସଦସ୍ୟ ମାନେ।

  • ଆଜି ହେଉଛି ଆଲୋକର ପର୍ବ ଦୀପାବଳି। ଅନ୍ଧାର କୁ ଦୂରୀଭୂତ  କରି ଆଲୋକର ଦୀପଟିଏ ଜଳାଇବାର ପର୍ବ ହେଉଛି ଦୀପାବଳି
  • ଏହି ପର୍ବ କୁ କିଏ କେତେ ଢଙ୍ଗରେ ପାଳନ କରିଥାଏ
  •  ସେମିତି ଦୀପାବଳି ଅବସରରେ ସମାଜକୁ ଏକ ସ୍ୱତନ୍ତ୍ର ବାର୍ତା ଦେବାକୁ ଚେଷ୍ଟା କରିଛନ୍ତି ସ୍ୱାଭିମାନ ସମ୍ବଲପୁର ର ସଦସ୍ୟ ମାନେ

Trending Photos

ବାଣ ନୁହେଁ ଆସ ଆମେ ହସ ଫୁଟାଇବା

ଅଜୟ ନାଥ, ସମ୍ବଲପୁର: ଆଜି ହେଉଛି ଆଲୋକର ପର୍ବ ଦୀପାବଳି। ଅନ୍ଧାର କୁ ଦୂରୀଭୂତ କରି ଆଲୋକର ଦୀପଟିଏ ଜଳାଇବାର ପର୍ବ ହେଉଛି ଦୀପାବଳି। ଏହି ପର୍ବ କୁ କିଏ କେତେ ଢଙ୍ଗରେ ପାଳନ କରିଥାଏ। ସେମିତି ଦୀପାବଳି ଅବସରରେ ସମାଜକୁ ଏକ ସ୍ୱତନ୍ତ୍ର ବାର୍ତା ଦେବାକୁ ଚେଷ୍ଟା କରିଛନ୍ତି ସ୍ୱାଭିମାନ ସମ୍ବଲପୁର ର ସଦସ୍ୟ ମାନେ।

" ବାଣ ନୁହେଁ ଆସ ଆମେ ହସ ଫୁଟାଇବା" ଆଜି ଦୀପାବଳି ଅବସରରେ ଏମିତି ଏକ ନିଆରା କାର୍ଯ୍ୟକ୍ରମ ର ଆୟୋଜନ କରିଛନ୍ତି ସ୍ୱାଭିମାନ ସମ୍ବଲପୁର ର ସଦସ୍ୟ ମାନେ। ମୋଦୀପଡା ଅଂଚଳରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କୁନିକୁନି ପିଲା ମାନଙ୍କୁ ମିଠା ବଣ୍ଟା ଯିବା ସହ ଭିକାରୀ ମାନଙ୍କୁ ଖାଇବା ପିଇବା ଦେବା ସହ ବସ୍ତ୍ର ବଣ୍ଟନ କରାଯାଇଥିଲା। ଭିକାରୀଙ୍କୁ ବିଭିନ୍ନ ସ୍ଥାନରୁ ଗାଡି ରେ ଆଣାଯାଇ ସେମାଙ୍କର ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସମାଜ ରୁ ନିଷ୍ପେସିତ ଏହି ଭିକାରୀ ମାନେ କିଛି ସମୟ ଏଠାରେ ଦୀପାବଳି ର ନିଆରା ପ୍ରୟାସ କୁ ଉପଭୋଗ କରିଥିଲେ। ଭୋଜି ଭାତ ସହ ଦିନଟିକୁ ଉପଭୋଗ କରିଥିଲେ ସମସ୍ତେ। ଆୟୋଜକ ମାନେ ମଧ୍ୟ ଏପରି କାର୍ଯ୍ୟକ୍ରମ କରି ଟଙ୍କା କୁ ବାଣ ଭାବରେ ପୋଡିବା ଅପେକ୍ଷା ଜଣଙ୍କ ମୁହଁରେ ହସ ଫୁଟାଇ ପାରିଲେ ସାର୍ଥକ ହେବ ବୋଲି କହିଥିଲେ। ଏହା ଦ୍ୱାରା ପରିବେଶ ମଧ୍ୟ ରକ୍ଷା ପାଇପାରିବ।

fallback 

ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲଙ୍କ ସହ ଦିଲୀପ ବାଗ, ତ୍ରିଲୋଚନ ତ୍ରିପାଠୀ, ରାଜେଶ ସୁନା ପରି କଳାକାର ମାନେ ଯୋଗ ଦେଇ ସଙ୍ଗୀତ ପରିବେଷଣ କରିଥିଲେ। ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ ସ୍ୱାଭିମାନ ସମ୍ବଲପୁର ର ନିଆରା ପ୍ରୟାସ କୁ ପ୍ରଶଂସା  କରିବା ସହ ସ୍ୟାଲୁଟ କରିଥିଲେ। ବାଣ ନ ଫୁଟାଇ ଯଦି ସମସ୍ତେ ସମାଜର ଅବହେଳିତ ଜନସାଧାରଣ ଙ୍କ ମୁହଁରେ ହସ ଟିକିଏ ଫୁଟାଇ ପାରନ୍ତେ ତା ହେଲେ ଟଙ୍କା ସଞ୍ଚୟ ହେବା ସହ ପରିବେଶ ମଧ୍ୟ ରକ୍ଷା ପାଆନ୍ତା।