ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମଲେଶ୍ବରୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ
Advertisement
Article Detail0/zeeodisha/odisha904008

ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମଲେଶ୍ବରୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ମନ୍ଦିର ଟ୍ରଷ୍ଟ ବୋର୍ଡ।

ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମଲେଶ୍ବରୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ସମ୍ବଲପୁର: ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମଲେଶ୍ବରୀ ମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ। ରାଜ୍ୟ ସରକାରଙ୍କ ଦ୍ୱାରା ପରିବର୍ଦ୍ଧିତ ଲକଡାଉନ ଅବଧି ଅନୁସାରେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ ମା ସମଲେଶ୍ବରୀ ମନ୍ଦିରରେ ସାଧାରଣ ଦର୍ଶନ। କୋଭିଡ ନିୟମ ପାଳନ ପୂର୍ବକ ଜାରି ରହିବ ମାଆଙ୍କ ନୀତିକାନ୍ତି। 

ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ଲକଡାଉନ ଯୋଗୁ ମେ ୧୯ ପର୍ଯ୍ୟନ୍ତ ସମଲେଶ୍ବରୀ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପାଇଁ ବାରଣ କରାଯାଇଥିବା ମନ୍ଦିର ବନ୍ଦ ରହିଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା ପରିବର୍ଦ୍ଧିତ ଲକଡାଉନ ଅବଧିକୁ ନଜରରେ ରଖି ସମଲେଶ୍ବରୀ ମନ୍ଦିରକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ମନ୍ଦିର ଟ୍ରଷ୍ଟ ବୋର୍ଡ।

Also Read: କୋରୋନା ମହାମାରୀ କବଳରୁ ରକ୍ଷା ପାଇବାକୁ ମା’ସମଲେଶ୍ବରୀଙ୍କ ଠାରେ ପୂଜାର୍ଚ୍ଚନା

 

ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ। ସରକାରଙ୍କ ଦ୍ୱାରା ପରିବର୍ଦ୍ଧିତ ଲକଡାଉନ ଅବଧିକୁ ଦୃଷ୍ଟିରେ ରଖି ଆସନ୍ତା ମେ ୨୦ ତାରିଖରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ସମଲେଶ୍ବରୀ ମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ଏହି ଦିନରେ ମାଆଙ୍କ ସମସ୍ତ ନୀତିକାନ୍ତି ତଥା ଦୈନନ୍ଦିନ ପୂଜାର୍ଚ୍ଚନା ନିର୍ଘଣ୍ଟ ଅନୁସାରେ ପୂଜକ କରିବେ। ଏନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି।