Bsky: ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ, ହେଲେ ମେଡିକାଲରେ କାମ ଦେଉନି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ
Advertisement
Article Detail0/zeeodisha/odisha1439397

Bsky: ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ, ହେଲେ ମେଡିକାଲରେ କାମ ଦେଉନି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ

Bsky : ଦୁଇ ବର୍ଷ ଭିତରେ ୧୦ ଜୀବନ ନେଲାଣି କିଡନୀ ରୋଗ । ଆଉ ଦଶ ଜଣ ମୃତ୍ୟୁ ଅପେକ୍ଷାରେ। ଏହା ଭିତରେ, ଆଉ କିଛି ଜୀବନ ନେବାକୁ ଆଁ କରିଛି ଏହି ଘାତକ ରୋଗ । ଚିକିତ୍ସା ପାଇଁ ଗାଁ ଲୋକେ ଘର ଦ୍ୱାର ବନ୍ଧା ପକାଇ ସାରିଛନ୍ତି। ଗରିବ ଲୋକ ଯେପରି ସ୍ବାସ୍ଥ୍ୟସେବାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କରିଛନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

Bsky: ଦୁଇ ବର୍ଷ ଭିତରେ  ୧୦ ଜୀବନ ନେଲାଣି କିଡନୀ ରୋଗ । ଆଉ ଦଶ ଜଣ ମୃତ୍ୟୁ ଅପେକ୍ଷାରେ। ଏହା ଭିତରେ, ଆଉ କିଛି ଜୀବନ ନେବାକୁ ଆଁ କରିଛି ଏହି ଘାତକ ରୋଗ । ଚିକିତ୍ସା ପାଇଁ ଗାଁ ଲୋକେ ଘର ଦ୍ୱାର ବନ୍ଧା ପକାଇ ସାରିଛନ୍ତି। ଗରିବ ଲୋକ ଯେପରି ସ୍ବାସ୍ଥ୍ୟସେବାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କରିଛନ୍ତି । ହେଲେ ଏହି କାର୍ଡର ସୁବିଧା ମିଳୁ ନ ଥିବା ଅଭିଯୋଗ ଆସିଛି ।  ଏପରି ଅଭିଯୋଗ ଆସିଛି,  ସମ୍ବଲପୁରର ପାଏନଡୁଙ୍ଗିରି ପଡା, ମହାନଗର ନିଗମର ୩୯ ନମ୍ବର ୱାର୍ଡରୁ ।  

ଏଠାରେ ବସବାସ କରନ୍ତି କିଛି ଦିନ ମଜୁରିଆ ଶ୍ରେଣୀର ଲୋକେ । ନିଜର ପରିବାର ତଥା ନିଜର ପେଟ ପୋଷିବା ପାଇଁ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି ଏହି ଅଂଚଳ ର ଲୋକେ । ଏହି ପଡାରେ ଦୁଇଟି ନଳକୂପ ଥିବା ବେଳେ ସେହି ପାଣିକୁ ସେମାନେ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ବ୍ୟବହାର କରନ୍ତି । ଏହି ଗାଁର ବସବାସ କରନ୍ତି, ଜଣେ ଅସହାୟ ବୃଦ୍ଧା  ଓ ତାଙ୍କ ଭେଣ୍ତିଆ ପୁଅ । ଉଭୟ କୀଡନି ରୋଗରେ ପୀଡିତ । ସମସ୍ତ କାର୍ଯ୍ୟ ନିଜେ କରୁଥିବା ବେଳେ ଚିକିତ୍ସା ପାଇଁ ଘରଦ୍ୱାର ଜମିବାଡ଼ି ସବୁ ବନ୍ଧକ କରି ସାରିଛନ୍ତି ଏମାନେ ।

ବୁର୍ଲା ଡାକ୍ତରଖାନା ଦୌଡ଼ି ଦୌଡ଼ି ସର୍ବସ୍ଵାନ୍ତ ହୋଇ ସାରିଥିବା ବେଳେ ଏଵେ ତାଙ୍କୁ କଟକ ମେଡିକାଲ ରେଫର କରିଛନ୍ତି ଡାକ୍ତର । ବିଜୁ ସ୍ୱାସ୍ଥ୍ୟ କାର୍ଡ ମଧ୍ୟ କାମ ଦେଉନଥିବାର ଅଭିଯୋଗ କରିଛନ୍ତି । ଇଏତ ଗଲା ଗୋଟିଏ ପରିବାରର କଥା, ଅଞ୍ଚଳରେ ଆହୁରି ୧୦ ଜଣ ପାଖାପାଖି ଲୋକେ କୀଡନି ରୋଗରେ ପୀଡିତ ରହିଥିବା ବେଳେ ଆଉ କିଛି ରକ୍ତ ପରୀକ୍ଷା କରି ରିପୋର୍ଟକୁ ଅପେକ୍ଷା କରିଛନ୍ତି । ପ୍ରଶାସନ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଦାବି କରିଛନ୍ତି ।

ଏହାବି ପଢନ୍ତୁ : Baliyatra 2022: କଟକ ବାଲିଯାତ୍ରାରେ ଉଡିବନି ଧୂଳି, Cmc ନେଇଛି ଏମିତି ବଡ ପଦକ୍ଷେପ

ଏହି କିଡ଼ନୀ ରୋଗ ଓ ବିଜୁ ସ୍ୱାସ୍ଥ୍ୟ କାର୍ଡ ସମ୍ପର୍କରେ ଆମେ ଯେତେବେଳେ ସିଡିଏମଓଙ୍କ ସହ ଆଲୋଚନା କରିଥିଲୁ ସେ କହିଥିଲେ ଯେ କିଡ଼ନୀ ରୋଗର ପ୍ରାୟ ଔଷଧ ମାଗଣାରେ ସରକାର ଦେଉଛନ୍ତି । ଯାହାକି ସଦର ହସ୍ପିଟାଲରେ କିଡ଼ନୀ ରୋଗର ମାଗଣାରେ ପ୍ରାୟ ଔଷଧ ଦିଆଯାଉଛି । ଅନେକ ଅଞ୍ଚଳ ରେ ସଚେତନତାର ଅଭାବ ମଧ୍ୟ ରହୁଛି । ଏହାସହ, ମଧୁମେହ  ଓ ରକ୍ତଚାପ ରୋଗରେ ପୀଡିତ ଲୋକଙ୍କୁ ଶୀଘ୍ର ଏହି ରୋଗ ଗ୍ରାସ କରିଥାଏ । ଆସନ୍ତାକାଲି ଏ ଅଞ୍ଚଳକୁ ଏକ ଟିମ ପଠାଯାଇ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି କହିଥିଲେ । ଯଦି କିଡ଼ନୀ ରୋଗୀଙ୍କୁ ଅସୁବିଧା ହେଉଛି ତା ହେଲେ ଠେମରା ସିଏଚସିରେ ଔଷଧ ପ୍ରଦାନର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।