Bhai Jiuntia festival : ଭାଇ ଜିଉଁନ୍ତିଆ ଓଷା, ଜାଣନ୍ତୁ ପୂଜାର ବିଧି ଓ ନୀତିକାନ୍ତି
Advertisement
Article Detail0/zeeodisha/odisha1378647

Bhai Jiuntia festival : ଭାଇ ଜିଉଁନ୍ତିଆ ଓଷା, ଜାଣନ୍ତୁ ପୂଜାର ବିଧି ଓ ନୀତିକାନ୍ତି

Bhai Jiuntia festival : ଭାଇ ଜୁଇନ୍ତିଆ ଓଷା, ସାରା ପଶ୍ଚିମ ଓଡିଶାରେ ପାଳନ କରାଯାଉଛି  । ହେଲେ ସୁବର୍ଣ୍ଣପୁରରେ ଭାଇ ଜିଉଁନ୍ତିଆ ଓଷାକୁ ନେଇ ରହିଛି ଏକ ନିଆରା ପରମ୍ପରା । 

 Bhai Jiuntia festival : ଭାଇ ଜିଉଁନ୍ତିଆ ଓଷା, ଜାଣନ୍ତୁ ପୂଜାର ବିଧି ଓ ନୀତିକାନ୍ତି

Bhai Jiuntia festival : ଭାଇ ଜିଉଁନ୍ତିଆ ଓଷା, ସାରା ପଶ୍ଚିମ ଓଡିଶାରେ ପାଳନ କରାଯାଉଛି  । ହେଲେ ସୁବର୍ଣ୍ଣପୁରରେ ଭାଇ ଜିଉଁନ୍ତିଆକୁ ନେଇ ରହିଛି ଏକ ନିଆରା ପରମ୍ପରା । ସ୍ୱୟଂ ଦେବୀ ମାଆ ଦୁର୍ଗା ନିଜ ଦେବ ସ୍ୱରୁପ ଭାଇ ମହାବଳୀ ପାଇଁ କରିଛନ୍ତି ଭାଇ ଜିଉଁନ୍ତିଆ ଓଷା । ଦୁର୍ଗାଦେବୀ ଭାଇ ଜିଉଁନ୍ତିଆ ପାଇଁ ଖମ୍ବେଶ୍ୱରୀ ମନ୍ଦିରକୁ ସ୍ବଂୟ ବିଜେ କରିବା ପରେ ଅଞ୍ଚଳର ଭଉଣୀମାନେ ପାଳନ କରିଥାନ୍ତି ଏହି ଉଷା । ଭାଇ ଜିଉଁନ୍ତିଆ ଓଷା ,  ଭାଇର ମଙ୍ଗଳ ତଥା ଦିର୍ଘାୟୁ କାମନା କରି ଭଉଣୀ ମାନେ ଏହି ଓଷା ପାଳନ କରିଥାନ୍ତି । ସୁବର୍ଣ୍ଣପୁରରେ ଦେବୀ ମାଆ ଦୁର୍ଗା ନିଜ ଦେବ ସ୍ୱରୂପ ଭାଇ ମହାବଳୀ ପାଇଁ ଏହି ଓଷା କରିବାର ପରମ୍ପରା କାହିଁ କେତେ ଦିନରୁ ରହିଛି  । ସପ୍ତମୀ ତିଥିର ରାତ୍ର ପ୍ରହରରେ ରାଜପୁରୋହିତଙ୍କ ବାସଭବନରୁ ମାଁ ସମଲେଇଶ୍ୱରୀ ମନ୍ଦିରକୁ ବିଜେ କରିଥାନ୍ତି ଦେବୀ କନକ ଦୁର୍ଗା । ପରମ୍ପରାକ୍ରମେ ଦେବୀ ଦୁର୍ଗା ,ଭୁବନେଶ୍ୱରୀ  ଓ ମହାକାଳୀଙ୍କ ସହିତ ସମଲେଇଶ୍ୱରୀ ମନ୍ଦିରରେ ପୂଜା ପାଇଥାନ୍ତି  । ସପ୍ତମୀ ତିଥି ରାତ୍ରୀରେ ଦେବୀ ଦୁର୍ଗା ଆରାଧନା ପରେ ଖମ୍ବେଶ୍ୱରୀ ମନ୍ଦିରକୁ ଭାଇ ଜିଉଁନ୍ତିଆ  ପାଇଁ ବିଜେ କରିଥାନ୍ତି ।

ଦୁର୍ଗା ଦେବୀଙ୍କ ଅଷ୍ଟମୀ ପୂଜାପରେ ସାରା ସହରରେ ଭଉଣୀ ମାନେ ଭାଇ ଜିଉଁନ୍ତିଆ ଓଷା ପାଳନ କରିଥାନ୍ତି । ଦିନସାରା ନିର୍ଜଳା ଉପବାସ ରହି ସଂଧ୍ୟାରେ ଧୁପ ଦୀପ ନୈବେଦ୍ୟ ଚଢାଇ ଦେବୀ ଦୁର୍ଗାଙ୍କୁ ପୁଜା କରିଥାନ୍ତି । ସାତ ପ୍ରକାର ଫୁଲ ଫଳ ସହିତ ସାତୋଟି ଜୁଗାର ତିଆରି କରି ପୂଜା ସାମଗ୍ରୀ ନେଇ ଭାଇର ମଙ୍ଗଳ କାମନା ଦେବୀ ଦୁର୍ଗାଙ୍କ ପାଖରେ କରିଥାନ୍ତି  । ପ୍ରତିଟି ଭାଇପାଇଁ ଶହେ ଆଠ ଦୁବ ଓ ଅକ୍ଷତ ଅରୁଆ ଚାଉଳକୁ ଏକାଠି କରି ଜୁଇନ୍ତିଆରେ ବାନ୍ଧି ଦେବୀଙ୍କ ପାଖରେ ସମର୍ପିତ କରିଥାନ୍ତି । ପରଦିନ ଭୋର ସକାଳେ ବନ୍ଧା ହୋଇଥିବା ଦୁବ ବିଡାକୁ ନେଇ ଭାଇକୁ ବନ୍ଦାଇଥାନ୍ତି ଭାଇର ମଙ୍ଗଳ କାମନା କରି । ଏହି ପର୍ବରେ ସୁବର୍ଣ୍ଣପୁରର ଖମ୍ବେଶ୍ୱରୀ ମନ୍ଦିରର ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ରାଜାରାଜୁଡା ଅମଳରୁ ରହିଛି ।

 

ଭଉଣୀମାନେ ଏଠାରେ ଯେ ଖାଲି ସମର୍ପିତ କରିଥାନ୍ତି ଓଷା ପାଳନ କରିଥାନ୍ତି ତାହା ନୁହେଁ ଦେବୀ ମାଁ କନକ ଦୁର୍ଗାଙ୍କ ପାଖରେ ନିଜ ପରିବାରର ସୁଖ ସମୃଦ୍ଧି ପାଇଁ ଆର୍ଶୀର୍ବାଦ ଭିକ୍ଷା ମଧ୍ୟ କରିଥାନ୍ତି । ଦେବୀ ମାଆ କନକ ଦୁର୍ଗା ଭାଇ ଜିଉଁନ୍ତିଆ ଓଷା ପାଳନ କରିବା ପରମ୍ପରା ଖୁବ ପ୍ରାଚୀନ । ଯାହା କେବଳ ସୁବର୍ଣ୍ଣପୁର ରେ ହିଁ ଦେଖିବାକୁ ମିଳେ ।  ବିଶ୍ୱାସ ରହିଛି ଯେ, ଏହି ପବିତ୍ର ଦିନରେ ମା' ଦୁର୍ଗାଙ୍କର ପ୍ରିୟ କଖାରୁ ଫୁଲ ନିଷ୍ଠାପର ସହକାରେ ଅର୍ପଣ କଲେ ଶତ ସ୍ୱର୍ଣ୍ଣ କମଳ ଯୁକ୍ତ ହୋଇଥାଏ । ଭକ୍ତିଚିତ୍ତ ମନରେ ମା' ଦୁର୍ଗାଙ୍କୁ ଆରାଧନା କରାଯାଏ । ଓଷାର ପରଦିନ ସକାଳେ ଭାଇମାନଙ୍କୁ ଆସନରେ ଉପବିଷ୍ଟ କରାଇ ଦୀପ ଜାଳି, ପ୍ରସାଦ ବାଢି ଦିଅନ୍ତି ସ୍ନେହ-ଶ୍ରଦ୍ଧାରେ ଭଉଣୀ । ମା' ଦୁର୍ଗାଙ୍କ ନିକଟରେ ଲାଗି ହୋଇଥିବା ଦୁର୍ବାକ୍ଷତ ଆଣି ନିଜ ଭାଇକୁ ସାତଥର ଝାଡି ଦିଅନ୍ତି । ନିବିଡ ଆତ୍ମୀୟତାରେ ଭାଇର ସର୍ବକୁଶଳ କାମନା କରନ୍ତି । ଭାଇକୁ ଯଥାସାଧ୍ୟ ବସ୍ତ୍ର ଏବଂ ଉପହାର ଦେବା ସହ ମିଷ୍ଟାନ୍ନ ଖୁଆନ୍ତି ।