Navratri Kanya Pujan 2022 : କାହିଁକି କରାଯାଏ କନ୍ୟାପୂଜନ , କଣ ରହିଛି ଏହାର ନୀତି ନିୟମ ?
Advertisement
Article Detail0/zeeodisha/odisha1373479

Navratri Kanya Pujan 2022 : କାହିଁକି କରାଯାଏ କନ୍ୟାପୂଜନ , କଣ ରହିଛି ଏହାର ନୀତି ନିୟମ ?

Navratri Kanya Pujan 2022 : ଆରମ୍ଭ ହୋଇଛି ନବରାତ୍ରୀ । ମାଆଙ୍କୁ ଆରାଧନା ପାଇଁ ଚାଲିଛି ଘରେ ଘରେ ଆରାଧନା । ନବରାତ୍ରୀରେ ନଅ ଦିନରେ ମାଆ ଦୁର୍ଗାଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଏ। ବ୍ରତଧାରୀମାନେ ଉପବାସ ରଖି ମାଆଙ୍କୁ ପୂଜା କରନ୍ତି।

ସୌଜନ୍ୟ : ସୋସିଆଲ ମିଡିଆ

Navratri Kanya Pujan 2022 :  ଆରମ୍ଭ ହୋଇଛି ନବରାତ୍ରୀ ।  ମାଆଙ୍କୁ ଆରାଧନା ପାଇଁ ଚାଲିଛି ଘରେ ଘରେ ଆରାଧନା । ନବରାତ୍ରୀରେ ନଅ ଦିନରେ ମାଆ ଦୁର୍ଗାଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଏ। ବ୍ରତଧାରୀମାନେ ଉପବାସ ରଖି ମାଆଙ୍କୁ ପୂଜା କରନ୍ତି। ନବରାତ୍ରୀର ଅଷ୍ଟମୀ ଏବଂ ନବମୀର ବିଶେଷ ମହତ୍ତ୍ୱ ରହିଛି । ଏହି ଅଷ୍ଟମୀକୁ ଦୁର୍ଗା ଅଷ୍ଟମୀ ବା ମହାଅଷ୍ଟମୀ ମଧ୍ୟ କୁହାଯାଏ । ନବରାତ୍ରୀ ନବମୀ ଦିନ ଶେଷ ହୁଏ । ନବରାତ୍ରୀରେ କନ୍ୟା ପୂଜା କରାଯାଇଥାଏ । ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଆସନ୍ତୁ ଜାଣିବା କାନ୍ୟା ପୂଜନ ତାରିଖ, ପୂଜା ପଦ୍ଧତି ଏବଂ ଶୁଭ ସମୟ । ୨ ଅକ୍ଟୋବର ସନ୍ଧ୍ୟା ୬.୪୭ ମିନିଟ୍ ସମୟରେ ଅଷ୍ଟମୀ ତିଥି ଆରମ୍ଭ ହୋଇ ୩ ଅକ୍ଟୋବରେ ୪.୩୭ ସମୟ ପର୍ଯ୍ୟନ୍ତ ଅଷ୍ଟମୀ ତିଥି ଶେଷ ହେଉଛି । ସେହିପରି ନବମୀ ତିଥି ୩ ଅକ୍ଟୋବର ସନ୍ଧ୍ୟା ୪ଟା ୩୭ରୁ ଆରମ୍ଭ ହୋଇ  ୪ ତାରିଖ ଅପରାହ୍ନ ୨.୨୦ ପର୍ଯ୍ୟନ୍ତ ରହିବ। 

ବିଶେଷ କରି ୨ରୁ ୧୦ ବର୍ଷର କନ୍ୟାମାନଙ୍କୁ ଏ ପୂଜାରେ ସାମିଲ କରାଯାଏ। କନ୍ୟା ପୂଜନ ପାଇଁ ୯ ଜଣ କୁନି ଝିଅ ଓ ଗୋଟିଏ କୁନିପୁଅର ପ୍ରୟୋଜନ ଥାଏ। ପୂଜାର ବିଧି ଅନୁଯାୟୀ, ପ୍ରଥମେ ସମସ୍ତ କୁନି ଝିଅଙ୍କ ପାଦକୁ ଭଲ ଭାବରେ ଧୋଇ ସେମାନଙ୍କୁ ଆସନରେ ବସାନ୍ତୁ।   ପରେ ସେମାନଙ୍କ ମଥାରେ ଟିକା ଲଗାନ୍ତୁ। ଆଉ ସେମାନଙ୍କୁ ପୂଜା କରନ୍ତୁ। କନ୍ୟାଙ୍କ ନିକଟରେ ଭୋଗ/ ଖାଦ୍ୟ ଲଗାଇବା ପୂର୍ବରୁ  ପ୍ରଥମେ ଦେବୀ ଦୁର୍ଗା ମାଆଙ୍କୁ ଭୋଗ ଅର୍ପଣ କରନ୍ତୁ । ପରେ ୯ କନ୍ୟାଙ୍କ ସହ କୁନି ବାଳକକୁ ଭୋଗ ସହିତ କିଛି ଫଳ ମଧ୍ୟ ଦିଅନ୍ତୁ। ସେମାନଙ୍କ ଖାଦ୍ୟଗ୍ରହଣ ପରେ ସେମାନଙ୍କୁ ନିଜ ସକ୍ଷ ଅନୁସାରେ ଦକ୍ଷିଣା ଦିଅନ୍ତୁ। ସମ୍ମାନର ସହ ସେମାନଙ୍କୁ ଘରକୁ ପଠାନ୍ତୁ ।  ନବରାତ୍ରୀ ସମୟରେ କନ୍ୟାପୂଜା କଲେ ଦେବୀ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ବାସ ରହିଛି । 

 ଏହାବି ପଢନ୍ତୁ : Navratri 2022 Day 5 : ନବରାତ୍ରୀରେ କିପରି କରିବେ ସ୍କନ୍ଦମାତାଙ୍କ ଆରାଧନା , ଜାଣି ରଖନ୍ତୁ ପୂଜାବିଧି ଓ ଶୁଭ ମୂହୁର୍ତ୍ତ

 

ବୟସ ଅନୁସାରେ ଝିଅମାନଙ୍କ ଭିନ୍ନଭିନ୍ନ ଦେବୀଙ୍କ ସ୍ବରୂପ ମନେ କରାଯାଇଥାଏ । ୨ ବର୍ଷର କନ୍ୟାକୁ କୁମାରୀକା କୁହାଯାଏ, ସେହିପରି ୩ ବର୍ଷର କନ୍ୟାକୁ କୁହାଯାଏ ତ୍ରିମୂର୍ତ୍ତି, ୪ ବର୍ଷର କନ୍ୟାକୁ କଲ୍ୟାଣୀ, ୫ ବର୍ଷର କନ୍ୟାକୁ ରୋହିଣୀ, ୬ ବର୍ଷର କନ୍ୟାକୁ କୁହାଯାଏ କାଳିକା . ୭ ବର୍ଷର କନ୍ୟାକୁ ଚଣ୍ଡିକା, ୮ ବର୍ଷର କନ୍ୟାକୁ ସାମ୍ଭବୀ, ୯ ବର୍ଷର କନ୍ୟାକୁ ଦୁର୍ଗା ଏବଂ ୧୦ ବର୍ଷର କନ୍ୟାକୁ କୁହାଯାଏ ଶୁଭଦ୍ରା । ଏତେ ଅଳ୍ପ ବୟସରେ ଏହି କନ୍ୟାମାନଙ୍କ ମନରେ କୌଣସି ଖରାପ ଭାବନା ଆସିନଥାଏ । ସେମାନଙ୍କ ମନରେ ସମସ୍ତଙ୍କ ପାଇଁ ପ୍ରେମ ଆଉ ଭଲ ପାଇବା ଥାଏ ।  ସେଥିପାଇଁ ସେମାନଙ୍କୁ ନବରାତ୍ରୀ ସମୟରେ ଦେବୀଙ୍କ ସ୍ବରୂପ ମନେ କରି ପୂଜା କରାଯାଏ ।