Sawan 2024 : ଜାଣନ୍ତୁ ଶ୍ରାବଣ ମାସରେ Non-Veg ନଖାଇବା ପଛରେ କଣ ରହିଛି ବୈଜ୍ଞାନିକ କାରଣ
Advertisement
Article Detail0/zeeodisha/odisha2347897

Sawan 2024 : ଜାଣନ୍ତୁ ଶ୍ରାବଣ ମାସରେ Non-Veg ନଖାଇବା ପଛରେ କଣ ରହିଛି ବୈଜ୍ଞାନିକ କାରଣ

Scientific Reason for People Should Avoid Eating Non-Veg Shravan month : ବର୍ଷା ଆସିବା ମାତ୍ରେ ଅନେକ ରୋଗ ଏବଂ ସଂକ୍ରମଣର ଆଶଙ୍କା ବଢ଼ିଯାଏ।ଅନେକ ଗବେଷଣାରୁ ଜଣା ପଡ଼ିଛି ଯେ,ବର୍ଷା ଋତୁରେ  ଆମିଷ ଖାଇବା ଉଚିତ୍ ନୁହେଁ।ତେବେ କାହିଁକି ପୁରା ପଢନ୍ତୁ...

Eating Non-Veg Shravan month

Why Non-Veg Food Is Not Allowed In The Month Of Sawan : ଭୀଷଣ ଖରା, ଗୁଳୁଗୁଳି ଓ ଆର୍ଦ୍ରତା ପରେ ଯେତେବେଳେ ବର୍ଷାର ବୁନ୍ଦା ପୃଥିବୀରେ ପଡେ, ସେବେ ସମସ୍ତଙ୍କୁ ଏକ ପ୍ରକାର ଶାନ୍ତି ଓ ଆରାମ ମିଳିଥାଏ । କିନ୍ତୁ ବର୍ଷା ଆସିବା ମାତ୍ରେ ଅନେକ ରୋଗ ଏବଂ ସଂକ୍ରମଣର ଆଶଙ୍କା ବଢ଼ିଯାଏ, ଏପରି ପରିସ୍ଥିତିରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାର ଗୋଟିଏ ଉପାୟ ହେଉଛି ଆପଣଙ୍କର ଦୈନନ୍ଦିନ ଖାଦ୍ୟରେ ପରିବର୍ତ୍ତନ କରିବା।

ଅନେକ ଗବେଷଣାରୁ ଜଣା ପଡ଼ିଛି ଯେ,ବର୍ଷା ଋତୁରେ  ଆମିଷ ଖାଇବା ଉଚିତ୍ ନୁହେଁ।ତେବେ କାହିଁକି ବର୍ଷାଦିନେ ନନ୍- ଭେଜ୍ ଖାଇବାକୁ ମନା କରାଯାଏ ଆସନ୍ତୁ ଜାଣିବା।

ଧାର୍ମିକ ଦୃଷ୍ଟିକୋଣରୁ ଦେଖାଗଲେ, ଭଗବାନ ଶିବଙ୍କ ପୂଜା ହେତୁ ଶ୍ରାବଣ ମାସରେ ନନ୍-ଭେଜ୍ ଖାଦ୍ୟ ବନ୍ଦ କରାଯାଏ, କିନ୍ତୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ସମୟ ମଧ୍ୟରେ ନନ୍-ଭେଜ୍ ଖାଦ୍ୟଠାରୁ ଦୂରତା ବଜାୟ ରଖିବା ଉଚିତ୍ । 

୧-ଫଙ୍ଗସର ବିପଦ: ମୌସୁମୀରେ ପ୍ରବଳ ବର୍ଷା ହେତୁ ବାୟୁରେ ଆର୍ଦ୍ରତା ବଢ଼ିଯାଏ, ଏହା ପରେ ଫଙ୍ଗଲ୍ ସଂକ୍ରମଣ ହେବାର ଆଶଙ୍କା ବଢ଼ିବାରେ ଲାଗେ ଏବଂ ଖାଦ୍ୟ ସାମଗ୍ରୀ ସାଧାରଣ ଅପେକ୍ଷା ଶୀଘ୍ର ସଢ଼ିବାକୁ ହେବାକୁ ଲାଗେ । କାରଣ ବର୍ଷା ଋତୁରେ ପ୍ରତ୍ୟକ୍ଷ ସୂର୍ୟ୍ୟ କିରଣ ଏବଂ ଆଲୋକର ଅଭାବ କମ୍ ରହିଥାଏ ।

୨- ଦୁର୍ବଳ ଡାଇଜେସନ୍: ବର୍ଷା ସମୟରେ ବାୟୁମଣ୍ଡଳର ଆର୍ଦ୍ରତା ବଢ଼ିଯାଏ ଯାହାଦ୍ୱାରା ଆମର ହଜମକାରୀ ଅଗ୍ନିର ପ୍ରଭାବ କମିଯାଏ । ଯାହାଫଳରେ ନନ୍- ଭେଜ୍ ଖାଦ୍ୟ ହଜମ ହେବାକୁୁ ଅଧିକ ସମୟ ଲାଗେ। ଯଦି ହଜମ ଶକ୍ତି ଦୁର୍ବଳ ହୋଇଯାଏ, ତେବେ ନନ୍-ଭେଜ୍ ଖାଦ୍ୟ ଅନ୍ତନଳୀରେ ସଢ଼ିବାକୁ ଲାଗେ। ଏବଂ ଖାଦ୍ୟ ବିଷାକ୍ତ ହେବାର ଆଶଙ୍କା ମଧ୍ୟ ଦେଖାଦିଏ।

୩-ଅସୁସ୍ଥ : ମୌସୁମୀ ସମୟରେ କୀଟପତଙ୍ଗଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥାଏ ଏବଂ ଏହାଫଳରେ ଚିକନଗୁନିଆ ଏବଂ ଡେଙ୍ଗୁ ମଶା ବଢ଼ିିଥାଏ, ଯେଉଁ କାରଣରୁ ପଶୁମାନେ ମଧ୍ୟ ଅସୁସ୍ଥ ହୋଇପଡନ୍ତି । ତେଣୁ ଏହି ସମୟରେ ପଶୁମାନଙ୍କର ମାଂସ ଖାଇବା ଶରୀରକୁ କ୍ଷତି ପହଞ୍ଚାଇପାରେ ।

୪-  ପ୍ରଦୂଷିତ: ମାଛ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ଭଲ, କିନ୍ତୁ ମୌସୁମୀ ସମୟରେ ଏହାକୁ ଖାଆନ୍ତୁ ନାହିଁ। ବାସ୍ତବରେ ପ୍ରବଳ ବର୍ଷା ହେତୁ ସମସ୍ତ ମଇଳା ପୋଖରୀକୁ ବା ପାଣି ସ୍ଥାନକୁ ପ୍ରବାହିତ ହୁଏ, ଯେଉଁଥିପାଇଁ ମାଛ ପ୍ରଦୂଷିତ ହୋଇଥାଏ । ଯଦି ଆପଣ ଏହି ମାଛ ଖାଆନ୍ତି ତେବେ ଆପଣ ଅସୁସ୍ଥ ହୋଇପାରନ୍ତି।