Navratri 3rd Day: କେମିତି କରିବେ ଚନ୍ଦ୍ରଘଣ୍ଟାଙ୍କ ଆରାଧନା, ଜାଣନ୍ତୁ ପୂଜାର ଶୁଭ ମୂହୁର୍ତ୍ତ
Advertisement
Article Detail0/zeeodisha/odisha1371720

Navratri 3rd Day: କେମିତି କରିବେ ଚନ୍ଦ୍ରଘଣ୍ଟାଙ୍କ ଆରାଧନା, ଜାଣନ୍ତୁ ପୂଜାର ଶୁଭ ମୂହୁର୍ତ୍ତ

Maa Chandraghanta:  ଆରମ୍ଭ ହୋଇଛି ନବରାତ୍ର (Navratri)।  ଆଜି ନବରାତ୍ରର ତୃତୀୟ ଦିନ  ।  ନବରାତ୍ରର ତୃତୀୟ ଦିବସରେ ମାଆ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଏ । ଦେବୀ ଦୁର୍ଗାଙ୍କର ତୃତୀୟ ରୂପକୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ।  

ସୌଜନ୍ୟ : ସୋସିଆଲ ମିଡିଆ

Maa Chandraghanta:  ଆରମ୍ଭ ହୋଇଛି ନବରାତ୍ର (Navratri)।  ଆଜି ନବରାତ୍ରର ତୃତୀୟ ଦିନ  ।  ନବରାତ୍ରର ତୃତୀୟ ଦିବସରେ ମାଆ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଏ । ଦେବୀ ଦୁର୍ଗାଙ୍କର ତୃତୀୟ ରୂପକୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ।  ମା’ ଚନ୍ଦ୍ରଘଣ୍ଟାଙ୍କ ଘଣ୍ଟ ଧ୍ଵନିରେ ଅତ୍ୟାଚାରୀ, ଦାନବ, ଦୈତ୍ୟ ସବୁ ଭୟଭୀତ ହୁଅନ୍ତି। ମସ୍ତକରେ ମା’ ଅର୍ଦ୍ଧଚନ୍ଦ୍ର ଧାରଣ କରନ୍ତି ଏବଂ ସିଂହ ବାହାନରେ ବିରାଜମାନ କରନ୍ତି। ଏହି ସ୍ୱରୂପରେ ମା’ଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ । ତାଙ୍କର ଦଶଭୁଜା ଏବଂ ତିନୋଟି ଆଖି ରହିଥାଏ । ଆଠଟି ହସ୍ତରେ ମା’ ଖଡଗ ତଥା ଅସ୍ତ୍ରଶସ୍ତ୍ର ଧାରଣ କରିଥାନ୍ତି । ଆଉ ଅନ୍ୟ ଦୁଇଟି ହସ୍ତରେ ଭକ୍ତଙ୍କୁ ଆର୍ଶିବାଦ କରିଥାନ୍ତି। । ତେବେ ଆସନ୍ତୁ ଜାଣିବା କିପରି ମାଆ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଏ । ଆଉ ପୂଜାର ଶୁଭ ମୁହୁର୍ତ୍ତ କେଉଁ ସମୟ ରହିଛି । ଆଉ ମାଆଙ୍କ ପାଖରେ କେଉଁ ଭୋଗ ଲଗାଗଲେ ଦେବୀ ସନ୍ତୁଷ୍ଟ ରହିବେ। 

ମା ଚନ୍ଦ୍ରଘଣ୍ଟାଙ୍କ ପୂଜା ପାଇଁ ଶୁଭ ସମୟ  ରହିଛି।  ବଡି ଭୋର ୪.୩୬ ରୁ ୫.୨୪ ପର୍ଯ୍ୟନ୍ତ  ବ୍ରହ୍ମ ମୁହୁର୍ତ୍ତ ରହିଛି । ସେହିପରି  ଅପରାହ୍ନ ୨.୧୧ରୁ ୨.୫୯ ପର୍ଯ୍ୟନ୍ତ  ବିଜୟ ମୁହୁର୍ତ୍ତ ରହିଛି । ଏହି ସମୟରେ ମାଆଙ୍କ ଆରାଧାନା କଲେ ଦେବୀଙ୍କ କୃପାଲାଭ କରିପାରିବେ ବ୍ରତଧାରୀ । ସେହିପରି ସନ୍ଧ୍ୟା ୫.୫୯ ରୁ ୬ଟା ୨୩ ପର୍ଯ୍ୟନ୍ତ ଗୋଧୁଳି ମୂହୁର୍ତ୍ତ ରହିଛି।  ରାତ୍ର ୯.୧୨ରୁ ୧୦.୪୭ ପର୍ଯ୍ୟନ୍ତ ଅମୃତବେଳା ରହିଛି । ବ୍ରତଧାରୀମାନେ ମାଆଙ୍କୁ ସୁନେଲୀ ରଙ୍ଗର ବସ୍ତ୍ର କି ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିକି ପୂଜା କରନ୍ତୁ । ଏହାଦ୍ବାରା ଆପଣ ମାଆ ଚନ୍ଦ୍ରଘଣ୍ଟାଙ୍କ କୃପା କରୁଣା ଲାଭ କରିପାରିବେ। ସେହିପରି ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଧଳାପଦ୍ମ ଫୁଲ ଓ ହଳଦିଆ ରଙ୍ଗର ଗୋଲାପ ଫୁଲ ଚଢାନ୍ତୁ। ଦେବୀଙ୍କ ନିକଟରେ ପଞ୍ଚାମୃତ, କେଶର କ୍ଷୀର୍  , ଖିରରେ ତିଆରି ମିଠା ଓ ଚିନିରେ ତିଆରି ମିଠା ମାଆଙ୍କ ପାଖରେ ଭୋଗ ଲଗାଇ ପାରିବେ। 

 ଏହାବି ପଢନ୍ତୁ : Navratri 2022: ନବରାତ୍ରିରେ କରନ୍ତୁ ନାହିଁ ଏସବୁ ଭୁଲ୍, ପଡିବ ଦେବୀ ମା'ଙ୍କର କୋପ ଦୃଷ୍ଟି

ପୁରାଣ ମତେ, ଦୁର୍ଗ ରାକ୍ଷସ ବ୍ରହ୍ମାଙ୍କ ଠାରୁ ବରପ୍ରାପ୍ତ ହୋଇ ଭୀଷଣ ଶକ୍ତିଶାଳୀ ଓ ଅତ୍ୟାଚାରୀ ହୋଇ ଉଠିଲା । ସେ ତ୍ରିଲୋକ ଜିଣିବା ପରେ ଦେବଲୋକ ଯାଇ ଦେବରାଜ ଇନ୍ଦ୍ରଙ୍କୁ ଭୟ ଦେଖାଇଲା। ଦେବଗଣ ସମ୍ମିଳିତ ହୋଇ ଲଢ଼ିଲେ, କିନ୍ତୁ ସମସ୍ତ ଦେବ ଆୟୁଧକୁ ବ୍ୟର୍ଥ କରି ଦୁର୍ଗ ଦୈତ୍ୟ ଦେବଗଣଙ୍କୁ ବନ୍ଦୀକରି ନିଜ ଦୁର୍ଗର କାଳକୋଠରୀରେ ବନ୍ଦକରି ନିତ୍ୟ ନିର୍ଯ୍ୟାତନା ଦେବାରେ ଲାଗିଲା । ସବୁ ଦେବତା ଭୀତଭିତ ହୋଇ ମହାଶକ୍ତିଙ୍କୁ ପ୍ରାର୍ଥନା କଲେ । ଦୟାରେ ବିଗଳିତ ମା’ ଆବିର୍ଭୂତ ହୋଇ ନିଜ ଅଗ୍ନିଗର୍ଭା ନେତ୍ରରେ ଦୁର୍ଗମର ଦୁର୍ଗ ଧ୍ୱଂସ କରି ଦେବଗଣକୁ ଉଦ୍ଧାର କଲେ । ଯେତେବେଳେ ଦୁର୍ଗ ମା’ଙ୍କୁ ଆକ୍ରମଣ କରିବାକୁ ଆସିଲା ମା’ ସହସ୍ରଭୂଜା ହୋଇ ଅସୁମାରି ଶସ୍ତ୍ର ଧାରଣ କରି ରାକ୍ଷସକୁ ବଧ କଲେ । ସେହିଦିନଠାରୁ ସେ ଦୁର୍ଗ ନାଶକାରି ଦୁର୍ଗା ଭାବେ ପୂଜିତ ହେଲେ । ସିଂହବାହିନୀ ଭାବରେ ସେ ଉଭୟ ସ୍ନେହୀ ଓ ଭୟଙ୍କରୀ । ସିଂହ ଉପରେ ବସି ସେ ଚତୁର୍ଭୁଜା, ଅଷ୍ଟଭୁଜା ବା ଏପରିକି ସହସ୍ରଭୁଜା ମଧ୍ୟ ହୋଇପାରନ୍ତି ।  କିନ୍ତୁ ସବୁବେଳେ ତାଙ୍କର ଗୋଟିଏ ହାତ ବରଦା ବା ଶାନ୍ତ ମୁଦ୍ରାରେ ଶୋଭିତ । ମା’ ରୂପରେ ସେ ଭକ୍ତ ଓ ଶରଣାଗତମାନଙ୍କ ପାଇଁ ସେ ଅଭୟ, ଦୟା ଓ ବରଦା, କରୁଣାମୟୀ । କିନ୍ତୁ ଦୁରାଚାରୀ, ରାକ୍ଷସ ସ୍ୱଭାବର ବ୍ୟକ୍ତି, ଯେ ଅନ୍ୟମାନଙ୍କୁ କଷ୍ଟ ଦିଅନ୍ତି ସେମାନଙ୍କ ପାଇଁ ସେ ଭୟଙ୍କର ହୋଇପଡ଼ନ୍ତି । ବସନ୍ତ ଓ ଶରତ ଋତୁରେ ଦେବୀଙ୍କୁ ଆରାଧନା କରାଯାଏ । ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନଗଗୌରୀ ବା ନବଦୁର୍ଗା (ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ)ଙ୍କ ପୂଜା ଅନୁଷ୍ଠିତ ହୁଏ ।