Navratri 2022: ନବରାତ୍ରିରେ କରନ୍ତୁ ନାହିଁ ଏସବୁ ଭୁଲ୍, ପଡିବ ଦେବୀ ମା'ଙ୍କର କୋପ ଦୃଷ୍ଟି
Advertisement
Article Detail0/zeeodisha/odisha1370282

Navratri 2022: ନବରାତ୍ରିରେ କରନ୍ତୁ ନାହିଁ ଏସବୁ ଭୁଲ୍, ପଡିବ ଦେବୀ ମା'ଙ୍କର କୋପ ଦୃଷ୍ଟି

ଦେବୀ ମା'ଙ୍କ ନବରାତ୍ରୀ ପର୍ବ (Navaratri Festival) ୨୬ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି ଏହା ୪ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ । ନବରାତ୍ରୀ (Navaratri) ସମୟରେ ଦେବୀ ମା'ଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ । ଦେବୀ ମା'ଙ୍କ କୃପା ଦ୍ୱାରା ଜୀବନରେ ସମସ୍ତ ପ୍ରକାରର ସୁଖ ମିଳିଥାଏ । ସମସ୍ତେ ଚାହାଁନ୍ତି ଯେ, ମା'ଙ୍କ ବିଶେଷ ଆଶୀର୍ବାଦ ତ

ସୌ: ସୋସିଆଲ ମିଡିଆ

Navratri 2022: ଦେବୀ ମା'ଙ୍କ ନବରାତ୍ରୀ ପର୍ବ (Navaratri Festival) ୨୬ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି ଏହା ୪ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ । ନବରାତ୍ରୀ (Navaratri) ସମୟରେ ଦେବୀ ମା'ଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ । ଦେବୀ ମା'ଙ୍କ କୃପା ଦ୍ୱାରା ଜୀବନରେ ସମସ୍ତ ପ୍ରକାରର ସୁଖ ମିଳିଥାଏ । ସମସ୍ତେ ଚାହାଁନ୍ତି ଯେ, ମା'ଙ୍କ ବିଶେଷ ଆଶୀର୍ବାଦ ତାଙ୍କ ଉପରେ ରହିଥାଉ । ଯେଉଁ ବ୍ୟକ୍ତିଙ୍କ ଉପରେ ଦେବୀ ମା'ଙ୍କ ଆଶୀର୍ବାଦ ରହିଥାଏ, ତାଙ୍କ ଜୀବନ ସର୍ବଦା ଖୁସି ହୋଇଥାଏ । କିନ୍ତୁ କିଛି ଖରାପ ଅଭ୍ୟାସ ଯୋଗୁଁ ଦେବୀ ମା' କ୍ରୋଧିତ ହୁଅନ୍ତି । ଏହି ଅଭ୍ୟାସ ଯୋଗୁଁ ଜଣେ ବ୍ୟକ୍ତିଙ୍କୁ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ । ଆସନ୍ତୁ ଜାଣିବା କେଉଁ ଅଭ୍ୟାସ ଯୋଗୁଁ ଦେବୀ ମା' କ୍ରୋଧିତ ହୋଇଥାନ୍ତି ।

ଧାର୍ମିକ ବିଶ୍ୱାସ ଅନୁଯାୟୀ, ଦେବୀ ମା' ସେହି ଘରେ ରୁହନ୍ତି ଯେଉଁଠାରେ ସ୍ୱଚ୍ଛତା ଉପରେ ବିଶେଷ ଯତ୍ନ ନିଆଯାଏ । ଯେଉଁମାନେ ମଇଳା କରନ୍ତି ସେମାନଙ୍କ ଉପରେ ଦେବୀ ମା'ଲକ୍ଷ୍ମୀଙ୍କର କୃପା ମିଳେନାହିଁ । ମା' ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ସର୍ବଦା ସ୍ୱଚ୍ଛତାର ଯତ୍ନ ନିଅନ୍ତୁ ।

ଅନ୍ୟକୁ ଅପମାନ କରୁଥିବା ବ୍ୟକ୍ତିଙ୍କ ଉପରେ ଦେବୀ ମା' କ୍ରୋଧିତ ରୁହନ୍ତି । ସେହି ଲୋକମାନଙ୍କୁ ନେଇ ଦେବୀ ମା' ଖୁସି ହୁଅନ୍ତି, ଯେଉଁମାନେ ସମସ୍ତ ଲୋକଙ୍କୁ ପସନ୍ଦ କରନ୍ତି ଓ ସମ୍ମାନ କରନ୍ତି । ଏପରି ବ୍ୟକ୍ତି ଯେଉଁମାନେ ଅନ୍ୟମାନଙ୍କୁ ସମ୍ମାନ କରନ୍ତି ନାହିଁ, ସେମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ।

ଧାର୍ମିକ ବିଶ୍ୱାସ ଅନୁଯାୟୀ, ଜଣେ ବ୍ୟକ୍ତି ନିଜ ସାମର୍ଥ୍ୟ ଅନୁଯାୟୀ ଦାନ କରିବା ଜରୁରୀ । ଯିଏ ଦାନ କରେ ତାଙ୍କ ବହୁଗୁଣରେ ଫଳ ମିଳିଥାଏ । ବିଶ୍ୱାସ କରାଯାଏ ଯେ ସେହି ଲୋକମାନଙ୍କ ଉପରେ ଦେବୀ ମା' କ୍ରୋଧିତ ହୁଅନ୍ତି, ଯେଉଁମାନେ ସକ୍ଷମ ଥିବା ପରେ ମଧ୍ୟ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି ନାହିଁ । ମା'ଙ୍କ ଆଶୀର୍ବାଦ ପାଇବା ପାଇଁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଉଚିତ୍ ।

କ୍ରୋଧି ବ୍ୟକ୍ତିଙ୍କ ଉପରେ ଦେବୀ ମା' ସର୍ବଦା କ୍ରୋଧିତ ହୁଅନ୍ତି । ଦେବୀ ମା'ଙ୍କ ଆଶୀର୍ବାଦ ପାଇବା ପାଇଁ ଆପଣଙ୍କୁ କ୍ରୋଧ ତ୍ୟାଗ କରିବା ଉଚିତ୍ । ମା' ଲକ୍ଷ୍ମୀ ସେହି ଘରେ ବାସ କରନ୍ତି, ଯେଉଁଘରେ ଶାନ୍ତି ରହିଥାଏ ।

(ପ୍ରତ୍ୟାଖ୍ୟାନ: ଆମେ ଦାବି କରୁନାହୁଁ ଯେ ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସମ୍ପୂର୍ଣ୍ଣ ସତ୍ୟ ଓ ସଠିକ୍ ଅଟେ । ବିସ୍ତୃତ ଓ ଅଧିକ ସୂଚନା ପାଇଁ ଦୟାକରି ସମ୍ପୃକ୍ତ କ୍ଷେତ୍ରର ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

ଏହା ବି ପଢ଼ନ୍ତୁ: Navratri 2022: ପ୍ରଭୁ ଶ୍ରୀରାମ ମଧ୍ୟ କରିଥିଲେ ନବରାତ୍ରୀ ଉପବାସ, ମା' ଦୁର୍ଗାଙ୍କ ଠାରୁ ପାଇଥିଲେ ଏହି ବରଦାନ

ଏହା ବି ପଢ଼ନ୍ତୁ: Maa Samaleswari: ମନ୍ଦିର ହୁଣ୍ଡିରେ Love Letter, ଜାଣନ୍ତୁ କ'ଣ ଲେଖିଥିଲେ ପ୍ରେମିକା

ଏହା ବି ପଢ଼ନ୍ତୁ: Shardiya Navratri : ଜାଣନ୍ତୁ ନବରାତ୍ରୀର ପୂଜାବିଧି, କିପରି କରିବେ ମାଆଙ୍କୁ ଆରାଧାନା ?