Tulsi Plant: ତୁଳସୀ ଗଛର ପତ୍ର ଝଡା ଦିଏ ଶୁଭ ଅଶୁଭର ସଙ୍କେତ, ଏହି ଖରାପ ଘଟଣା ଆଡକୁ କରିଥାଏ ଇଶାରା
Advertisement
Article Detail0/zeeodisha/odisha1497778

Tulsi Plant: ତୁଳସୀ ଗଛର ପତ୍ର ଝଡା ଦିଏ ଶୁଭ ଅଶୁଭର ସଙ୍କେତ, ଏହି ଖରାପ ଘଟଣା ଆଡକୁ କରିଥାଏ ଇଶାରା

Tulsi Plant: ତୁଳସୀ ଗଛ ପ୍ରତ୍ୟକ ଘର ଅଗଣାରେ ରହିବା ଶୁଭ ବୋଲି ବିବେଚନା କରାଯାଏ । ବିଷ୍ଣୁ ଭଗବାନଙ୍କର ଅତି ପ୍ରିୟ ତୁଳସୀ । ତୁଳସୀ ପତ୍ର ବିନା ବିଷ୍ଣୁଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ । ସେଥିପାଇଁ ତ ତୁଳସୀଙ୍କ ନାମ ବୈଷ୍ଣବୀ, ବିଷ୍ଣୁ ବଲ୍ଲଭା, ହରିପ୍ରିୟା । ତୁଳସୀର ନାଁ ପୂର୍ବରୁ ଲାଗେ ଶ୍ରୀ ଯାହାକି ସୌଭାଗ୍ୟ, ଐଶ୍ୱର୍ଯ୍ୟର ପ୍ରତୀକ । ତୁଳସୀ ବୃକ୍ଷ ମୂଳରେ ଗଙ୍ଗା ଓ ଡାଳପତ୍ରରେ ଅନ୍ୟାନ୍ୟ ଦେବତାମାନେ ବାସ କରନ୍ତି ବୋଲି ଲୋକୋକ୍ତି ରହିଛି ।

ସୌଜନ୍ୟ-ସୋସିଆଲ ମିଡିଆ

Tulsi Plant: ତୁଳସୀ ଗଛ ପ୍ରତ୍ୟକ ଘର ଅଗଣାରେ ରହିବା ଶୁଭ ବୋଲି ବିବେଚନା କରାଯାଏ । ବିଷ୍ଣୁ ଭଗବାନଙ୍କର ଅତି ପ୍ରିୟ ତୁଳସୀ । ତୁଳସୀ ପତ୍ର ବିନା ବିଷ୍ଣୁଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ । ସେଥିପାଇଁ ତ ତୁଳସୀଙ୍କ ନାମ ବୈଷ୍ଣବୀ, ବିଷ୍ଣୁ ବଲ୍ଲଭା, ହରିପ୍ରିୟା । ତୁଳସୀର ନାଁ ପୂର୍ବରୁ ଲାଗେ ଶ୍ରୀ ଯାହାକି ସୌଭାଗ୍ୟ, ଐଶ୍ୱର୍ଯ୍ୟର ପ୍ରତୀକ । ତୁଳସୀ ବୃକ୍ଷ ମୂଳରେ ଗଙ୍ଗା ଓ ଡାଳପତ୍ରରେ ଅନ୍ୟାନ୍ୟ ଦେବତାମାନେ ବାସ କରନ୍ତି ବୋଲି ଲୋକୋକ୍ତି ରହିଛି ।  ଯେଉଁ ଘରେ ତୁଳସୀ ଗଛକୁ ପ୍ରତିଦିନ ପୂଜା କରାଯାଏ, ସେଠାରେ ସର୍ବଦା ସୁଖ ଏବଂ ସମୃଦ୍ଧତା ରହିଥାଏ। ଘରେ ଧନ ଏବଂ ଶସ୍ୟରେ ପରିପୂର୍ଣ୍ଣ ରହିଥାଏ ।  ଏପରି କି ଘରର ଅନେକ ବାସ୍ତୁଦୋଷ ମଧ୍ୟ ଦୂର ହୋଇଯାଏ। କିନ୍ତୁ ଏହା ବ୍ୟତୀତ ଘରେ ଲଗାଯାଇଥିବା ତୁଳସୀ ଗଛ ଭବିଷ୍ୟତରେ ଘଟିବାକୁ ଥିବା ଶୁଭ ଏବଂ ଶୁଭ ଘଟଣାକୁ ମଧ୍ୟ ସୂଚିତ କରେ । ଯଦି ଆପଣ ଏହି ତୁଳସୀ ଗଛ ଦେଉଥିବା ସଙ୍କେତକୁ ଜାଣିପାରିବେ । ତେବେ, ଆପଣ ବଡ ବଡ ସମସ୍ୟାରୁ ରକ୍ଷା ପାଇ ପାରିବେ। 

ତୁଳସୀ ଗଛ ବୁଧଙ୍କ ସହ ଜଡିତ : 

ହିନ୍ଦୁ ଧର୍ମରେ ଯେପରି ବିଭିନ୍ନ ବୃକ୍ଷ  ବହୁ ଦେବାଦେବୀଙ୍କ ସହିତ ଜଡିତ ହୋଇଛି । ଖାସକରି ଆମେମାନେ ସେହି ବୃକ୍ଷ ଗୁଡିକୁ ପୂଜା କରିଥାଉ । ତୁଳସୀ ଗଛ ବୁଧ ଏବଂ ଶୁକ୍ର ସହିତ ମଧ୍ୟ ଜଡିତ । ତୁଳସୀ ଗଛରେ ଯଦି କିଛି ପରିବର୍ତ୍ତନ ଆସେ, ତେବେ ଏହା ବୁଧ ଗ୍ରହ ସହିତ ଜଡିତ ଏକ ସୂଚନା ହୋଇପାରେ । ତେବେ, ଆସନ୍ତୁ ଜାଣିବା ତୁଳସୀ ଗଛ ପତ୍ର ଝଡା ଦେଲେ କଣ ଶୁଭ ହୁଏ ନା ଅଶୁଭ ।

ତୁଳସୀ ଗଛ ଶୁଖିବା: ଯଦି ଘରେ ଲଗାଯାଇଥିବା ତୁଳସୀ ଗଛ ଶୁଖିବା ଆରମ୍ଭ କରେ, ତେବେ, ଆର୍ଥିକ ଦୃଷ୍ଟିରୁ ଏହାକୁ ଏକ ଭଲ ସଙ୍କେତ ନୁହେଁ ।  ଏହା ଅର୍ଥ ହରାଇବାର ସଙ୍କେତ ଅଟେ । ଏହା ବ୍ୟତୀତ ଏହା ପିତୃ ଦୋଷ(Pitra Dosha)କୁ ମଧ୍ୟ ସୂଚିତ କରେ । ଯଦି ଆପଣଙ୍କ ଘରେ ଲଗାଯାଇଥିବା ତୁଳସୀ ଗଛ ବାରମ୍ବାର ଶୁଖି ଯାଉଛି। ତେବେ, ଏହା ଆପଣଙ୍କ ଦୋଷ ନୁହେଁ, ଏହାର ଅର୍ଥ ହେଉଛି ଆପଣଙ୍କର ପୂର୍ବ ପୁରୁଷମାନଙ୍କର କୌଣସି ସମସ୍ୟା ଅଛି । ତେଣୁ ଅଭାବୀ ଲୋକଙ୍କୁ ଦାନ କରନ୍ତୁ। 

ପତ୍ର ହଳଦିଆ ପଡିବା : ଯଦି ତୁଲସୀର ପତ୍ର ହଠାତ୍ ହଳଦିଆ ହେବା ଆରମ୍ଭ କରେ । ତେବେ ଏହାର ଅର୍ଥ ହେଉଛି ଘରର କୌଣସି ସଦସ୍ୟଙ୍କ ଉପରେ ବଡ ବିପଦ ମାଡି ଆସିବ । ତେଣୁ ଆପଣ ସାବଧାନ ରୁହନ୍ତୁ । ଏହିପରି କ୍ଷେତ୍ରରେ ସେହି ତୁଳସୀ ଗଛକୁ ଘରୁ ନେଇ କୌଣସି ନଦୀ ବା ଜଳାଶୟରେ ଭସାଇ ଦେବା ଉଚିତ୍ । ଏବଂ ଘର ଅଗଣାରେ ଅନ୍ୟ ଏକ ତୁଳସୀ ଗଛ ଲଗାଇବା ଉଚିତ୍ । ଏହାସହ ଘରେ ରାମାୟଣ କିମ୍ବା ମହାମୃତ୍ୟୁଞ୍ଜୟ ପାଠ କରନ୍ତୁ । 

ସବୁଜ ତୁଳସୀ ଗଛ : ଯଦି ଘରେ ଲଗାଯାଇଥିବା ତୁଳସୀ ଗଛ ସବୁଜ ରହେ, ତେବେ ଏହା ଶ୍ରୀ ହରି ଏବଂ ମା ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦର ସଙ୍କେତ ଅଟେ । ଏପରି ଘରେ ପରିବାର ସଦସ୍ୟ ପ୍ରେମ ଓ ସ୍ନେହର ସହ ରୁହନ୍ତି ଏବଂ ବହୁତ ଅଗ୍ରଗତି କରନ୍ତି ।

 

(ପ୍ରତ୍ୟାଖ୍ୟାନ: ଏହା ଏକ ଖବର ମାତ୍ର ସୂଚନା ଉପଯୋଗୀ, ହେଲେ ଜି ଓଡିଶା ନ୍ୟୁଜ୍ ଏହାକୁ ନିଶ୍ଚିତ କରେ ନାହିଁ )