Aaron Finch Retirement: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପୂର୍ବରୁ ଖତରନାକ୍ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର
Advertisement

Aaron Finch Retirement: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପୂର୍ବରୁ ଖତରନାକ୍ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର

Aaron Finch Retirement: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବାର ଅଛି । ଏହା ପୂର୍ବରୁ ଅଷ୍ଟ୍ରେଲିଆର ଟି-20 ଦଳର ଅଧିନାୟକ ଆରୋନ ଫିଞ୍ଚ ଟି-20 ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏହା ପରେ ଅଷ୍ଟ୍ରେଲିଆ ସହ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ସମାପ୍ତ ହୋଇଛି ।

Aaron Finch Retirement: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପୂର୍ବରୁ ଖତରନାକ୍ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର

Aaron Finch Retirement: ଅଷ୍ଟ୍ରେଲିଆର ଷ୍ଟାର୍ ଖେଳାଳି ତଥା ଟି-20 ଦଳର ଅଧିନାୟକ (Australia T20 Captain) ଆରୋନ ଫିଞ୍ଚ (Aaron Finch) ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏହାପୂର୍ବରୁ ସେ ଦିନିକିଆ କ୍ରିକେଟରୁ ମଧ୍ୟ ଅବସର ନେଇଛନ୍ତି । ଗତ ବର୍ଷ ସେପ୍ଟେମ୍ବରରେ ସେ ଏହି ଫର୍ମାଟରୁ ଅବସର ଘୋଷଣା କରିଥିଲେ । ଏହି ସମୟରେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫି (Border Gavaskar Trophy) ଖେଳିବାକୁ ଯାଉଛି । ଏହା ଠିକ୍ ପୂର୍ବରୁ ଫିଞ୍ଚଙ୍କ ଅବସର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 

ଆରୋନ ଫିଞ୍ଚ (Aaron Finch) ନିଜ କ୍ୟାରିୟରରେ ୫ଟି ଟେଷ୍ଟ, ୧୪୬ଟି ODI ଏବଂ ୧୦୩ଟି ଟି-20 ମ୍ୟାଚ ଖେଳିଛନ୍ତି । ଆରୋନ ଫିଞ୍ଚ (Aaron Finch) ହେଉଛନ୍ତି ଏକମାତ୍ର ଅଷ୍ଟ୍ରେଲୀୟ ଖେଳାଳି ଯିଏ ୭୬ଟି ଟି-20 ମ୍ୟାଚରେ ଦଳର ଅଧିନାୟକ ଥିଲେ । ସେ ତାଙ୍କର ୧୦୩ଟି ଟି-20 ମ୍ୟାଚରେ ୩୪.୨୮ ଏଭେରେଜରେ ରନ୍ ସଂଗ୍ରହ କରିଛନ୍ତି । ଆରୋନ ଫିଞ୍ଚ (Aaron Finch) ଙ୍କର ଷ୍ଟ୍ରାଇକ୍ ରେଟ୍ ମଧ୍ୟ ୧୪୨.୫ ଥିଲା । ୨୦୧୮ ମସିହାରେ ଜିମ୍ବାୱେ ବିପକ୍ଷରେ ସେ ୭୬ ବଲରେ ୧୭୨ ରନ୍ ସ୍କୋର କରି ଏକ ଭିନ୍ନ ରେକର୍ଡ ସୃଷ୍ଟି କରିଥିଲେ । କିନ୍ତୁ ବର୍ତ୍ତମାନ ଫିଞ୍ଚ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ଭାରତ ସହ ସିରିଜ୍ ପୂର୍ବରୁ ଏହା ଅଷ୍ଟ୍ରେଲିଆ ପାଇଁ ଏକ ବଡ଼ ଝଟକା ବୋଲି ମନେ କରାଯାଉଛି ।

ନିଜ ଅବସର ସମ୍ପର୍କରେ ଆରୋନ ଫିଞ୍ଚ (Aaron Finch) ଏକ ବୟାନରେ କହିଛନ୍ତି ଯେ, "ମୋତେ ଏହି କଥା ଜଣା ଅଛି କି ମୁଁ ଆଉ ୨୦୨୪ ଟି-20 ବିଶ୍ୱକପ ଖେଳି ପାରିବି ନାହିଁ । ଏଭଳି ପରିସ୍ଥିତିରେ ଅବସର ଗ୍ରହଣ କରିବାର ଉପଯୁକ୍ତ ସମୟ ଅଟେ । ଯାହା ଦ୍ୱାରା ଦଳ ଏହାର ଭବିଷ୍ୟତ ରଣନୀତି ଉପରେ କାର୍ଯ୍ୟ କରିପାରେ । ମୋର ପରିବାର, ପତ୍ନୀ, ଦଳ, ଅଷ୍ଟ୍ରେଲିଆ କ୍ରିକେଟରମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ଯେଉଁମାନେ ମୋ କ୍ୟାରିଅରରେ ମୋତେ ସମର୍ଥନ କରିଛନ୍ତି । ସେହି ପ୍ରଶଂସକମାନଙ୍କୁ ମଧ୍ୟ ହୃଦୟରୁ ଧନ୍ୟବାଦ, ଯେଉଁମାନେ କ୍ରମାଗତ ଭାବରେ ସେମାନଙ୍କର ସମର୍ଥନ ଜାରି ରଖିଛନ୍ତି । ୨୦୨୧ରେ ଟି-20 ବିଶ୍ୱକପ ଓ ୨୦୧୫ରେ ODI ବିଶ୍ୱକପ ଜିତିବା ମୋ କ୍ୟାରିୟରର ସବୁଠାରୁ ବିଶେଷ ସ୍ମୃତି ରହିବ । ଏହି ୧୨ ବର୍ଷରେ ମୋ ଦେଶ ପାଇଁ ଖେଳିବା, କେତେକ ଶ୍ରେଷ୍ଠ ଖେଳାଳିଙ୍କ ସାମ୍ନା କରିବା ଏକ ସମ୍ମାନ, ଯାହା ସମସ୍ତେ ପାଇବାକୁ ଇଚ୍ଛା କରନ୍ତି ।"

ଅଧିକ ପଢ଼ନ୍ତୁ:-ଦୁଇ ଗର୍ଭବତୀ ପତ୍ନୀ ଥିବା ସତ୍ତ୍ୱେ ତୃତୀୟ ବିବାହ କରି ଘରକୁ ଆସିଲେ ପ୍ରସିଦ୍ଧ ୟୁଟ୍ୟୁବର୍; ସଉତୁଣୀ ଉପରେ ରାଗି ଚପଲରେ...

ଅଧିକ ପଢ଼ନ୍ତୁ:-ଟେଷ୍ଟ ସିରିଜ ପୂର୍ବରୁ ଦଳକୁ ଲାଗିଲା ବଡ଼ ଝଟକା, ଏହି ୨ ମ୍ୟାଚ୍ ୱିନର୍ ଆହତ କାରଣରୁ ହଠାତ୍ ହେଲେ ବାହାର

ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ଲାଗୁ କରିଥିବା ରାଜ୍ୟଗୁଡିକୁ ଶକ୍ତ ଧକ୍କା! କେନ୍ଦ୍ର ସରକାର ନେଲେ ଏହି ବଡ଼ ପଦ