NZ vs AFG: ଆଫଗାନିସ୍ତାନକୁ ୧୪୯ ରନରେ ପରାସ୍ତ କରି ବିଶ୍ୱକପରେ କ୍ରମାଗତ ଚତୁର୍ଥ ବିଜୟ ହାସଲ କଲା ନ୍ୟୁଜିଲ୍ୟାଣ୍ଡ
Advertisement
Article Detail0/zeeodisha/odisha1921355

NZ vs AFG: ଆଫଗାନିସ୍ତାନକୁ ୧୪୯ ରନରେ ପରାସ୍ତ କରି ବିଶ୍ୱକପରେ କ୍ରମାଗତ ଚତୁର୍ଥ ବିଜୟ ହାସଲ କଲା ନ୍ୟୁଜିଲ୍ୟାଣ୍ଡ

NZ Vs AFG: WC 2023: ପ୍ରଥମେ ବ୍ୟାଟିଂ କରିବା ପରେ ନ୍ୟୁଜିଲ୍ୟାଣ୍ଡ ଆଫଗାନିସ୍ତାନ ପାଇଁ ୨୮୯ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ​। ଏହାର ଜବାବରେ ଆଫଗାନିସ୍ତାନ ଦଳ କେବଳ ୧୩୯ ରନ୍ କରିବାରେ ସମର୍ଥ ହୋଇଥିଲା ।

 

NZ vs AFG Match Highlights

NZ vs AFG Match Highlights: ବିଶ୍ୱକପ୍ ୨୦୨୩ ର ୧୬ ତମ ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡ ଆଫଗାନିସ୍ତାନକୁ ୧୪୯ ରନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି । ଏହି ମ୍ୟାଚରେ ପ୍ରଥମେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ ମାନେ ଚମତ୍କାର ପ୍ରଦର୍ଶନ କରିଥିଲେ ଓ ପରେ ଦଳର ବୋଲିଂ ବିଭାଗ ଘାତକ ବୋଲିଂ କରି ବାଂଲାଦେଶକୁ ୧୩୯ ରନରେ ଅଲଆଉଟ୍ କରି ଦେଇଥିଲା । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା କିୱି ଦଳ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୨୮୮ ରନ୍ ସଂଗ୍ରହ କରିଥିଲା । ଗ୍ଲେନ୍ ଫିଲିପ୍ସ ୭୧ ରନ୍ ସଂଗ୍ରହ କରିଥିଲେ ଓ ଅଧିନାୟକ ଟମ୍ ଲାଥାମ୍ ଦଳ ପାଇଁ ୬୮ ରନ୍ ସଂଗ୍ରହ କରିଥିଲେ । ବୋଲିଂରେ ଫର୍ଗୁସନ୍ ଓ ସାଣ୍ଟନର୍ ପ୍ରତ୍ୟେକ ୩ ଲେଖାଁଏ ୱିକେଟ୍ ନେଇଥିଲେ ।

ଲକ୍ଷ୍ୟକୁ ପିଛା କରୁଥିବା ଆଫଗାନିସ୍ତାନ ଦଳ ୩୪.୪ ଓଭରରେ ଅଲ୍ ଆଉଟ୍ ହୋଇ ଯାଇଥିଲା । ରହମତ ଶାହା ଦଳ ପାଇଁ ୩୬ ରନର ସବୁଠାରୁ ବଡ ଇନିଂସ ଖେଳିଥିଲେ, ଯେଉଁଥିରେ ଏକ ଚୌକା ସାମିଲ ଥିଲା । ଏଥି ସହିତ ଦଳର କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ ଖେଳି ପାରି ନଥିଲେ । ଦଳ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କ୍ରମାଗତ ଭାବେ ୱିକେଟ୍ ହରାଇଥିଲା ।

ବାଂଲାଦେଶକୁ ପ୍ରଥମ ଝଟକା ଷଷ୍ଠ ଓଭରରେ ରହମାନୁଲ୍ଲା ଗୁରୁବାଜଙ୍କ ରୂପରେ ଲାଗିଥିଲା, ଯିଏ ୨୭ଟି ବୋଲରେ ୧୧ ରନ୍ ସ୍କୋର କରି ଆଉଟ ହୋଇଥିଲେ । ତା’ପରେ ପରବର୍ତ୍ତୀ ଓଭରରେ ଦ୍ୱିତୀୟ ଓପନର୍ ଇବ୍ରାହିମ୍ ଜରଦାନ ୧୪ ରନ୍ ସ୍କୋର କରିବା ପରେ ଟ୍ରେଣ୍ଟ ବୋଲ୍ଟର ଶିକାର ହୋଇଥିଲେ । ଏହା ପରେ, ୧୪ ତମ ଓଭରର ଶେଷ ବଲରେ କ୍ୟାପଟେନ ହାଶମତୁଲ୍ଲା ଶାହିଦିଙ୍କୁ (୮) ଲକି ଫର୍ଗୁସନ ପ୍ୟାଭିଲିୟନକୁ ପଠାଇଥିଲେ । ଯଦିଓ ଏହା ପରେ ଆଫଗାନିସ୍ତାନର ୱିକେଟ୍ କିଛି ସମୟ ପାଇଁ ୱିକେଟ୍ 
ବଞ୍ଚାଇବାରେ ସମର୍ଥ ହୋଇଥିଲା, କିନ୍ତୁ ୨୬ ତମ ଓଭରରେ ଟ୍ରେଣ୍ଟ ବୋଲ୍ଟ ଆଜମାତୁଲ୍ଲା ଓମାରଜାଇଙ୍କୁ (୨୭) ଆଉଟ୍ କରିଥିଲେ ।

ଏହା ପରେ ଆଫଗାନିସ୍ତାନର କୌଣସି ବ୍ୟାଟ୍ସମ୍ୟାନ୍ ଦୀର୍ଘ ସମୟ ଧରି କ୍ରିଜରେ ରହିପାରିନଥିଲେ ଓ ୱିକେଟ୍ ଖସିବାର ପ୍ରକ୍ରିୟା ଜାରି ରହିଥିଲା । ୨୯ ତମ ଓଭରରେ ରହମତ ଶାହା ୩୬ ରନ ସ୍କୋର କରିବା ପରେ ଆଉଟ୍ ହୋଇ ଗ୍ରାଉଣ୍ଡରୁ ବିଦାୟ ନେଇଥିଲେ । ଏହା ପରେ ମହମ୍ମଦ ନବୀ ୭, ରସିଦ ଖାନ ୮, ମୁଜିବ ଉର ରେହମାନ ୪, ନବୀନ ଉଲ ହକ ୦, ଏବଂ ଫଜଲ ହକ ଫାରୁକି ୦ ରନରେ ଶେଷ ୱିକେଟ୍ ଭାବରେ ପାଭିଲିୟନକୁ ଫେରିଥିଲେ । ଦଳ ମାତ୍ର ୨ ଓଭରରେ ଶେଷ ଚାରିଟି ୱିକେଟ୍ ହରାଇଥିଲା ।