Arjuna Award 2023: ଜାତୀୟ କ୍ରୀଡ଼ା ପୁରସ୍କାର ଖେଳାଳିଙ୍କ ନାମ ଘୋଷଣା, ଶାମିଙ୍କ ସମେତ ୨୬ ଜଣକୁ ମିଳିବ ଅର୍ଜୁନ ପୁରସ୍କାର, ୨ ଜଣ ପାଇବେ ଖେଳ ରତ୍ନ
Advertisement
Article Detail0/zeeodisha/odisha2020454

Arjuna Award 2023: ଜାତୀୟ କ୍ରୀଡ଼ା ପୁରସ୍କାର ଖେଳାଳିଙ୍କ ନାମ ଘୋଷଣା, ଶାମିଙ୍କ ସମେତ ୨୬ ଜଣକୁ ମିଳିବ ଅର୍ଜୁନ ପୁରସ୍କାର, ୨ ଜଣ ପାଇବେ ଖେଳ ରତ୍ନ

Arjuna Award 2023 Winner List: ଅର୍ଜୁନ ପୁରସ୍କାର ପାଇଁ ମହମ୍ମଦ ଶାମିଙ୍କ ସମେତ ୨୬ ଖେଳାଳିଙ୍କୁ ମନୋନୀତ କରାଯାଇଛି । ଏଥି ସହିତ ଦୁଇଜଣ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଖେଳ ରତ୍ନ ପୁରସ୍କାର ପାଇବେ ।

 

Arjuna Award 2023 Winner List

Arjuna Award 2023: ଚଳିତ ବର୍ଷ କ୍ରୀଡ଼ା ପୁରସ୍କାର ପାଇଁ ଆଥଲେଟ୍ ମାନଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ବ୍ୟାଡମିଣ୍ଟନ ଷ୍ଟାର ଯୋଡି ଚିରାଗ ଶେଟ୍ଟୀ ଏବଂ ସାତ୍ୱିକସାଇରାଜ ରାଙ୍କିରେଡିଙ୍କୁ ସବୁଠାରୁ ବଡ ସମ୍ମାନ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯିବ । ଷ୍ଟାର କ୍ରିକେଟର ମହମ୍ମଦ ଶାମି ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । କହିରଖୁଛୁ ଯେ ୯ ଜାନୁଆରୀ ୨୦୨୪ ରେ ରାଷ୍ଟାପତୀ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମ ସମୟରେ ଏହି ସମସ୍ତ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯିବ । କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି । ଏହି ସମସ୍ତ ପୁରସ୍କାର ରାଷ୍ଟ୍ରପତିଙ୍କ ଦ୍ୱାରା ଖେଳାଳିମାନଙ୍କୁ ପ୍ରଦାନ କରାଯିବ ।

୨୬ ଜଣ ଆଥଲେଟଙ୍କୁ ମିଳିବ ଅର୍ଜୁନ ପୁରସ୍କାର
କ୍ରୀଡା ମନ୍ତ୍ରଣାଳୟ ଅନୁଯାୟୀ ଏଥର ମହମ୍ମଦ ଶାମିଙ୍କ ସମେତ ୨୬ ଜଣ ଆଥଲେଟଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯି ବ। ଯେତେବେଳେ କି ଚିରାଗ ଶେଟ୍ଟୀ ଓ ସାତ୍ୱିକସାଇରାଜ ରାଙ୍କିରେଡିଙ୍କୁ ମେଜର ଧାନ ଚାନ୍ଦ ଖେଲ ରତ୍ନ ପୁରସ୍କାର ୨୦୨୩ ରେ ସମ୍ମାନିତ କରାଯିବ । ଏହି କ୍ରୀଡ଼ାବିତ୍ମାନଙ୍କୁ ସେମାନଙ୍କ କ୍ରୀଡ଼ାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଏହି ସମସ୍ତ ପୁରସ୍କାର ପ୍ରଦାନ କରାଯିବ ।

କ୍ରୀଡ଼ା ମନ୍ତ୍ରଣାଳୟ କହିଛି ଯେ କମିଟିର ସୁପାରିଶ ଆଧାରରେ ଓ ସଠିକ୍ ଯାଞ୍ଚପରେ ସରକାର ଏହି ସମସ୍ତ ଖେଳାଳି, କୋଚ୍ ଓ ଅନୁଷ୍ଠାନକୁ ପୁରସ୍କାର ପାଇଁ ମନୋନୀତ କରିଛନ୍ତି । ସମସ୍ତ ପୁରସ୍କାର ପାଇବାକୁଥିବା ଖେଳାଳି, ପ୍ରଶିକ୍ଷକ ଓ ସଂଗଠନର ତାଲିକା ମଧ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି ।

ଏଥର ଜାତୀୟ କ୍ରୀଡ଼ା ପୁରସ୍କାର ନିମ୍ନଲିଖିତ ଭାବରେ ଦିଆଯିବ: 
ଖେଳ ରତ୍ନ ପୁରସ୍କାର ଚିରାଗ ଶେଟ୍ଟୀ - ବ୍ୟାଡମିଣ୍ଟନ୍
ସାତ୍ୱିକସାଇରାଜ ରାଙ୍କିରେଡି - ବ୍ୟାଡମିଣ୍ଟନ୍

ଅର୍ଜୁନ ପୁରସ୍କାର ତଲିକା
ଓଜାସ୍ ପ୍ରବୀଣ ଦେଓଟାଲେ - ତୀରନ୍ଦାଜୀ
ଆଦିତ୍ୟ ଗୋପୀଚାନ୍ଦ ସ୍ୱାମୀ- ତୀରନ୍ଦାଜୀ
ଶ୍ରୀଶଙ୍କର - ଆଥଲେଟିକ୍ସ
ପାରୁଲ ଚୌଧୁରୀ - ଆଥଲେଟିକ୍ସ
ମହମ୍ମଦ ହୁସାମୁଦ୍ଦିନ୍- ବକ୍ସର
ମହମ୍ମଦ ଶାମି - କ୍ରିକେଟ୍
ଅନୁଶ ଅଗ୍ରୱାଲ - ଘୋଡା ସବାରୀ
ଦିବ୍ୟକୃତୀ ସିଂ- ଘୋଡା ସବାରୀ ଡ୍ରେସେଜ୍
ଦିକ୍ଷା ସାଗର  - ଗଲ୍ଫ 
କୃଷ୍ଣ ବାହାଦୂର ପାଠକ୍ - ହକି
ସୁଶୀଳା ଚାନୁ - ହକି
ପୱନ କୁମାର - କବାଡି
ରିତୁ ନେଗି - କବାଡି
ନାସିରିନ୍ - ଖୋ-ଖୋ
ପିଙ୍କି- ଲୋନ ବକ୍ସ
ଐଶ୍ୱର୍ଯ୍ୟା ପ୍ରତାପ ସିଂ ତୋମାର- ସୁଟିଂ
ଇସା ସିଂ- ସୁଟିଂ
ହରିନ୍ଦର ପାଲ ସିଂ - ସ୍କ୍ୱାସ୍ 
ଅୟହିକା ମୁଖାର୍ଜୀ - ଟେବୁଲ୍ ଟେନିସ୍
ସୁନୀଲ କୁମାର - ରେସଲିଂ
ଅନ୍ତିମ - ରେସଲିଂ
ରୋଶିବିନା ଦେବୀ - ୱଶୁ
ଶୀତଲ୍ ଦେବୀ - ପାରା ଆର୍ଚ୍ଚେରୀ
ଅଜୟ କୁମାର - ଦୃଷ୍ଟିହୀନ କ୍ରିକେଟ୍
ପ୍ରାଚୀ ଯାଦବ - ପାରା କାନୋଇଙ୍ଗ