Eng vs Aus 3rd Test:
Trending Photos
Eng vs Aus Test 3 Results: ତୃତୀୟ ଟେଷ୍ଟ ମୁକାବିଲାରେ ଇଂଲଣ୍ଡ ଅଷ୍ଟ୍ରେଲିଆ ଦଳକୁ ୩ ୱିକେଟ ବ୍ୟବଧାନରେ ପରାସ୍ତ କରିଛି ଇଂଲଣ୍ଡ। ମ୍ୟାଚ୍ ଜିତିବା ପାଇଁ ଇଂଲଣ୍ଡ ଟିମ୍ ସାମ୍ନାନରେ ୨୫୧ ରନ୍ ବିଜୟ ଲକ୍ଷ୍ୟ ରହିଥିଲା। ୫୦ ଓଭରରେ ୭ ୱିକେଟ୍ ହରାଇ ୨୫୪ ରନ୍ ସ୍କୋର କରି ବେନ୍ ଷ୍ଟୋକ୍ସ ଙ୍କ ଦଳ ମ୍ୟାଚ୍ ଜିତି ନେଇଥିଲା। ଇଂଲଣ୍ଡ ବିଜୟର ନାୟକ ହ୍ୟାରି ବ୍ରୁକ୍ ରହିଥିଲେ। ଯିଏ ୯୩ ବଲ୍ ରେ ୭୫ ରନ୍ ର ପାଳି ଖେଳିଥିଲେ। ହ୍ୟାରି ବ୍ରୁକ୍ ତାଙ୍କ ଇନିଂସ ରେ ୯ ଚୌକା ମାରିଥିଲେ। ଲିଡ୍ସ ଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ପ୍ରାଧାନ୍ୟ ବିସ୍ତାର କରିଥିଲା।
ଜବରଦସ୍ତ ଇନିଂସ ଖେଳିଥିଲେ ହ୍ୟାରି ବ୍ରୁକ
ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଇଂଲଣ୍ଡ-ଅଷ୍ଟ୍ରେଲିଆ ଟେଷ୍ ସିରିଜ (England Australia Test Series 2023) ର ପ୍ରଥମ ଦୁଇଟି ମୁକାବିଲାରେ ଅଷ୍ଟ୍ରେଲିଆ (Australia) ପାଖରୁ ପରାସ୍ତ ହୋଇଛି ଇଂଲଣ୍ଡ (England )। ହେଲେ ବର୍ତ୍ତମାନ ତୃତୀୟ ଟେଷ୍ଟ ମୁକାବିଲାରେ (England Australia 3rd Test) ଇଂଲଣ୍ଡ ପାଖରୁ ମାତ ଖାଇଛି ଅଷ୍ଟ୍ରେଲିଆ। ଏପରି ଭାବରେ ୫ ମ୍ୟାଚ ବିଶିଷ୍ଟ ଆଶେସ୍ ସିରିଜ୍ (England Australia Ashes Series 2023) ଏବେ ୨-୧ ସ୍ଥିତିରେ ପହଞ୍ଚିଛି। ଯଦି ତୃତୀୟ ଟେଷ୍ଟ ମ୍ୟାଚ୍ ବିଷୟରେ କୁହାଯାଏ, ତାହେଲେ ଇଂଲଣ୍ଡ ୨୫୧ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଭଲ ପାଳି ଆରମ୍ଭ କରିଥିଲା। ଇଂଲଣ୍ଡ ଓପନର୍ ବେନ୍ ଡକୈଟ୍ ଏବଂ ଜ୍ୟାକ୍ କ୍ରୋଲେ ପ୍ରଥମ ୱିକେଟ୍ ପାଇଁ ୪୨ ରନ୍ ଯୋଡିଥିଲେ। ଜ୍ୟାକ୍ କ୍ରୋଲେ ୫୫ ବଲ୍ ରେ ୪୪ ରନ୍ ର ଇନିଂସ ଖେଳିଥିବା ବେଳେ, ବେନ୍ ଡକେଟ୍ ୪୧ ବଲ୍ ଖେଳି ୩୩ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ମୋଏନ୍ ଅଲି, ଜୋ ରୁଟ୍, ବେନ୍ ଷ୍ଟୋକ୍ସ ଏବଂ ଜନି ବେୟାରଷ୍ଟୋ ନିରାଶ ହୋଇଥିଲେ। ହେଲେ ହ୍ୟାରି ବ୍ରୁକ୍, କ୍ରିସ୍ ୱୋକ୍ସ ଙ୍କ ସହ ୭୫ ରନ୍ ର ସହଭାଗିତା କରି ଦଳକୁ ବିଜୟର ଦ୍ୱାର ଦେଶରେ ପହଞ୍ଚାଇଥିଲେ। କ୍ରିସ୍ ୱୁକ୍ ୩୨ ରନ୍ ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ।
ତୃତୀୟ ଟେଷ୍ଟ ମୁକାବିଲାରେ କ’ଣ ହେଲା?
ତୃତୀୟ ତୃତୀୟ ଟେଷ୍ଟ ମୁକାବିଲାରେ ଅଷ୍ଟ୍ରେଲିଆ ପକ୍ଷରୁ ଦଳର ବୋଲର ମିଚେଲ ଷ୍ଟାର୍କ ସର୍ବାଧିକ ୫ ୱିକେଟ୍ ଦଖଲ କରିଥିଲେ। ଅନ୍ୟ ପ୍ୟାଟ୍ କମିନ୍ସ ଏବଂ ମିଚେଲ ମାର୍ଶ ଗୋଟିଏ ଲେଖାଁଏ ୱିକେଟ ନେବାରେ ସଫଳ ହୋଇଥିଲା। ତୃତୀୟ ଟେଷ୍ଟ ରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଅଷ୍ଟ୍ରେଲିଆ ୨୬୩ ରନ୍ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା। ଏହାର ଜବାବରେ ଇଂଲଣ୍ଡ ମାତ୍ର ୨୩୭ ରନ୍ କରି ଅଲ ଆଉଟ ହୋଇଯାଇଥିଲା। ଏହିପରି ପ୍ରଥମ ଇନିଂସ ଆଧାରରେ ଅଷ୍ଟ୍ରେଲିଆ ଇଂଲଣ୍ଡ ବିପକ୍ଷରେ ୨୬ ରନ୍ ର ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ପାଳିରେ ଅଷ୍ଟ୍ରେଲିଆ ୨୨୪ ରନ୍ ସଂଗ୍ରହ କରିଥିଲା। ଏପରି ଭାବରେ ଇଂଲଣ୍ଡ ସାମ୍ନାରେ ବିଜୟ ପାଇଁ ୨୫୧ ରନ୍ ଲକ୍ଷ୍ୟ ରହିଥିଲା। ହେଲେ ଇଂଲଣ୍ଡ ୭ ୱିକେଟ୍ ହରାଇ ୨୫୪ ରନ୍ ସ୍କୋର କରି ବିଜୟ ପଞ୍ଜୀକରଣ କରିଥିଲା।