IND vs PAK: ଭାରତ ବିପକ୍ଷରେ ଏକ କଳା ବ୍ୟାଣ୍ଡ ଲଗାଇ ଖେଳିବେ ପାକିସ୍ତାନ ଖେଳାଳି, ଜାଣନ୍ତୁ କାହିଁକି?
topStories0hindi1323655

IND vs PAK: ଭାରତ ବିପକ୍ଷରେ ଏକ କଳା ବ୍ୟାଣ୍ଡ ଲଗାଇ ଖେଳିବେ ପାକିସ୍ତାନ ଖେଳାଳି, ଜାଣନ୍ତୁ କାହିଁକି?

India Vs Pakistan: ଏସିଆ କପ୍ ୨୦୨୨ ର ପ୍ରଥମ ମ୍ୟାଚ୍ ରେ ପାକିସ୍ତାନ କ୍ରିକେଟ୍ ଦଳର (Pakistan Cricket Team) ଖେଳାଳିମାନେ ଭାରତ ବିପକ୍ଷରେ ଏକ କଳା ବ୍ୟାଣ୍ଡ ପିନ୍ଧିବେ । ଏହା ପଛର କାରଣ ଅତ୍ୟନ୍ତ ସମ୍ବେଦନଶୀଳ, ଯାହା ପାକିସ୍ତାନ କ୍ରିକେଟ୍ ଦଳ କରିବାକୁ ଯାଉଛି ।

IND vs PAK: ଭାରତ ବିପକ୍ଷରେ ଏକ କଳା ବ୍ୟାଣ୍ଡ ଲଗାଇ ଖେଳିବେ ପାକିସ୍ତାନ ଖେଳାଳି, ଜାଣନ୍ତୁ କାହିଁକି?

Asia Cup 2022: ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ଦୁବାଇରେ ଏସିଆ କପ୍ ୨୦୨୨ ର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚରେ ପାକିସ୍ତାନ କ୍ରିକେଟ୍ ଦଳର ଖେଳାଳିମାନେ ଭାରତ ବିପକ୍ଷରେ କଳା ବ୍ୟାଣ୍ଡ ପିନ୍ଧି ଖେଳୁଥିବାର ନଜର ଆସିବେ । ଏହା ପଛର କାରଣ ଅତ୍ୟନ୍ତ ସମ୍ବେଦନଶୀଳ, ଯାହା ବାବର ଆଜାମଙ୍କ ଅଧିନାୟକ ଅଧୀନୟକରେ ପାକିସ୍ତାନ ଦଳ କରିବାକୁ ଯାଉଛନ୍ତି । ଏହି ମ୍ୟାଚ୍ ସ୍ଥାନୀୟ ସମୟ (ୟୁଏଇ ସମୟ) ସନ୍ଧ୍ୟା ୬ ଟାରୁ ଆରମ୍ଭ ହେବ, କିନ୍ତୁ ସେହି ସମୟରେ ଏହା ଭାରତରେ ୭:୩୦ PM ହୋଇଥିବ ।

ବାସ୍ତବରେ, ପାକିସ୍ତାନ ଦଳର ଖେଳାଳିଙ୍କ ବାହୁରେ କଳା ବ୍ୟାଣ୍ଡ ବାନ୍ଧିବା ପଛର କାରଣ ହେଉଛି ଯେ ସେମାନେ ନିଜ ଦେଶରେ ବନ୍ୟା ପ୍ରଭାବିତ ଲୋକଙ୍କ ସହ ଏକତାର ବାର୍ତ୍ତା ଦେବାକୁ ଚାହୁଁଛନ୍ତି । ଏହି ସମୟରେ ପାକିସ୍ତାନରେ ହୋଇଥିବା ବନ୍ୟାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ କଷ୍ଟସାଧ୍ୟ ହୋଇପଡିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନରେ ବନ୍ୟା ଯୋଗୁଁ ୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଓ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଛନ୍ତି ।

ପାକିସ୍ତାନର ଅନେକ ଅଂଚଳରେ ବନ୍ୟା ପରିସ୍ଥିତିରେ ସର୍ବାଧିକ ପ୍ରଭାବିତ କରିଛି । ବର୍ଷା ଓ ବନ୍ୟା ଯୋଗୁଁ ଭୂସ୍ଖଳନ ଓ ଅନ୍ୟାନ୍ୟ ଘଟଣାରେ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଛି । ପାକିସ୍ତାନ ମନ୍ତ୍ରୀ ରାଣା ସାନୁଲ୍ଲା ସୂଚନା ଦେଇଛନ୍ତି ଯେ ଦେଶରେ ବନ୍ୟା ଯୋଗୁଁ ପ୍ରାୟ ୩୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ଓ ଏହି ବନ୍ୟାରେ ୧୦୩୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪୫୬ ପୁରୁଷ, ୨୦୭ ମହିଳା ଓ ୩୪୮ ଶିଶୁ ଅଛନ୍ତି ।

ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ୧୪ ଟି ମ୍ୟାଚ୍ ଖେଳାଯାଇଛି । ଏଥିରୁ ଭାରତ ୮ ଟି ମ୍ୟାଚରେ ଜିତିଛି । ଏଥି ସହ ପାକିସ୍ତାନ ୫ ଟି ମ୍ୟାଚ ଜିତିଛି । ଓ ଗୋଟିଏ ମ୍ୟାଚ ଅମ୍ମୀମାଂସିତ ରହିଛି । ଏସିଆ କପରେ ଶେଷ ତିନିଟି ମୁକାବିଲାରେ ଭାରତ କେବଳ ଜିତିଛି । ଫେବୃଆରୀ ୨୦୧୬ ରେ ଟି-20 ଫର୍ମାଟରେ ଆୟୋଜିତ ଏସିଆ କପରେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା । ଏହା ପରେ ସେପ୍ଟେମ୍ବର ୨୦୧୮ ରେ ଅନୁଷ୍ଠିତ ଉଭୟ ମ୍ୟାଚ୍ (ODI ଫର୍ମାଟ୍) ରେ ମଧ୍ୟ ଭାରତ ଜିତିଥିଲା ​​। ମାର୍ଚ୍ଚ ୨୦୧୪ ରେ ପାକିସ୍ତାନ ବିପକ୍ଷରେ ଭାରତ ଏସିଆ କପ୍ ଜିତିଥିଲା ।

ଭାରତ ଓ ପାକିସ୍ତାନ ମଧ୍ୟରେ ଏପର୍ଯ୍ୟନ୍ତ ୯ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ହୋଇଛି । ଏଥିରେ ୭ ଟି ମ୍ୟାଚରେ ଭାରତ ଜିତିଥିବାବେଳେ ପାକିସ୍ତାନ ମାତ୍ର ୨ ଟି ବିଜୟ ହାସଲ କରିଛି । ଏଭଳି ପରିସ୍ଥିତିରେ କୁହାଯାଇପାରେ ଯେ ଟି-୨୦ ଫର୍ମାଟରେ ଭାରତୀୟ ଦଳ ପଡୋଶୀ ଦଳ ପାକିସ୍ତାନଠାରୁ ବହୁତ ଆଗରେ ଅଛି ।

ଏହା ବି ପଢ଼ନ୍ତୁ: IND vs PAK: ୩୦୭ ଦିନ ପରେ ସମାନ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ଜାଣନ୍ତୁ ଏଥର କାହା ପଲା ଭାରି?

Trending news