Asia Cup 2023: 'ଧୋକାବାଜ' ସାଜିଲା ପାକିସ୍ତାନ, ଏସିଆ କପ୍ ଖେଳିବାକୁ ନେଇ କରିବାକୁ ଯାଉଛି ନୂଆ ଦାବି
Advertisement

Asia Cup 2023: 'ଧୋକାବାଜ' ସାଜିଲା ପାକିସ୍ତାନ, ଏସିଆ କପ୍ ଖେଳିବାକୁ ନେଇ କରିବାକୁ ଯାଉଛି ନୂଆ ଦାବି

Asia Cup 2023 Schedule: ହାଇବ୍ରିଡ୍ ମଡେଲରେ ଖେଳାଯିବାକୁ ଥିବା ଆଗାମୀ ଏସିଆ କପରେ ପାକିସ୍ତାନ ୪ଟି ମ୍ୟାଚ୍ ଆୟୋଜନ କରିବାର ଅଧିକାର ପାଇବ । ଏ ସମ୍ପର୍କରେ ସେ ବର୍ତ୍ତମାନ ଏସୀୟ କ୍ରିକେଟ୍ ପରିଷଦର ବୌଠକରେ ଏକ ନୂତନ ଦାବି କରିବାକୁ ଯାଉଛି ।

ସୌ: ସୋସିଆଲ ମିଡିଆ

Asia Cup 2023, Pakistan Cricket Board: ସମସ୍ତ କ୍ରିକେଟ୍ ପ୍ରେମୀମାନେ ଉତ୍ସାହର ସହିତ ଏସିଆ କପ୍ ୨୦୨୩ ର କାର୍ଯ୍ୟସୂଚୀ (Asia Cup 2023 Schedule) ଘୋଷଣା ହେବାକୁ ଅପେକ୍ଷା କରୁଛନ୍ତି । କିନ୍ତୁ ଏହା ଜଣାପଡିଛି ଯେ ପାକିସ୍ତାନ କ୍ରିକେଟ୍ ବୋର୍ଡର (Pakistan Cricket Board) ଏକ ନୂତନ ଦାବି ଯୋଗୁଁ ଏହା ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । ହାଇବ୍ରିଡ୍ ମଡେଲ୍ (Hybrid model) ଅଧୀନରେ ଖେଳାଯିବାକୁ ଥିବା ଆଗାମୀ ଏସିଆ କପ୍ ୩୧ ଅଗଷ୍ଟରୁ ୧୭ ସେପ୍ଟେମ୍ବର ମଧ୍ୟରେ ଅନୁଷ୍ଠିତ ହେବ । ଏଥିରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ୪ଟି ମ୍ୟାଚ୍ ପାକିସ୍ତାନରେ ଖେଳାଯିବ । ଏବଂ ବାକି ୯ଟି ମ୍ୟାଚ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ ।

ଏହି ମଡେଲକୁ ଏସୀୟାନ କ୍ରିକେଟ୍ ପରିଷଦର ସମସ୍ତ ସଦସ୍ୟ ସ୍ୱିକାର କରିଥିଲେ । ଏହି ମଡେଲ ଅଧୀନରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ନିଷ୍ପତ୍ତି ଭାରତୀୟ ଦଳ ପାକିସ୍ତାନରେ ନ ଖେଳିବାକୁ ନିଷ୍ପତ୍ତି ନେବା ପରେ ନିଆଯାଇଛି । ବର୍ତ୍ତମାନ ନୂତନ ପିସିବି ମୁଖ୍ୟ ଜାକା ଆଶରଫଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ ପାକିସ୍ତାନ ଅଧିକ ମ୍ୟାଚ୍ ଦାବି କରୁଛି ।

ଏସିଆ କପ୍ କାର୍ଯ୍ୟସୂଚୀରେ ବିଳମ୍ବ ସମ୍ପର୍କରେ ପିସିବି ସୂତ୍ର ପିଟିଆଇକୁ ଦେଇଥିବା ବିୟାନରେ କହିଛି ଯେ ୧୬ ଜୁଲାଇରେ ହେବାକୁ ଥିବା ଏସିସି ବୌଠକରେ ପାକିସ୍ତାନ ଅଧିକ ମ୍ୟାଚ୍ ଆୟୋଜନ କରବାକୁ ନେଇ ପ୍ରସଙ୍ଗ ଉଠାଇବ । ଶ୍ରୀଲଙ୍କାରେ ମ୍ୟାଚ୍ ସମୟରେ ବର୍ଷା ହେବାର ସମ୍ଭାବନାକୁ ବିଚାର କରି ପାକିସ୍ତାନରେ ଅଧିକ ମ୍ୟାଚ୍ ଅନୁଷ୍ଠିତ ହେବା ଉଚିତ୍ ବୋଲି ଦାବି କରିବାକୁ ଯାଉଛି ।

ଦାମ୍ବୁଲ୍ଲାରେ ହୋଇପାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲଢ଼େଇ
ଆଗାମୀ ଏସିଆ କପରେ ଦାମ୍ବୁଲ୍ଲା ଗ୍ରାଉଣ୍ଡରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇପାରେ । ଭାରତ ଓ ପାକିସ୍ତାନ ମଧ୍ୟରେ ୨ଟି ମ୍ୟାଚ୍ ହେବ ବୋଲି ବିଶ୍ୱାସ କରାଯାଉଛି, ଯେଉଁଥିରେ ଗୋଟିଏ ଗ୍ରୁପ୍ ମ୍ୟାଚ୍ ହୋଇଥିବାବେଳେ ଅନ୍ୟଟି ସୁପର- ୪ ପର୍ଯ୍ୟାୟରେ ଖେଳାଯାଇପାରେ । ଏଥି ସହିତ, PCB ମୁଲତାନ ଷ୍ଟାଡିୟମରେ ଏସିଆ କପ୍ ମ୍ୟାଚ୍ ଆୟୋଜନ କରିବାକୁ ଚେଷ୍ଟା କରୁଛି ଯାହା ଦ୍ୱାରା ଷ୍ଟାଡିୟମ୍ ଛୋଟ ଆକାର ପାଇଁ ଅଧିକ ଭିଡ଼ ଦେଖାଯିବ । ଯେଉଁଠାରେ ଆଗାମୀ ଏସିଆ କପରେ ଭାରତ, ପାକିସ୍ଥାନ ଓ ନେପାଳ ସମାନ ଦଳରେ ଅଛ ନ୍ତି। ଅନ୍ୟପକ୍ଷରେ ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନର ଦଳ ଦ୍ୱିତୀୟ ଗ୍ରୁପରେ ଅନ୍ତର୍ଭୁକ୍ତ ଅଛନ୍ତି ।

ଏହା ବି ପଢ଼ନ୍ତୁ: Ravichandran Ashwin: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟରେ ୧୨ ୱିକେଟ୍ ନେଇ ଇତିହାସ ରଚିଲେ ଅଶ୍ୱିନ୍, ଭାଙ୍ଗିଲେ ମୁରଲୀଧରନଙ୍କ ରେକର୍ଡ

ଏହା ବି ପଢନ୍ତୁ: Rohit Sharma Records: ୧୦ ବର୍ଷରେ ୧୦ଟି ଶତକ, ଷ୍ଟିଭ୍ ସ୍ମିଥଙ୍କ ରେକର୍ଡ଼ ସହ ସମକକ୍ଷ ହେଲେ ରୋହିତ ଶର୍ମା