AUS Open 2024: ରୋହନ ବୋପାନ୍ନା ରଚିଲେ ଇତିହାସ, ୪୩ ବର୍ଷ ବୟସରେ ଜିତିଲେ ଗ୍ରାଣ୍ଡସ୍ଲାମ ଟାଇଟଲ୍
Advertisement
Article Detail0/zeeodisha/odisha2081777

AUS Open 2024: ରୋହନ ବୋପାନ୍ନା ରଚିଲେ ଇତିହାସ, ୪୩ ବର୍ଷ ବୟସରେ ଜିତିଲେ ଗ୍ରାଣ୍ଡସ୍ଲାମ ଟାଇଟଲ୍

Australian Open 2024 Final: ଭାରତର ଟେନିସ୍ ତାରକା ରୋହନ ବୋପାନ୍ନା (Rohan Bopanna) ୪୩ ବର୍ଷ ବୟସରେ ଅଷ୍ଟ୍ରେଲିୟ ଓପନରେ ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିଛନ୍ତି।

 

Australian Open 2024 Final

Australian Open 2024: ଶନିବାର ଦିନ ଅଷ୍ଟ୍ରେଲୀୟ ଓପନ୍ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ଭାରତର ୪୩ ବର୍ଷୀୟ ଟେନିସ୍ ତାରକା ରୋହନ ବୋପାନ୍ନା (Rohan Bopanna) ଦେଶ ପାଇଁ ଗୌରବ ଆଣିଛନ୍ତି। ସେ ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲୀୟ ଓପନ୍ ଟାଇଟଲ୍ ଜିତିଛନ୍ତି। ସେ ଏପରି କରିବାରେ ସାନିଆ ମିର୍ଜାଙ୍କ ସମେତ ଚତୁର୍ଥ ଭାରତୀୟ ହୋଇଛନ୍ତି। ଗ୍ରାଣ୍ଡସ୍ଲାମ ଜିତିବାରେ ବୋପାନ୍ନା ସର୍ବ ପୁରାତନ ଖେଳାଳି ହେବା ସହିତ ଅଷ୍ଟ୍ରେଲୀୟ ଓପନ୍ ପୁରୁଷ ଡବଲ୍ସ ଟାଇଟଲ୍ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି। ରୋହନ ବୋପାନ୍ନା ତାଙ୍କ ଅଷ୍ଟ୍ରେଲୀୟ ପାର୍ଟନର ମ୍ୟାଚ୍ ଏବଡେନଙ୍କ ସହ ମିଶି ଏହି ସଫଳତା ହାସଲ କରିଛନ୍ତି। ଫାଇନାଲରେ ବୋପାନ୍ନା ଓ ଏବଡେନଙ୍କ ଯୋଡି ଇଟାଲୀୟନ ଯୋଡିକୁ ୭-୬, ୭-୫ ଗୋଲରେ ପରାସ୍ତ କରିଛି।

ଫାଇନାଲ ମ୍ୟାଚରେ ରୋହନ ବୋପାନ୍ନା ଓ ମ୍ୟାଟ ଏବଡେନ ଇଟାଲୀର ବୋଲେଲି ଏବଂ ଭାଭାସୋରୀ ସହିତ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍ ଟାଇ ବ୍ରେକରରେ ଶେଷ ହୋଇଥିଲା। ପ୍ରଥମ ସେଟ୍ ରୋହନ ବୋପାନ୍ନା ଓ ଅଷ୍ଟ୍ରେଲୀୟ ଖେଳାଳି ୭-୫ ଗୋଲରେ ଜିତିଥିଲେ। ତା’ପରେ ଦ୍ୱିତୀୟ ସେଟରେ ସ୍କୋର ୬-୬ ରେ ସମାନ ରହିଥିଲା। ବୋପାନ୍ନା ଓ ଏବଡେନଙ୍କ ଯୋଡି ଟାଇ ବ୍ରେକର୍ ଜିତି ପୁରୁଷ ଡବଲ୍ସ ଟାଇଟଲ୍ ଜିତିଥିଲେ।

ଫାଇନାଲ୍ ମ୍ୟାଚରେ ରୋହନ ବୋପାନ୍ନା ଓ ମ୍ୟାଟ ଏବଡନଙ୍କ ଯୋଡି ଇଟାଲୀର ସିମୋନ ବୋଲେଲି ଓ ଭାଭାସୋରିଙ୍କ ଠାରୁ କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହୋଇଥିଲେ, କିନ୍ତୁ ସେମାନଙ୍କୁ ହରାଇଥିଲେ। ପ୍ରଥମ ସେଟ୍ ବ୍ରେକର୍ ଟାଇ ଥଇଲା। ବୋପାନ୍ନା ଓ ଏବଡନଙ୍କ ଯୋଡି ଟାଇ ବ୍ରେକରରେ ଗୋଟିଏ ବି ସଟ୍ ହରାଇ ନଥିଲେ। ଏହି ଫାଇନାଲ୍ ମ୍ୟାଚ୍ ୧ ଘଣ୍ଟା ୩୯ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। କିନ୍ତୁ ଶେଷରେ ରୋହନ ବୋପାନ୍ନା ଓ ମ୍ୟାଟ ଏବଡନଙ୍କ ଯୋଡି ଇଟାଲୀର ସିମୋନ ବୋଲେଲି ଏବଂ ଭାଭାସୋରିଙ୍କୁ ପରାସ୍ତ କରି ଟାଇଟଲ ଜିତିଥିଲେ।

ରୋହନ ବୋପାନ୍ନା ତାଙ୍କ କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି। ଏହାପୂର୍ବରୁ ୨୦୧୭ ରେ, ବୋପାନ୍ନା ଫ୍ରେଞ୍ଚ ଓପନରେ ମିଶ୍ରିତ ଡବଲ୍ସ ଟାଇଟଲ ଜିତିଥିଲେ। ସେଠାରେ ବୋପାନ୍ନା କାନାଡାର ମହିଳା ସାଥୀ ଗାବ୍ରିଏଲା ଡାବ୍ରୋସ୍କିଙ୍କ ସହ ଟାଇଟଲ୍ ଜିତିଥିଲେ। ଏହା ହେଉଛି ତାଙ୍କର ପ୍ରଥମ ଅଷ୍ଟ୍ରେଲିୟ ଓପନ୍ ଓ ପୁରୁଷ ଡବଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ୍। ସେ ହେଉଛନ୍ତି ପ୍ରଥମ ଭାରତୀୟ ଟେନିସ୍ ତାରକା ଯିଏକି ପୁରୁଷ ଡବଲ୍ସ ଗ୍ରାଣ୍ଡସ୍ଲାମ ଜିତିଛନ୍ତି। ତାଙ୍କ ପୂର୍ବରୁ ପେସ୍ ଓ ଭୁପାଥୀ ଅଷ୍ଟ୍ରେଲିୟ ଓପନର ମିଶ୍ରିତ ଡବଲ୍ସ ଟାଇଟଲ୍ ଜିତିଥିଲେ।