T20 World Cup ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଏହି ଖେଳାଳିମାନଙ୍କୁ ମିଳିଲା ସୁଯୋଗ, ଦେଖନ୍ତୁ ପୂରା ଲିଷ୍ଟ
Advertisement
Article Detail0/zeeodisha/odisha982267

T20 World Cup ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଏହି ଖେଳାଳିମାନଙ୍କୁ ମିଳିଲା ସୁଯୋଗ, ଦେଖନ୍ତୁ ପୂରା ଲିଷ୍ଟ

ଟି -୨୦ ବିଶ୍ୱକପ ୨୦୨୧ ପାଇଁ ବିସିସିଆଇ (BCCI) ଟିମ୍ ଇଣ୍ଡିଆର ୧୫ ସଦସ୍ୟ ବିଶିଷ୍ଟ ଦଳ ଘୋଷଣା କରିଛି । ଦେଖନ୍ତୁ ଏଥିରେ କେଉଁ ଖେଳାଳି ମାନେ ସାମିଲ ଅଛନ୍ତି ।

T20 World Cup ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଏହି ଖେଳାଳିମାନଙ୍କୁ ମିଳିଲା ସୁଯୋଗ, ଦେଖନ୍ତୁ ପୂରା ଲିଷ୍ଟ

ନୂଆଦିଲ୍ଲୀ: ଭାରତରେ କ୍ରିକେଟ୍ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଟି -୨୦ ବିଶ୍ୱକପ୍ ୨୦୨୧ ପାଇଁ ଭାରତୀୟ ଦଳ ଘୋଷଣା କରିଛି । ଚଳିତ ବର୍ଷ ୧୭ ଅକ୍ଟୋବରରୁ ୟୁଏଇରେ ବିଶ୍ୱକପ ଅନୁଷ୍ଠିତ ହେବ । ସମସ୍ତ ଦେଶ ଗୋଟିଏ ପରେ ଗୋଟିଏ ଦଳ ଘୋଷଣା କରୁଛନ୍ତି ଓ ଏହି ସମୟ ମଧ୍ୟରେ ବିସିସିଆଇ ମଧ୍ୟ ଟିମ୍ ଇଣ୍ଡିଆ ଚୟନ କରିଛି ।

ୟୁଏଇ ଓ ଓମାନରେ ଖେଳାଯିବାକୁ ଥିବା ୨୦୨୧ ଟି -୨୦ ବିଶ୍ୱକପ ପାଇଁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (BCCI) ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଏହା ବ୍ୟତୀତ ବିସିସିଆଇ ତିନି ଜଣ ଷ୍ଟାଣ୍ଡବାଇ ଖେଳାଳିଙ୍କୁ ମଧ୍ୟ ଚୟନ କରିଛି, ଯେଉଁମାନେ ଟିମ୍ ଇଣ୍ଡିଆ ସହିତ ଯିବେ । ଏଥି ସହିତ ବିସିସିଆଇ ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ବିଶ୍ୱକପ ପାଇଁ ଏକ ବଡ଼ ଦାୟିତ୍ବ ଦେଇଛି ।

ଅଧିକ ପଢ଼ନ୍ତୁ: ତାଲିବାନ ସରକାରରେ ନଜର ଆସିଲା 'ମେଡ୍ ଇନ୍ ପାକିସ୍ଥାନ'ର ଛବି; ବଢ଼ିଲା ଭାରତ ପାଇଁ ଚିନ୍ତା

ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ 
ଟି -୨୦ ବିଶ୍ୱକପରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ୨୪ ଅକ୍ଟୋବରରେ ଖେଳାଯିବ । ଏହା ପରେ ଟିମ୍ ଇଣ୍ଡିଆ ୩୧ ଅକ୍ଟୋବରରେ ନ୍ୟୁଜିଲ୍ୟାଣ୍ଡ, ୩ ନଭେମ୍ବରରେ ଆଫଗାନିସ୍ତାନ ଓ ୫ ନଭେମ୍ବରରେ ସୁପର-୧୨ ରେ ଯୋଗ୍ୟତା ହାସଲ କରିଥିବା ଦଳ (ବି -୧) ମ୍ୟାଚ ଖେଳିବ ।

ଟି -୨୦ ବିଶ୍ୱକପ ପାଇଁ ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ 
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ,ଋଷଭ ପନ୍ତ (ୱିକେଟ କିପର), ଇଶାନ କିଶନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ , ଜସପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ମହମ୍ମଦ ଶାମି ।