Trending Photos
Gautam Gambhir Birthday: ଟିମ୍ ଇଣ୍ତିଆର ପୂର୍ବତନ ଓପନର ତଥା ଲୋକସଭା ସାଂସଦ ଗୌତମ ଗମ୍ଭୀର (Gautam Gambhir) ଆଜି ନିଜର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ଆକ୍ରମଣାତ୍ମକ ବ୍ୟାଟିଂ ସାଙ୍ଗକୁ କଠିନ ପରିସ୍ଥିତିରେ ଚମତ୍କାର ପ୍ରଦର୍ଶନ କରିବାର ଦକ୍ଷତା ପାଇଁ ଜଣାଶୁଣା ଗମ୍ଭୀର ଅନେକ ଟୁର୍ଣ୍ଣାମେଣ୍ଟରେ ଭାରତକୁ ସଫଳତା ଭେଟି ଦେଇଛନ୍ତି । ଯେଉଁଥିରେ ୨୦୦୭ ଟି -20 ବିଶ୍ୱକପ ଓ ୨୦୧୧ କ୍ରିକେଟ୍ ବିଶ୍ୱକପ୍ ଅନ୍ତର୍ଭୁକ୍ତ । ତେବେ ପୂର୍ବତନ ଖେଳାଳିଙ୍କ ଜନ୍ମଦିନ ଅବସରରେ ବିସିସିଆଇ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ଗୌତମ ଗମ୍ଭୀରଙ୍କୁ ଅଭିନନ୍ଦନ ଜଣାଇଛି । ବିସିସିଆଇ ଲେଖିଛି, "୨୦୦୭ ବିଶ୍ୱ ଟି -୨୦ ବିଜେତା। ୨୦୧୧ ବିଶ୍ୱକପ ବିଜେତା। ୨୪୨ ଆନ୍ତର୍ଜାତୀୟ। ମ୍ୟାଚ୍, ୧୦,୩୨୪ ଆନ୍ତର୍ଜାତୀୟ ରନ୍। ଗୌତମ ଗମ୍ଭୀରଙ୍କୁ ଜନ୍ମଦିନର ଶୁଭେଚ୍ଛା।"
2007 World T20 winner
2011 World Cup winner
242 intl. matches, 10,324 intl. runsWishing @GautamGambhir a very happy birthday. #TeamIndia pic.twitter.com/RbWU5imzMK
— BCCI (@BCCI) October 14, 2023
ଗୌତମ ଗମ୍ଭୀରଙ୍କ କ୍ୟାରିୟର
୨୦୦୩ ମସିହାରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିବା ଭାରତୀୟ ଖେଳାଳି ଗୌତମ ଗମ୍ଭୀର ୫୮ ଟି ଟେଷ୍ଟ, ୧୪୭ ଟି ଦିନିକିଆ (ODI) ଓ ୩୭ ଟି -୨୦ ମ୍ୟାଚ୍ ଖେଳିଛନ୍ତି । ସେ ଉଭୟ ଟେଷ୍ଟ ମ୍ୟାଚ୍ ଓ ଦିନିକିଆରେ (ODI) ରେ ୧୦, ୦୦୦ ରୁ ଅଧିକ ରନ୍ କରିଛନ୍ତି । ଗମ୍ଭୀର ୫୪ଟି ଟେଷ୍ଟ ମ୍ୟାଚରେ ୪୧୫4 ରନ୍ ସଂଗ୍ରହ କରିଥିବା ବେଳେ ୧୪୭ଟି ଦିନିକିଆ (ODI)ରେ ୫୨୩୮ ଓ ୩୭ଟି ଟି-୨୦ ମ୍ୟାଚ୍ ରେ ୯୩୨ ରନ୍ ସ୍କୋର କରିଛନ୍ତି । ଉଭୟ ୨୦୦୭ ଟି -20 ବିଶ୍ୱକପ ଫାଇନାଲ ଓ ୨୦୧୧ ବିଶ୍ୱକପ ଫାଇନାଲରେ ସେ ଭାରତ ପାଇଁ ଅଗ୍ରଣୀ ରନ୍ ସ୍କୋର କରିଥିଲେ |
ତେବେ ବ୍ୟାଟିଂ ଦକ୍ଷତା ବ୍ୟତୀତ ଗମ୍ଭୀର ଜଣେ ଭଳ ଫିଲ୍ଡର ଓ ଦକ୍ଷ ଅଧିନାୟକ ମଧ୍ଯ ଥିଲେ। ତାଙ୍କ ଅଧିନାୟକତ୍ବରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ରେ କୋଲକାତା ନାଇଟ୍ ରାଇଡର୍ସ ୨୦୧୨ ଓ ୨୦୧୪ ମସିହାରେ ଦୁଇଟି ଟାଇଟଲ୍ ହାତେଇଥିଲା । ଗମ୍ଭୀର ୨୦୧୮ ମସିହାରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିଲେ। ବର୍ତ୍ତମାନ ସେ ସଂସଦର ସଦସ୍ୟ ଥିବା ବେଳେ କ୍ରିକେଟ୍ ସମୀକ୍ଷକ ଭାବେ ମଧ୍ଯ କାର୍ଯ୍ୟରତ ।
କ୍ରିକେଟର ହେବାକୁ ଚାହୁଁନଥିଲେ ଗମ୍ଭୀର
ଗମ୍ଭୀର ଅନେକ ସମୟରେ ତାଙ୍କ ବୟାନକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ବିଭିନ୍ନ ସମୟରେ ସେ ଅନ୍ୟ ଖେଳାଳିଙ୍କୁ ନେଇ ପ୍ରତିକ୍ରିୟା ଦେଇଥାଆନ୍ତି । ନିକଟରେ ଏକ ସାକ୍ଷାତକାରରେ ଗମ୍ଭୀର ନିଜକୁ ନେଇ ଏକ ମନ୍ତବ୍ୟ ଦେଇଥିଲେ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଏକ ସୋ’ ଗମ୍ଭୀରଙ୍କୁ ତାଙ୍କ ଜୀବନର ସବୁଠୁ ବଡ ପଶ୍ଚାତପ କ’ଣ ବୋଲି ପଚରା ଯାଇଥିଲା ? ଯାହାର ଏକ ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଥିଲେ ଗମ୍ଭୀର । ସେ କହିଥିଲେ “ମୁଁ କ୍ରିକେଟର ହେବାକୁ ଚାହୁଁନଥିଲି ।” । ତେବେ ସେ କାହିଁକି ଏପରି ମନ୍ତବ୍ୟ ଦେଇଥିଲେ ସେ ନେଇ କୌଣସି ଖୁଲାସା କରିନାହାଁନ୍ତି ।
ଏହା ବି ପଢନ୍ତୁ-IND Vs PAK Live Score Updates: ଆଜି ଭାରତ-ପାକ ମୁହାଁମୁହିଁ