Ind vs SA ODI: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ, ଜାଣନ୍ତୁ କିଏ ପାଇଲେ ଦଳରେ ସ୍ଥାନ
Advertisement

Ind vs SA ODI: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ, ଜାଣନ୍ତୁ କିଏ ପାଇଲେ ଦଳରେ ସ୍ଥାନ

Ind vs SA ODI: ସରିଛି ଟି-୨୦ । ଆଜିଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ଯରେ ଆରମ୍ଭ ହେବ ୩ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ । ତେବେ ଏହି ଦିନିକିଆ ସିରିଜରେ ଯୁବ ଖେଳାଳିଙ୍କ ଉପରେ ଭରସା କରିଛି ଟିମ୍ ଇଣ୍ତିଆ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଭାରତୀୟ ଦଳର ନେତୃତ୍ବ ନେବେ । 

ସୌ(ସୋସିଆଲ ମିଡିଆ)

Ind vs SA ODI: ସରିଛି ଟି-୨୦ । ଆଜିଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ଯରେ ଆରମ୍ଭ ହେବ ୩ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ । ତେବେ ଏହି ଦିନିକିଆ ସିରିଜରେ ଯୁବ ଖେଳାଳିଙ୍କ ଉପରେ ଭରସା କରିଛି ଟିମ୍ ଇଣ୍ତିଆ । ସୂଚନାଯୋଗ୍ୟ, ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଭାରତୀୟ ଦଳର ନେତୃତ୍ବ ନେବେ । ବିଶ୍ବକପ ଫାଇନାଲରେ ପରାଜୟ ପରେ ଟିମ୍ ଇଣ୍ତିଆ ପ୍ରଥମ କରି ଦିନିକିଆ ମ୍ୟାଚ୍ ଖେଳିବାକୁ ଯାଇଛି । ତେବେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସମେତ ଯଶପ୍ରୀତ ବୁମରା, ରବିନ୍ଦ୍ର ଜାଡ଼େଜା, ଶୁଭମନ ଗିଲ୍ ଏହି ସିରିଜରୁ ଦୂରେଇ ରହିଛନ୍ତି । ସେହିପରି ଦୀପକ ଚହର ବ୍ୟକ୍ତିଗତ କାରଣରୁ ସିରିଜରୁ ଓହରିଯାଇଛନ୍ତି । ତାଙ୍କ ସ୍ଥାନରେ ଯୁବ ପେସ ବୋଲର ଆକାଶ ଦୀପ ଦଳରେ ସାମିଲ ହୋଇଛନ୍ତି । ତେବେ ଆଗକୁ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପ ପାଇଁ ଏହି ସିରିଜ ଯୁବ ଖେଳାଳିଙ୍କ ଲାଗି ଏକ ଅଭ୍ୟାସ ମ୍ୟାଚ୍ ସଦୃଶ ଅଟେ ।

ସେପଟେ ଫୋକସ ରହିବେ ରିଙ୍କୁ ସିଂହ। ଚଳିତ ଟ୍ବେଣ୍ଟି-୨୦ରେ ଭଲ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଦିନିକିଆ ସୁଯୋଗ ମିଳିପାରେ ବୋଲି କୁହାଯାଉଛି। ସେହିପରି ତିଳକ ବର୍ମା, ରଜତ ପଟିଦାର, ସାଇ ସୁଦର୍ଶନ ମଧ୍ୟ ଆନ୍ତର୍ଜାତିକ ସୁଯୋଗ ଅପେକ୍ଷାରେ ଅଛନ୍ତି। ସେପଟେ ବୋଲିଂ ବିଭାଗରେ ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସାମି ଓ ମହମ୍ମଦ ସିରାଜ ଏହି ସିରିଜରୁ ଦୂରେଇ ରହିଛନ୍ତି । ସେମାନଙ୍କ ବଦଳରେ ଆୱେସ ଖାନ୍‌, ମୁକେଶ କୁମାର, ଅର୍ଶଦୀପ ସିଂହଙ୍କୁ ଦଳରେ ସାମିଲ କରାଯାଇଛି । ସ୍ପିନରଙ୍କ ମଧ୍ୟରେ କୁଲଦୀପ ଯାଦବ, ଅକ୍ଷର ପଟେଲ ଓ ୟୁଝବେନ୍ଦ୍ର ଚହଲଙ୍କ ଉପରେ ଦଳ ଭରସା କରିଛି । ତେବେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଶେଷ ଟି-୨୦ ମ୍ୟାଚ୍ ରେ ସ୍ପିନରଙ୍କ କମାଲ ଦେଖିବାକୁ ମିଳିଥିଲା । ତେବେ ଆଜିର ଏହି ପିଚ୍ ସ୍ପିନରଙ୍କୁ ସୁହାଇବ ବୋଲି କୁହାଯାଉଛି ।

ସମ୍ଭାବ୍ୟ ଭାରତୀୟ ଦଳ: ଋତୁରାଜ ଗାଏକ୍ବାଡ, ସାଇ ସୁଦର୍ଶନ, ତିଳକ ବର୍ମା, ଶ୍ରେୟସ ଆୟର, କେଏଲ୍‌ ରାହୁଲ, ରିଙ୍କୁ ସିଂହ/ସଞ୍ଜୁ ସାମସନ୍‌, ଅକ୍ଷର ପଟେଲ/ୱାସିଂଟନ ସୁନ୍ଦର, ଅର୍ଶଦୀପ ସିଂହ, ଆୱେସ ଖାନ୍, କୁଲଦୀପ ଯାଦବ, ମୁକେଶ କୁମାର।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଦଳ: ରିଜା ହେଣ୍ଡ୍ରିକ୍ସ, ଟନି ‌ଜର୍ଜି, ରାସି ଭାନ୍‌ ଡର ଡୁସେନ, ଐଡେନ ମାରକ୍ରମ, ହେନରିକ କ୍ଲାସେଁ, ଡେଭିଡ୍‌ ମିଲର,‌ ଆଣ୍ଡିଲେ ଫେଲୁକ୍ବାୟୋ, ୱିଆନ୍‌ ମୁଲ୍ଡର, ନନ୍ଦ୍ରେ ବର୍ଗର, କେଶବ ମହାରାଜ/ତାବ୍ରେଜ ସାମ୍‌ସି, ଲିଜାର୍ଡ ୱିଲିୟମ୍ସ।