IPL 2024: ମୁମ୍ବାଇ ଓ ଗୁଜୁରାଟ ପରେ ବଦଳିପାରନ୍ତି ଏହି ୪ଟି ଆଇପିଏଲ ଟିମ୍ ର ଅଧିନାୟକ!
Advertisement

IPL 2024: ମୁମ୍ବାଇ ଓ ଗୁଜୁରାଟ ପରେ ବଦଳିପାରନ୍ତି ଏହି ୪ଟି ଆଇପିଏଲ ଟିମ୍ ର ଅଧିନାୟକ!

IPL 2024: ଚଳିତ ବର୍ଷ ଖେଳା ଯିବାକୁ ଥିବା ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍ ବେଶ ରୋମାଞ୍ଚକର ହେବାକୁ ଯାଉଛି । କାରଣ ଏହି ବର୍ଷ ଅନେକ ଦଳ ନିଜ ଅଧିନାୟକ ପରିବର୍ତ୍ତନ କରିଛନ୍ତି ।  ଚଳିତ ସିଜନରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୬ଟି ଦଳର ଅଧିନାୟକ ବଦଳିବା ନେଇ ସମ୍ଭାବନା ରହିଛି ।  

IPL 2024: ମୁମ୍ବାଇ ଓ ଗୁଜୁରାଟ ପରେ ବଦଳିପାରନ୍ତି ଏହି ୪ଟି ଆଇପିଏଲ ଟିମ୍ ର ଅଧିନାୟକ!

IPL 2024: ଆଇପିଏଲ ୨୦୨୪ ତାରିଖ ଯେତିକି ପାଖେଇ ଆସୁଛି ପ୍ରଶଂସକଙ୍କ ମଧ୍ଯରେ ଉତ୍ସାହ ସେତିକି ବଢିବାରେ ଲାଗିଛି । ଚଳିତ ବର୍ଷ ଖେଳା ଯିବାକୁ ଥିବା ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍ ବେଶ ରୋମାଞ୍ଚକର ହେବାକୁ ଯାଉଛି ।  କାରଣ ଏହି ବର୍ଷ ଅନେକ ଦଳ ନିଜ ଅଧିନାୟକ ପରିବର୍ତ୍ତନ କରିଛନ୍ତି ।  ଚଳିତ ସିଜନରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୬ଟି ଦଳର ଅଧିନାୟକ ବଦଳିବା ନେଇ ସମ୍ଭାବନା ରହିଛି ।  ତେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜୁରାଟ ଟାଇଟାନ୍ସ ଭଳି ଅନ୍ୟ ୪ଟି ଦଳ ମଧ୍ଯ ନିଜ ଅଧିନାୟକ ପରିବର୍ତ୍ତନ କରିପାରନ୍ତି ।

ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଛଡ଼ାଇ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଦଳର ନୂତନ ଅଧିନାୟକ କରିଛି।ଏହା ପରେ ମୁମ୍ବାଇ ସହ ହାର୍ଦ୍ଦିକଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ଶିକାର ହେବାକୁ ପଡ଼ିଥିଲା । ସେହିପରି ହାର୍ଦ୍ଦିକ ଗୁଜୁରାଟ ଟାଇଟାନ୍ସ ଛାଡିବା ପରେ ଫ୍ରାଞ୍ଚାଇଜ୍ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲଙ୍କୁ ଗୁଜୁରାଟର ନୂତନ ଅଧିନାୟକ କରିଥିଲା।

ମୁମ୍ବାଇ ଓ ଗୁଜୁରାଟ ପରେ ଅନ୍ୟ ୪ଟି ଫ୍ରାଞ୍ଚାଇଜ୍ ର ଅଧିନାୟକ ମଧ୍ଯ ବଦଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହେବା କାରଣରୁ ଆଇପିଏଲ ୨୦୨୩ରୁ ବାଦ ପଡ଼ିଥିଲେ। ଫଳରେ ପନ୍ତଙ୍କ ସ୍ଥାନରେ ଅଷ୍ଟ୍ରେଲୀୟ ଖେଳାଳି ଡେଭିଡ ୱାର୍ନରଙ୍କୁ ଦିଲ୍ଲୀ ଅଧିନାୟକ ଦାୟିତ୍ବ ଦେଇଥିଲା । ତେବେ ପନ୍ତ ବର୍ତ୍ତମାନ ସୁସ୍ଥ ଅଛନ୍ତି ଓ ଚଳିତ ସିଜନରେ ସେ ଆଇପିଏଲକୁ କମବ୍ୟାକ୍ କରିପାରନ୍ତି ବୋଲି କୁହାଯାଇଛି । ଯଦି ଏପରି ହୁଏ ତାହାଲେ ଚଳିତ ସିଜରେ ପୁଣି ଥରେ ପନ୍ତଙ୍କ ଅଧିନାୟିକତ୍ବ ଦେଖିବାକୁ ମିଳିବ । ଅନ୍ୟପଟେ, କୋଲକାତା ନାଇଟ୍ସ ରାଇଡର୍ସର ମଧ୍ଯ ଅଧିନାୟକ ମଧ୍ଯ ବଦଳିପାରନ୍ତି । ଗତ ସିଜନରେ ଶ୍ରେୟସ୍ ଆୟର ଆହତ ହେବା କାରଣରୁ ନୀତୀଶ ରାଣାଙ୍କୁ ଅଧିନାୟକ କରାଯାଇଥିଲା। କୁହାଯାଇଛି ଯେ, ଶ୍ରେୟସ୍ ଚଳିତ ସିଜନରେ ଆଇପିଏଲକୁ କମବ୍ୟାକ୍ କରିପାରନ୍ତି ।

Also Read- IPL 2024: CSK ପାଇଁ ବଢିଲା ଟେନସନ୍, ଆଙ୍ଗୁଠି ସର୍ଜରୀ ପାଇଁ ପ୍ରଥମ କିଛିଟା ମ୍ୟାଚ୍ ଖେଳି ନପାରନ୍ତି ଏହି ଷ୍ଟାର ଖେଳାଳି

ସନରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ର ମଧ୍ଯ କ୍ୟାପଟେନ୍ ବଦଳିପାରନ୍ତି । ଗତ ସିଜନରେ କେବଳ ୯ଟି ମ୍ୟାଚ୍ ଖେଳିଥିବା ଲକ୍ଷ୍ନୌର ଅଧିନାୟକ କେ.ଏଲ୍ ରାହୁଲ ଆହତ କାରଣରୁ ଆଇପିଏଲ୍ ରୁ ବାଦ ପଡ଼ିଥିଲେ ।  ଏହା ପରେ କ୍ରୁନାଲ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯାଇଥିଲା, ତେବେ ଚଳିତ ସିଜନରେ ରାହୁଲ ଦଳକୁ ଫେରିବା ନେଇ ସମ୍ଭାବନା ଥିବାରୁ ଅଧିନାୟକ ଦାୟିତ୍ବ ପୁର୍ନବାର ତାଙ୍କୁ ମିଳିବା ନେଇ ଚର୍ଚ୍ଚା ହେଉଛି । ମିଡିଆ ରିପୋର୍ଟ ଅନୁଯାୟୀ, ସନରାଇଜର୍ସ ହାଇଦ୍ରାବାଦ ମଧ୍ଯ ନିଜର ଅଧିନାୟକ ବଦଳାଇଛି। ଆଡେନ ମାକ୍ରମଙ୍କୁ ଅଧିନାୟକତ୍ୱ ପଦରୁ ହଟାଇ ଦଳ ଅଷ୍ଟ୍ରେଲୀୟ ଖେଳାଳି ପ୍ୟାଟ୍ କମିନ୍ସଙ୍କୁ ଏହି ଦାୟିତ୍ବ ଦେଇଛି।