ବିଶ୍ବକପ ବେଳେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ଏହି ଖେଳାଳି, ଇନଷ୍ଟାଗ୍ରାମ୍ ପୋଷ୍ଟରେ ଦେଲେ ସୂଚନା
Advertisement

ବିଶ୍ବକପ ବେଳେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ଏହି ଖେଳାଳି, ଇନଷ୍ଟାଗ୍ରାମ୍ ପୋଷ୍ଟରେ ଦେଲେ ସୂଚନା

Sunil Narine: ଅନ୍ତର୍ଜାତୀୟ କ୍ରିକେଟ୍ ରୁ (International cricket) ସନ୍ନ୍ୟାସ ନେଇଛନ୍ତି ୱେଷ୍ଟ ଇଣ୍ତିଜ ଖେଳାଳି ସୁନୀଲ ନାରିନ୍ (Sunil Narine) । ସେ ଦୀର୍ଘ ଦିନ ହେବ ଦଳ ପାଇଁ କ୍ରିକେଟ୍ ଖେଳୁନଥିଲେ । ଶେଷ ଥର ପାଇଁ ସେ ଭାରତ ବିପକ୍ଷରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ୨୦୧୬ରେ ପାକିସ୍ତାନ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ ।

ସୌ(ସୋସିଆଲ ମିଡିଆ)

Sunil Narine: ଅନ୍ତର୍ଜାତୀୟ କ୍ରିକେଟ୍ ରୁ (International cricket) ସନ୍ନ୍ୟାସ ନେଇଛନ୍ତି ୱେଷ୍ଟ ଇଣ୍ତିଜ ଖେଳାଳି ସୁନୀଲ ନାରିନ୍ (Sunil Narine) । ସେ ଦୀର୍ଘ ଦିନ ହେବ ଦଳ ପାଇଁ କ୍ରିକେଟ୍ ଖେଳୁନଥିଲେ । ଶେଷ ଥର ପାଇଁ ସେ ଭାରତ ବିପକ୍ଷରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ୨୦୧୬ରେ ପାକିସ୍ତାନ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ ।

ସୂଚନା ଅନୁଯାୟୀ, ୱେଷ୍ଟଇଣ୍ଡିଜ୍ (west indies) ସ୍ପିନର ସୁନୀଲ ନାରିନ ଅନ୍ତର୍ଜାତୀୟ କ୍ରିକେଟ୍ ରୁ (International cricket) ଅବସର ନେଇଛନ୍ତି। ୩୫ ବର୍ଷୀୟ ଏହି ଖେଳାଳି ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ନାରିନ୍ ଏହା ନିଶ୍ଚିତ କରିଛନ୍ତି ଯେ, ସେ ଫ୍ରାଞ୍ଚାଇଜ କ୍ରିକେଟ୍ ଖେଳିବା ଜାରି ରଖିବେ। ଏହାର ଅର୍ଥ ତାଙ୍କୁ ଆଇପିଏଲରେ (IPL) ଦେଖିବାକୁ ମିଳିବ। ୨୦୧୧ ଚାମ୍ପିଅନ୍ସ ଲିଗ୍ ଟି -20 ସମୟରେ ନାରିନ ଲାଇମଲାଇଟକୁ ଆସିଥିଲେ ଏବଂ ସେହି ବର୍ଷ ୱେଷ୍ଟଇଣ୍ଡିଜ୍ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ।

ନାରନଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ, ୬ଟି ଟେଷ୍ଟ ମ୍ୟାଚ୍ ଖେଳି ୨୧ଟି ୱିକେଟ୍ ନେଇଛନ୍ତି । ୨୦୧୨ରେ ଟେଷ୍ଟ ମ୍ୟାଚ୍ ରେ ଡେବ୍ୟୁ କରିବା ପରେ, ୨୦୧୩ରେ ଏହି ଫର୍ମାଟରେ ସେ ଶେଷ ମ୍ୟାଚ୍ ଖେଳିଥିଲେ । ୨୦୧୨ରେ ୱେଷ୍ଟଇଣ୍ଡିଜକୁ ଟି -20 ବିଶ୍ୱକପ ଜିତିବାରେ ନାରିନ (Sunil Narine) ବଡ଼ ହାତ ରହିଥିଲା । ସେହି ବର୍ଷ ଆଇପିଏଲରେ ନିଜର ପ୍ରଥମ ସିଜନରେ ଧମଦାର ପ୍ରଦର୍ଶନ କରିଥିଲେ ଖେଳାଳି । 'ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ' ହେବା ସହ କୋଲକାତା ନାଇଟ୍ ରାଇଡର୍ସକୁ ଟାଇଟଲ୍ ଜିତିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

 

୨୦୧୫ ନଭେମ୍ବର ମାସରେ ନାରିନଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ (International cricket) ନିଲମ୍ବିତ କରାଯାଇଥିଲା। ଏପ୍ରିଲ୍ ୨୦୧୬ରେ ପୁନର୍ବାର ଖେଳିବା ନେଇ ତାଙ୍କୁ ସ୍ବୀକୃତି ଦିଆଯାଇଥିଲା । କିନ୍ତୁ ଏହାପରେ ୱେଷ୍ଟଇଣ୍ଡିଜ୍ ପାଇଁ ସେ ମାତ୍ର କିଛି ମ୍ୟାଚ୍ ଖେଳିବାରେ ସଫଳ ହୋଇଥିଲେ। ଶେଷ ଥର ପାଇଁ ଅଗଷ୍ଟ ୨୦୧୯ରେ ୱେଷ୍ଟଇଣ୍ଡିଜ୍ (west indies) ପାଇଁ ଟି -20 (T-20) ଖେଳିଥିଲେ। ଆଇପିଏଲରେ ଦମଦାର ଫର୍ମରେ ଥିବା ସତ୍ତ୍ୱେ ଆବଶ୍ୟକ ଫିଟନେସ୍ ମାନଦଣ୍ଡ ପୂରଣ କରିବାରେ ବିଫଳ ହେବାରୁ ତାଙ୍କୁ ଟି -20 ବିଶ୍ୱକପ ପାଇଁ ଦଳରେ ସାମିଲ କରାଯାଇନଥିଲା । ୨୦୧୧ରେ ଭାରତ ବିପକ୍ଷରେ ନାରିନ ନିଜର ପ୍ରଥମ ଦିନିକିଆ (ODI) ଖେଳିଥିଲେ। ୨୦୧୨ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଟି -20 ଡେବ୍ୟୁ କରିଥିଲେ। ନାରିନ ୫୬ଟି ଦିନିକିଆରେ ୯୨ଟି ଓ ୫୧ ଟି -20 ରେ ୫୨ଟି ୱିକେଟ୍ ନେଇଛନ୍ତି ।

ନାରିନ କହିଛନ୍ତି, "ଶେଷଥର ୱେଷ୍ଟଇଣ୍ଡିଜ୍ ପାଇଁ ଖେଳିବାକୁ ଚାରି ବର୍ଷରୁ ଅଧିକ ସମୟ ବିତିଛି, ଆଜି ମୁଁ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରୁଛି। ସର୍ବସାଧାରଣରେ ମୁଁ କମ୍ କଥା କହୁଥିବା ବ୍ୟକ୍ତି ଅଟେ । କିନ୍ତୁ ବ୍ୟକ୍ତିଗତ ଭାବରେ କିଛି ଲୋକ ଅଛନ୍ତି ଯେଉଁମାନେ ମୋତେ ପୂର୍ଣ୍ଣ ସମର୍ଥନ ଦେବା ସହ ମୋ ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିଛନ୍ତି । ମୁଁ ସୋମନଙ୍କୁ ଗଭୀର କୃତଜ୍ଞତା ଜଣାଉଛି। ”

Also Read-World Cup 2023: ବିଶ୍ୱକପ୍ ବେଳେ ଏହି ଟିମକୁ ବଡ଼ ଝଟକା, ବରଖାସ୍ତ ହେଲା ପୂରା କ୍ରିକେଟ୍ ବୋର୍ଡ...