Hockey World Cup 2023: ବୁଧବାର କଟକରେ ବନ୍ଦ ରହିବ ଘରୋଇ-ସରକାରୀ ଶିକ୍ଷାନୁଷ୍ଠାନ, ଜାଣନ୍ତୁ କାରଣ
Advertisement

Hockey World Cup 2023: ବୁଧବାର କଟକରେ ବନ୍ଦ ରହିବ ଘରୋଇ-ସରକାରୀ ଶିକ୍ଷାନୁଷ୍ଠାନ, ଜାଣନ୍ତୁ କାରଣ

Hockey World Cup in Odisha: ହକି ବିଶ୍ୱକପ ୧୩ ଜାନୁଆରୀରୁ ୨୯ ଜାନୁୟାରୀ ପର୍ଯ୍ୟନ୍ତ ଭୁବନେଶ୍ୱର କାଲିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ। 

Hockey World Cup 2023: ବୁଧବାର କଟକରେ ବନ୍ଦ ରହିବ ଘରୋଇ-ସରକାରୀ ଶିକ୍ଷାନୁଷ୍ଠାନ, ଜାଣନ୍ତୁ କାରଣ

Hockey World Cup Celebration: ଓଡିଶାରେ ଆୟୋଜିତ ହେଉଥିବା ପୁରୁଷ ହକି ବିଶ୍ୱକପ ୨୦୨୩ ପାଇଁ କଟକ ବାରବାଟି ଷ୍ଟାଡିୟମ ଠାରେ ଆୟୋଜିତ ହେବ ଉଦଘାଟନୀ ସମାରୋହ। ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲାର ସମସ୍ତ ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନ ଆସନ୍ତାକାଲି ଦିନ ଦୁଇଟା ପର ଠାରୁ ବନ୍ଦ ରହିବ। ଏ ସମ୍ପର୍କରେ ଜଣାଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି। ହକି ବିଶ୍ୱକପ ୨୦୨୩ ପାଇଁ ଖେଳାଯିବାକୁ ରହିଥିବା ମ୍ୟାଚ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ଏବଂ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ। 

ଅନ୍ୟପକ୍ଷରେ ହକି ବିଶ୍ୱକପ୍ ୨୦୨୩ ଉଦଘାଟନ ସମାରୋହ ଅବସରରେ ପାସ୍-ଟିକେଟ ଧାରକଙ୍କ ପାଇଁ ମାଗଣା ମୋ ବସ୍ ସେବା ଉପଲବ୍ଧ ହେବ। ଆସନ୍ତାକାଲି ମାଷ୍ଟର କ୍ୟାଣ୍ଟିନ ଠାରୁ ବାରବାଟୀ ଷ୍ଟାଡିୟମ ଏବଂ ବରମୁଣ୍ଡା ଠାରୁ ବାରବାଟୀ ଷ୍ଟାଡିୟମ ମାର୍ଗରେ ମାଗଣା ମୋ ବସ୍ ସେବା ଉପଲବ୍ଧ ହେବ ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (Capital Region Urban Transport) କ୍ରୁଟ (CRUT) କହିଛି।

ଉଦଘାଟନ ସମାରୋହ ଅବସରରେ ବଲିଉଡ଼ ଅଭିନେତା ରଣବୀର ସିଂହ, ଅଭିନେତ୍ରୀ ଦିଶା ପଟାନୀ, ପ୍ରସିଦ୍ଧ ପପ୍ ବ୍ୟାଣ୍ଡ ବ୍ଲାକସ୍ୱାନ ଏବଂ ଶ୍ରେୟା ଲେଙ୍କାଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ହକି ବିଶ୍ୱକପ ୨୦୨୩ ଗୀତର ଲେଖକ ପ୍ରୀତମ, ଗାୟକ ବେନି ଦିନଲ, ନୀତି ମୋହନ, ଲିସା ମିଶ୍ର, ଅମିତ ମିଶ୍ର, ଅନ୍ତରା ମିତ୍ର, ଶ୍ରୀରାମ ଚନ୍ଦ୍ରା, ନାକାଶ ଅଜିଜ ଏବଂ ଶାଲମାଲି ଖୋଲଗେଡେ ଆଦି କଳାକାର ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଗୁରୁ ଅରୁଣା ମହାନ୍ତି ଏବଂ ଜାତୀୟ ପୁରସ୍କାର ବିଜେତା ଶିଆମାକ୍ ଡାଭର୍ ନୃତ୍ୟ ପ୍ରଦର୍ଶନକୁ ନିର୍ଦ୍ଦେଶନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନେକ ସ୍ଥାନୀୟ ଓଡିଆ ତାରକା ଏବଂ ଅଭିନେତା ମଧ୍ୟ ଯୋଗଦେବେ।
 
ହକି ବିଶ୍ୱକପ ୨୦୨୩ ଉଭୟ ଭାରତ ତଥା ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବର ବିଷୟ। କାରଣ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଉଭୟ ଦେଶ ତଥା ରାଜ୍ୟରେ ପୁରୁଷ ହକି ବିଶ୍ୱକପ ଆୟୋଜିତ ହେଉଛି। ଉଦଘାଟନ ଉତ୍ସବ ଟୁର୍ନାମେଣ୍ଟର ଏକ ଅବିଚ୍ଛେଦ୍ୟ ଅଙ୍ଗ କାରଣ ଏହା କ୍ରମାଗତ ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍ ଆୟୋଜନ କରିଥିବାରୁ ଆମ ରାଜ୍ୟ ତଥା ଆମ ଦେଶରେ ଆମର ଗର୍ବର ପ୍ରତୀକ। ସ୍ଥାନୀୟ ଚଳଚ୍ଚିତ୍ର ଶିଳ୍ପ, ବଲିଉଡ, ପାରମ୍ପାରିକ ଗାୟକ, ଏବଂ ବିଦେଶରୁ ଅଭିନୟ କରୁଥିବା ତାରକା କେହି ଏହି କାର୍ଯ୍ୟକ୍ରମକୁ ହାତଛଡ଼ା କରିବାକୁ ଚାହୁଁନାହାଁନ୍ତି। ଅନ୍ୟତମ ଟୁର୍ନାମେଣ୍ଟ  ଆୟୋଜକ ଭାବରେ ଆମର ସମସ୍ତ ଜାତୀୟ ତଥା ବିଦେଶୀ ଅତିଥିଙ୍କୁ ସ୍ୱାଗତ ଜଣାଇବା ଏବଂ ଆମ ସହ ହକିର ଆତ୍ମା ପାଳନ କରିବାକୁ ସେମାନଙ୍କୁ ଆମନ୍ତ୍ରଣ କରିବା ମୋତେ ଗର୍ବିତ କରେ ବୋଲି କହିଛନ୍ତି ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲୀପ ତିର୍କି କହିଛନ୍ତି। ହକି ବିଶ୍ୱକପ ୧୩ ଜାନୁଆରୀରୁ ୨୯ ଜାନୁୟାରୀ ପର୍ଯ୍ୟନ୍ତ ଭୁବନେଶ୍ୱର କାଲିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ।