Delhi Capitals Captain: ଦିଲ୍ଲୀ କ୍ୟାପିଟାଲ୍ସର ମୁଣ୍ଡବିନ୍ଧା...ପୃଥ୍ୱୀ ଶ ଙ୍କୁ ଭରସା କରିବକି ଫ୍ରାଞ୍ଚାଇଜ୍ !
Advertisement
Article Detail0/zeeodisha/odisha1509395

Delhi Capitals Captain: ଦିଲ୍ଲୀ କ୍ୟାପିଟାଲ୍ସର ମୁଣ୍ଡବିନ୍ଧା...ପୃଥ୍ୱୀ ଶ ଙ୍କୁ ଭରସା କରିବକି ଫ୍ରାଞ୍ଚାଇଜ୍ !

IPL 2023 Delhi Capitals: ଫ୍ୟାନ୍ସ ମାନଙ୍କ ମଧ୍ୟରେ ଏହା ଭାଳେଣି ପଡ଼ିଲାଣି ଯେ, ତାଙ୍କ ସ୍ଥାନ କିଏ ନେବ ଅର୍ଥାତ୍ ଦିଲ୍ଲୀ କ୍ୟାପିଟାଲ୍ସର ଭାର କିଏ ସମ୍ଭାଳିବ। ମାତ୍ର ଫ୍ରାଞ୍ଚାଇଜ୍ ଏନେଇ କୌଣସି ପ୍ରକାରର ସୂଚନା ଦେଇନାହିଁ। କିନ୍ତୁ ଚର୍ଚ୍ଚା ହେଉଛି ଡେଭିଡ ୱାର୍ଣ୍ଣର ଏବଂ ପୃଥ୍ୱୀ ଶ ଙ୍କ ମଧ୍ୟରୁ କାହାକୁ ଦାୟିତ୍ୱ ମିଳିପାରେ।

Delhi Capitals  Captain: ଦିଲ୍ଲୀ କ୍ୟାପିଟାଲ୍ସର ମୁଣ୍ଡବିନ୍ଧା...ପୃଥ୍ୱୀ ଶ ଙ୍କୁ ଭରସା କରିବକି ଫ୍ରାଞ୍ଚାଇଜ୍ !

Delhi Capitals Rishabh Pant: ଗତକାଲି ଠାରୁ ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଭାରତୀୟ କ୍ରିକେଟର ଋଷଭ ପନ୍ତ । ତାଙ୍କ ଆଶୁ ଆରୋଗ୍ୟ କାମନା କରି ଫ୍ୟାନ୍ସ ମାନେ ପୂଜାର୍ଚ୍ଚନା କରୁଛନ୍ତି। ଋଷଭ ପନ୍ତ ଯଥାଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ତାଙ୍କ ପରିବାର, ବନ୍ଧୁ ପରିଜନ, ଫ୍ୟାନ୍ସ ଓ ସମର୍ଥକ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ହେଲେ ଏବେ ସବୁଠାରୁ ବଡ଼ କଥାହେଲା ଋଷଭ ପନ୍ତଙ୍କୁ ସୁସ୍ଥ ହେବାକୁ କମ ସେ କମ ଏକ ବର୍ଷ ଲାଗିବ ବୋଲି ଚର୍ଚ୍ଚା ହେଉଛି। ତେବେ ଆଉ କିଛି ମାସ ପରେ ଆଇପିଏଲ ଆରମ୍ଭ ହେବାକୁ ଯାଉଛି । ଫ୍ୟାନ୍ସ ମାନଙ୍କ ମଧ୍ୟରେ ଏହା ଭାଳେଣି ପଡ଼ିଲାଣି ଯେ, ତାଙ୍କ ସ୍ଥାନ କିଏ ନେବ ଅର୍ଥାତ୍ ଦିଲ୍ଲୀ କ୍ୟାପିଟାଲ୍ସର ଭାର କିଏ ସମ୍ଭାଳିବ। ମାତ୍ର ଫ୍ରାଞ୍ଚାଇଜ୍ ଏନେଇ କୌଣସି ପ୍ରକାରର ସୂଚନା ଦେଇନାହିଁ। 

ହେଲେ କୁହାଯାଉଛି ଯେ, ଆଗାମୀ କିଛି ସପ୍ତାହ ମଧ୍ୟରେ ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟ ରିପୋର୍ଟସ ଆଧାରରେ ଦଳ କିଛି ନିଷ୍ପତ୍ତି ନେବ। ଅଧିନାୟକତ୍ୱ ପାଇଁ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ବିଷୟରେ ଯଦି କଥାବାର୍ତ୍ତା କରିବା ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଡେଭିଡ ୱାର୍ଣ୍ଣରଙ୍କ ଉପରେ ବିଶ୍ୱାସ କରିପାରେ। ୱାର୍ଣ୍ଣର ଆଇପିଏଲ ଇଭେଣ୍ଟରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ଭାର ସମ୍ଭାଳିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଫ୍ରାଞ୍ଚାଇଜ୍ ଟୁର୍ଣ୍ଣାମେଣ୍ଟ ମଧ୍ୟ ଜିତିଥିଲା । ନିକଟରେ ଏହି ଅଷ୍ଟ୍ରେଲୀୟ ଭେଟେରାନ ଖେଳାଳି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିଶତକ ହାସଲ କରିଛନ୍ତି। 

ୱାର୍ଣ୍ଣର ଟି -20 ର ସବୁଠାରୁ ସଫଳ ଖେଳାଳିଙ୍କ ମଧ୍ୟରେ ପରିଗଣିତ ହୁଅନ୍ତି ଏବଂ ତାଙ୍କର ଦଳ ଚଳାଇବା ଅର୍ଥାତ୍ ମ୍ୟାନେଜ କରିବାର ଅଭିଜ୍ଞତା ମଧ୍ୟ ଅଛି। ଏଭଳି ପରିସ୍ଥିତିରେ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ରେସରେ ଆଗରେ ରହିଥିବା ନେଇ ବିବେଚନା କରାଯାଉଛି। ସେ ଏପର୍ଯ୍ୟନ୍ତ ଏହି ଲିଗରେ ମୋଟ ୧୬୨ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ହାରାହାରି ୪୨.୦୧ ରେ ୫୮୮୧ ରନ୍ ସଂଗ୍ରହ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ମ୍ୟାନେଜମେଣ୍ଟ ର ହାବଭାବ ଯଦି ଦେଖିବା ତେବେ ଏହି ଫ୍ରାଞ୍ଚାଇଜ୍ ଯୁବ ଖେଳାଳିଙ୍କୁ ଆଗକୁ ବଢାଇବାରେ ବିଶ୍ୱାସ ରଖିଥାଏ । ଏମିତିରେ ଲମ୍ବା ସମୟ ଧରି ଟିମ ଇଣ୍ଡିଆରୁ ବାଦ୍ ପଡ଼ିଥିବା ପୃଥ୍ୱୀ ଶ ଙ୍କୁ ଏହି ଦାୟିତ୍ୱ ମିଳିଯାଇପାରେ । 

ପୃଥ୍ୱୀ ଟି-20ର ଜଣେ ତୁଫାନି ଖେଳାଳି ମାନେ ପରିଗଣିତ ହୁଅନ୍ତି। ସେ ଅଣ୍ଡର 19 ଟିମର କ୍ୟାପେଟନସିପ ଦାୟିତ୍ୱ ନେଇଥିଲେ। ତାଙ୍କ ଅଧିନାୟକତ୍ୱରେ ୱାର୍ଲଡ କପ ମଧ୍ୟ ଜିତିଥିଲା ଟିମ। ପୃଥ୍ୱୀ ଶ ଙ୍କର ୬୩ ଟି ମ୍ୟାଚ୍ ଖେଳିବାର ଅଭିଜ୍ଞତା ଅଛି ଏବଂ ଆଇପିଏଲ୍ କୁ ବହୁତ ଭଲ ଭାବରେ ବୁଝିବା ସହ ଏହି ପକୁ ମଧ୍ୟ ସହ୍ୟ କରିବାରେ ସକ୍ଷମ ଅଟନ୍ତି । ଏଭଳି ପରିସ୍ଥିତିରେ ସେ ଅଧିନାୟକତ୍ୱ ପାଇଁ ଏକ ପ୍ରତିଯୋଗୀ ଭାବରେ ମଧ୍ୟ ବିବେଚିତ ହେଉଛନ୍ତି।

Also Read: Rishabh Pant Girl Friend: ବାନ୍ଧବୀ ହେବ ତ ଏମିତି! ଋଷଭଙ୍କୁ ଶୀଘ୍ର ସୁସ୍ଥ କରିବାକୁ ଇଶା ନେଲେ ଏହି ପଦକ୍ଷେପ

Also Read: Rishabh Pant Accident: ଋଷଭଙ୍କ ଆଣ୍ଠୁରେ Ligament Injuries, ଜାଣନ୍ତୁ ଏହା କେତେ ଭୟଙ୍କର