Rishabh Pant Girl Friend: ବାନ୍ଧବୀ ହେବ ତ ଏମିତି! ଋଷଭଙ୍କୁ ଶୀଘ୍ର ସୁସ୍ଥ କରିବାକୁ ଇଶା ନେଲେ ଏହି ପଦକ୍ଷେପ
Advertisement
Article Detail0/zeeodisha/odisha1508941

Rishabh Pant Girl Friend: ବାନ୍ଧବୀ ହେବ ତ ଏମିତି! ଋଷଭଙ୍କୁ ଶୀଘ୍ର ସୁସ୍ଥ କରିବାକୁ ଇଶା ନେଲେ ଏହି ପଦକ୍ଷେପ

Rishabh Pant Girl Friend Isha Negi: ଦୁର୍ଘଟଣା ଖବର ପାଇବା ପରେ ଇଶା ନେଗୀ ଗେଟ୍ ୱେଲ ସୁନ ସହ ଲଭ୍ ଇମୋଜି ଦେଇ ଏହି ପୋଷ୍ଟ ଟି ସେୟାର କରିଥିଲେ। ୨୦୧୯ ମସିହାରୁ କ୍ରିକେଟର ଋଷଭ ପନ୍ତ ଓ ଇଶା ନେଗୀ ପରସ୍ପର ପରସ୍ପରକୁ ଡେଟ କରୁଛନ୍ତି। ତେବେ ଗତକାଲି ଋଷଭ ନିଜ ମାଙ୍କୁ ସରପ୍ରାଇଜ ଦେବାକୁ ଆସୁଥିବା ବେଳେ ରାସ୍ତାରେ ଦୁର୍ଘଟଣା ଘଟି ଗୁରୁତର ହୋଇଛନ୍ତି।

Rishabh Pant Girl Friend: ବାନ୍ଧବୀ ହେବ ତ ଏମିତି! ଋଷଭଙ୍କୁ ଶୀଘ୍ର ସୁସ୍ଥ କରିବାକୁ ଇଶା ନେଲେ ଏହି ପଦକ୍ଷେପ

Rishabh Pant Girl Friend: ଭାରତୀୟ କ୍ରିକେଟର ଋଷଭ ପନ୍ତ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିଲେ ମଧ୍ୟ ଶରୀରରେ ଗଭୀର ଆଘାତ ଲାଗିବାରୁ ତାଙ୍କୁ ୨୪ ଘଣ୍ଟିଆ ଡାକ୍ତରଙ୍କ ଦେଖାଶୁଣାରେ ରଖାଯାଇଛି। ସେପଟେ ବିସିସିଆଇ ମଧ୍ୟ ଋଷଭଙ୍କ ସ୍ୱାସ୍ଥ୍ୟାବସ୍ଥା ସହ ତାଙ୍କ ପରିବାର ବର୍ଗଙ୍କ ସହ ଯୋଗାଯୋଗରେ ଅଛନ୍ତି । ଫ୍ୟାନ୍ସ ମାନେ ମଧ୍ୟ ପ୍ରାର୍ଥନା ଜାରି ରଖିଛନ୍ତି । ଯେତେ ଶୀଘ୍ର କ୍ରିକେଟର ଋଷଭ ପନ୍ତ ସୁସ୍ଥ ହୋଇ ପୁଣିଥରେ ଫିଲ୍ଡରେ ନିଜର ଯାଦୁ ଦେଖାନ୍ତୁ। ହେଲେ ଏହାରି ମଧ୍ୟରେ ତାଙ୍କ ବାନ୍ଧବୀ କୁହାଯାଉଥିବା ଇଶା ନେଗୀ ଋଷଭଙ୍କୁ ମାନସିକ ସ୍ତରରେ ସୁସ୍ଥ କରିବାକୁ ଏକ ସୁନ୍ଦର ପଦକ୍ଷେପ ନେଇଛନ୍ତି । 

fallback

ଇଶା ନେଗୀ ନିଜର ଟ୍ୱିଟର ଆକାଉଣ୍ଟରେ ଋଷଭ ପନ୍ତ ଓ ତାଙ୍କ ମା ଙ୍କର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏବେ ସେଥିରେ ଲେଖିଛନ୍ତି Pure Bond ଏହା ସହ ଏକ ରେଡ ଲଭ୍ ଇମୋଜି ମଧ୍ୟ ସେୟାର କରିଛନ୍ତି। ତେବେ ଏହି ପୋଷ୍ଟରୁ ସ୍ପଷ୍ଟ ଯେ, ଋଷଭଙ୍କୁ ତାଙ୍କ ବାନ୍ଧବୀ ମାନସିକ ସ୍ତରରେ ସୁସ୍ଥ କରିବାକୁ ଏକ ସୁନ୍ଦର ଉପାୟ ବାଛିଛନ୍ତି ।ଗତକାଲି ଦୁର୍ଘଟଣା ଖବର ପାଇବା ପରେ ଇଶା ନେଗୀ ଗେଟ୍ ୱେଲ ସୁନ ସହ ଲଭ୍ ଇମୋଜି ଦେଇ ଏହି ପୋଷ୍ଟ ଟି ସେୟାର କରିଥିଲେ। ସେହିପରି ଯଦି ଇଶା ନେଗୀଙ୍କ ସୋସିଆଲ ଆକାଉଣ୍ଟ ବିଷୟରେ କଥା ହେବା ତେବେ ଋଷକ୍ଷ ପନ୍ତଙ୍କ ପ୍ରତିଟି ସଫଳତା ର ଛବିକୁ ନିଜ ସୋସିଆଲ ଆକାଉଣ୍ଟରେ ସେୟାର କରନ୍ତି ଇଶା। କେବଳ ଏତିକି ନୁହେଁ ଦୁହେଁ ବିତାଉଥିବା ସୁନ୍ଦର ସୁନ୍ଦର ମୁହୂର୍ତ୍ତର ଫଟୋ ମଧ୍ୟ ଇଶା ନିଜ ସୋସିଆଲ ଆକାଉଣ୍ଟରେ ସେୟାର କରିଥାନ୍ତି। 

ସୂଚନାନୁଯାୟୀ, ଋଷଭ ପନ୍ତ ଓ ଇଶା ନେଗୀ ଦୁହେଁ ହିଁ ଉତ୍ତରାଖଣ୍ଡର । ଏକ ୱେବ ଚ୍ୟାନେଲ ମୁତାବିକ, ଇଶା ଋଷଭଙ୍କ ପୂର୍ବରୁ ତାଙ୍କ ଭଉଣୀ ରିୟା ଓ ତାଙ୍କ ମା ସହିତ ବହୁତ ନିକଟତର । କୁହାଯାଉଛି ଯେ, ପନ୍ତଙ୍କ ଦୁର୍ଘଟଣା ପରେ ଇଶା ଲଗାତାର ପନ୍ତଙ୍କ ପରିବାର ସହିତ ଯୋଗାଯୋଗରେ ଅଛନ୍ତି। ୨୦୧୯ ବିଶ୍ୱକପ୍ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଋଷଭ ପନ୍ତ ସୋସିଆଲ ମିଡିଆରେ ନୂଆ ଗର୍ଲଫ୍ରେଣ୍ଡ ଇଶା ନେଗିଙ୍କ ସହ ଏକ ଫଟୋ ସେୟାର କରି ଏକ କ୍ୟାପସନ ଲେଖିଥିଲେ। ଏହା ପରଠାରୁ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ଖବର ରହିଛି।

ଇଶା ପେଷାରେ ଜଣେ ଇଣ୍ଟରିୟର ଡେକୋର ଡିଜାଇନର ଅଟନ୍ତି। ଇଶା ନେଗୀ ଇନଷ୍ଟାଗ୍ରାମରେ ସର୍ବଦା ଆକ୍ଟିଭ ରହିଥାନ୍ତି । ଏହାସହ ଯେତେବେଳେ ଋଷଭ ନିଜ ଭଲପାଇବାକୁ ଇଶାଙ୍କ ସାମ୍ନାରେ ରଖିଥିଲେ ସେତେବେଳେ ଇଶା ମଧ୍ୟ ସୋସିଆଲ ମିଡିଆ ଦ୍ୱାରା ଏହାକୁ ଗ୍ରହଣ କରିବା ସହ ଉତ୍ତର ଦେଇଥିଲେ My man, My Soulmate, My Best Friend, Love Of my Life Rishabh Pant । 

Also Read: Rishabh Pant Accident: ଦୁର୍ଘଟଣା ପରେ ପ୍ରଥମ ଥର ସାମ୍ନାକୁ ଆସିଲେ ପନ୍ତଙ୍କ ଗର୍ଲଫ୍ରେଣ୍ଡ

Also Read: Rishabh Pant Accident: ଋଷଭଙ୍କ ଆଣ୍ଠୁରେ Ligament Injuries, ଜାଣନ୍ତୁ ଏହା କେତେ ଭୟଙ୍କର