ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଇଂଲଣ୍ଡର ସବୁଠାରୁ ସଫଳ ଅଧିନାୟକ ମୋର୍ଗାନ
Advertisement
Article Detail0/zeeodisha/odisha1236570

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଇଂଲଣ୍ଡର ସବୁଠାରୁ ସଫଳ ଅଧିନାୟକ ମୋର୍ଗାନ

Eoin Morgan Retirement: ଇଂଲଣ୍ଡ ସୀମିତ ଓଭର ଅଧିନାୟକ ଇଓନ ମୋର୍ଗାନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ମୋର୍ଗାନର ଅଧିନାୟକତ୍ୱରେ ହିଁ ଇଂଲଣ୍ଡ ୨୦୧୯ ରେ ପ୍ରଥମ ଥର ପାଇଁ ODI ବିଶ୍ୱକପ ଚାମ୍ପିୟନ ହୋଇଥିଲା ।

ସାଙ୍କେତିକ ଫଟୋ

Eoin Morgan Retirement: ଇଂଲଣ୍ଡର ସୀମିତ ଓଭର ଫର୍ମାଟ୍ ଅଧିନାୟକ ଇଓନ ମୋର୍ଗାନ୍ ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷୀୟ ମୋର୍ଗାନ୍ ଇଂଲଣ୍ଡର ସର୍ବାଧିକ ରନ୍ ସ୍କୋରର ତଥା ODI କ୍ରିକେଟ୍ ର ସବୁଠାରୁ ସଫଳ ଅଧିନାୟକ । ୧୩ ଶତକ ସହ ୨୨୫ ଟି ଦିନିକିଆରେ ମୋର୍ଗାନ ଇଂଲଣ୍ଡ ପାଇଁ ୬୯୫୭ ରନ୍ ସଂଗ୍ରହ କରିଛି । ମୋଟାମୋଟି ଭାବେ ୧୪ ଟି ଶତକ ସହିତ ODI କ୍ରିକେଟ୍ ରେ ମୋର୍ଗାନ୍ ୭୭୦୧ ରନ୍ କରିଛନ୍ତି ।

ଇଏନ୍ ମୋର୍ଗାନ୍ ୧୨୬ ଟି ମ୍ୟାଚ୍ ରେ ଇଂଲଣ୍ଡ ପାଇଁ ଅଧିନାୟକତ୍ୱ କରିଥିଲେ, ଯେଉଁଥିରେ ସେ ୭୬ ଟି ଜିତିଥିଲେ ଓ ଏହି ସମୟ ମଧ୍ୟରେ ତାଙ୍କର ବିଜୟ ଶତକଡା ୬୫.୨୫ ଥିଲା । ତାଙ୍କ ଅଧିନାୟକତ୍ୱ କ୍ୟାରିୟରର ଏକ ସ୍ମରଣୀୟ ମୂହୁର୍ତ୍ତ ଇଂଲଣ୍ଡକୁ ଘରୋଇ ମାଟିରେ ୨୦୧୯ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ଟାଇଟଲ୍ ଜିତାଇଥିଲେ ।

fallback

୨୦୧୫ ରେ ଆଲାଷ୍ଟାୟର୍ କୁକଙ୍କ ଉତ୍ତରାଧିକାରୀ ଭାବରେ ଅଧିନାୟକ ଭାବେ ନିଯୁକ୍ତ ହେବା ପରଠାରୁ ମୋର୍ଗାନ୍ ୧୨୬ ଟି ODI ଓ ୭୨ଟି ଟି-୨୦ ରେ ଇଂଲଣ୍ଡର ନେତୃତ୍ୱ ନେଇଛନ୍ତି । ଏହି ସମୟ ମଧ୍ୟରେ, ଇଂଲଣ୍ଡ ତାଙ୍କ ଅଧିନାୟକତ୍ୱରେ ୨୦୧୬ ବିଶ୍ୱ ଟି-୨୦ ରନର୍ସ ଅପ୍ ହୋଇଥିଲା ଓ ପରେ ଦଳ ୨୦୧୯ ODI ବିଶ୍ୱକପ୍ ଜିତିଥିଲା ​। ୨୦୦୯ ରେ ଇଂଲଣ୍ଡ ପାଇଁ ଖେଳିବା ପୂର୍ବରୁ ମୋର୍ଗାନ ଆୟର୍ଲାଣ୍ଡର ପ୍ରତିନିଧିତ୍ୱ କରିଥିଲେ । ସୀମିତ ଓଭର କ୍ରିକେଟ୍ ରେ ଇଂଲଣ୍ଡକୁ ୩୪୦ ଥର ପ୍ରତିନିଧିତ୍ୱ କରିବା ସହିତ, ମୋର୍ଗାନ୍ ୨୦୧୦ ରୁ ୨୦୧୨ ମଧ୍ୟରେ ୧୬ ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ ।

ମୋର୍ଗାନଙ୍କ ମଧ୍ୟ ଏକ ସଫଳ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟର ଥିଲେ । ସେ ୧୧୫ ଟି ମ୍ୟାଚରେ ୨୪୫୮ ରନ୍ ସଂଗ୍ରହ କରି ୧୪ଟି ଅର୍ଦ୍ଧଶତକ ମାରିଥିଲେ । ସେ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ସଫଳ ଟି-୨୦ ଅଧିନାୟକ, ତାଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ୭୨ ଟି ମ୍ୟାଚ ମଧ୍ୟରୁ ୪୨ ଟି ଜିତିଛି । ମୋର୍ଗାନ କିଛି ସମୟ ଧରି ଖରାପ ଫର୍ମ ସହ ସଂଗ୍ରାମ କରିଆସୁଥିଲେ । 

ଏହା ବି ପଢ଼ନ୍ତୁ: କୋରୋନା ପଜିଟିଭ୍ ହେବା ପରେ ରୋହିତ ସେୟାର କଲେ ପ୍ରଥମ ପୋଷ୍ଟ; ଖେଳିବେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ?

ଏହା ବି ପଢ଼ନ୍ତୁ: IND vs ENG: ପୁନର୍ବାର ଟିମ୍ ଇଣ୍ଡିଆର ଅଧୀନୟକତ୍ୱ ସମ୍ଭାଳିବେ ବିରାଟ କୋହଲି!